Advertisment

Ganja-Laden Car Crashes: ଧକ୍କା ଦେଇ ଚମ୍ପଟ ମାରୁଥିଲା ଡ୍ରାଇଭର, ମାଡ଼ି ବସିଲା ପୋଲିସ

ବୌଦ୍ଧ କିଆକଟା ବ୍ରିଜ୍ ଦେଇ ଗଞ୍ଜେଇ ଭର୍ତ୍ତି ଗାଡ଼ି ସମ୍ବଲପୁର ଯାଉଥିବା କାରକୁ ପିଛା କରିଥିଲା ପୋଲିସ। ଗଞ୍ଜେଇ ଭର୍ତ୍ତି ଗାଡିର ଡ୍ରାଇଭର ଏହା ଜାଣିପାରି ଗାଡି ଦୃତଗତିରେ ଚଲାଇଥିଲା।

GANJA JABAT

GANJA JABAT Photograph: (OTV)

Advertisment

ଅନୁଗୁଳ କିଆକଟା ଥାନା ଅନ୍ତର୍ଗତ ଶଙ୍ଖାମାଳ ଛକରେ ଗଞ୍ଜେଇ ଭର୍ତ୍ତି ଗାଡିର ଦୁର୍ଘଟଣା। ବାଇକକୁ ଧକ୍କା ଦେଇ ଫେରାର ମାରୁଥିବା ବେଳେ ଡ୍ରାଇଭରକୁ ଧରିଛି ପୋଲିସ।

Advertisment

ବୌଦ୍ଧ କିଆକଟା ବ୍ରିଜ୍ ଦେଇ ଗଞ୍ଜେଇ ଭର୍ତ୍ତି ଗାଡ଼ି ସମ୍ବଲପୁର ଯାଉଥିବା କାରକୁ ପିଛା କରିଥିଲା ପୋଲିସ। ଗଞ୍ଜେଇ ଭର୍ତ୍ତି ଗାଡିର ଡ୍ରାଇଭର ଏହା ଜାଣିପାରି ଗାଡି ଦୃତଗତିରେ ଚଲାଇଥିଲା। ଏହି ସମୟରେ ବୀପରିତ ଦିଗରୁ ଆସୁଥିବା ଏକ ବାଇକକୁ ଧକ୍କା ଦେଇଥିବା ବେଳେ ଚାଳକ ଗୁରୁତର ହୋଇଛି।

ପୋଲିସ କାରକୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖିଛି। ଆହତ ହୋଇଥିବା ବାଇକ ଚାଳକକୁ ମେଡିକାଲରେ ଭର୍ତ୍ତି କରାଯାଇଛି। ବୌଦ୍ଧ ପୋଲିସ ଡ୍ରାଇଭରକୁ ନେଇ ବୌଦ୍ଧ ଥାନାକୁ ନେଇ ଆସୁଥିବା ବେଳେ ଘଟଣା ସ୍ଥଳରେ କିଆକଟା ଥାନା ପୋଲିସ୍ ଗଞ୍ଜେଇ ଭର୍ତ୍ତି ଗାଡ଼ିକୁ ଜଗି ରହିଛି।

Advertisment

ଏପଟେ ଦୁର୍ଘଟଣା ହୋଇଥିବା ବ୍ୟକ୍ତିଙ୍କୁ କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ କରିଛନ୍ତି ଲୋକେ। ଶଙ୍ଖାମାଳରୁ ସୋନପୁରକୁ ସଂଯୋଗ କରୁଥିବା ରାସ୍ତାରେ ଗାଡି ଚଳାଚଳ ବନ୍ଦ ରହିଛି।

Anugul Accident Ganza Ganza Sezied
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ