JAJPUR GIRLFRIEND Photograph: (OTV)
ସିନ୍ଦୂର ପାଇଁ ଝରିଲା ପ୍ରେମିକର ରକ୍ତ । ଅଧରାତିରେ ପ୍ରେମିକକୁ ହାଣିଦେଲା ପ୍ରେମିକା । ବାହା ହେବାକୁ ମନାକଲା, ପ୍ରେମିକା ହାଣିଦେଇ ଜଙ୍ଗଲକୁ ଚାଲିଗଲା । ଗୋଟିଏ ମାସ ଧରି ଉଭୟ ଯୁବକ-ଯୁବତୀ ଗୋଟିଏ ଘରେ ଏକାଠି ରହୁଥିଲେ । ବାହାରହେବାକୁ କଥା ଦିଆନିଆ ମଧ୍ୟ । ହେଲେ ଯୁବକଙ୍କ ବାପାଙ୍କ ଦେହାନ୍ତ ହୋବରୁ ବିବାହ ପାଇଁ ଯୁବତୀଙ୍କୁ ଗୋଟିଏ ବର୍ଷ ସମୟ ମାଗିବାରୁ ଏପରି କାଣ୍ଡ ଘଟିଥିବା ଜଣାପଡ଼ିଛି ।
ପ୍ରେମିକକୁ ହାଣିଦେଲା ପ୍ରେମିକା
ଏପରି ଏକ ଅଭିଯୋଗ ଆସିଛି ଯାଜପୁର ଜିଲ୍ଳାରୁ । କଳିଙ୍ଗନଗର ଥାନା ବାରବାଙ୍କି ଗାଁର ସ୍ବର୍ଗତ ସାଲଖାନ ସୋରେନଙ୍କ ପୁଅ ପିଥା ସୋରେନ୍ ପାର୍ବତୀ ବଦରାକୁ ପ୍ରେମ କରି ବିବାହ ପାଇଁ ପ୍ରତିଶ୍ରୁତି ଦେଇଥିଲେ । ହେଲେ ପିଥାଙ୍କ ବାପା ସାଲଖାନଙ୍କ ମୃତ୍ୟୁ ହୋଥିବାରୁ ବାହାଘରରେ ବିଳମ୍ବ ହୋଇଥିଲା । ତେଣୁ ପ୍ରେମିକା ପାର୍ବତୀ ରାଗିଯାଇ ପିଥାଙ୍କୁ ଟାଙ୍ଗିଆରେ ହାଣିଥିବା ଜଣାପଡ଼ିଛି । ହେଲେ ସେଭାଗ୍ୟ ବଶତଃ ପିଥା ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଏନେଇ ପରିବାର ଲୋକ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣାର ତଦନ୍ତ କରୁଛି
ଅଭିଯୁକ୍ତ ପାର୍ବତୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି କଳିଙ୍ଗନଗର ପୋଲିସ୍ । ସେପଟେ ପିଥା ଏବେ ଦାନଗଦି ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି ଓ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ଜଣାପଡିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/09/26/jajpur-girlfriend-2025-09-26-10-36-24.jpg)