DURGAPUR Photograph: (OTV)
ଦୁର୍ଗାପୁରରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାରେ ବନ୍ଧା ହେଲେ ୪ ଜହ୍ଲାଦ। ଫେରାର୍ ଅଛି କୁକର୍ମ କରିଥିବା ଆଉ ଜଣେ ରାକ୍ଷସ। ୪ ଅଭିଯୁକ୍ତଙ୍କୁ ୧୦ ଦିନିଆ ରିମାଣ୍ଡରେ ନେଇ ସତ ଉଗାରୁଛି ପଶ୍ଚିମବଙ୍ଗ ପୋଲିସ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଦୁର୍ଗାପୁରରେ ପହଞ୍ଚି ପୀଡିତାଙ୍କ ପରିବାର ଓ ପୋଲିସ ସହ ଆଲୋଚନା କରିଛି ଓଡ଼ିଶାର ୨ ଜଣିଆ ଉଚ୍ଚସ୍ତରୀୟ ଟିମ୍।
କାଲି ଯିବେ ରାଜ୍ୟ ମହିଳା କମିଶନଙ୍କ ଟିମ୍। ସେପଟେ ଦୁଇ ଦିନ ପରେ ମମତା ବାନାର୍ଜୀ ମୁହଁ ଖୋଲିଥିବା ବେଳେ ଅବିବେକୀ ଢଙ୍ଗରେ ଖାମଖିଆଲ ମନ୍ତବ୍ୟ ରଖିଛନ୍ତି। ରାତିରେ ଝିଅମାନେ ବାହାରକୁ ଯିବା କଥା ନୁହେଁ କହି କଡ଼ା ସମାଲୋଚନାର ଶିକାର ହୋଇଛନ୍ତି ଦିଦି। ...
ଦୁର୍ଗାପୁରରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାରେ ବନ୍ଧା ହେଲେ ୪ ଜହ୍ଲାଦ। ଫେରାର୍ ଅଛି କୁକର୍ମ କରିଥିବା ଆଉ ଜଣେ ରାକ୍ଷସ। ୪ ଅଭିଯୁକ୍ତଙ୍କୁ ୧୦ ଦିନିଆ ରିମାଣ୍ଡରେ ନେଇ ସତ ଉଗାରୁଛି ପଶ୍ଚିମବଙ୍ଗ ପୋଲିସ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଦୁର୍ଗାପୁରରେ ପହଞ୍ଚି ପୀଡିତାଙ୍କ ପରିବାର ଓ ପୋଲିସ ସହ ଆଲୋଚନା କରିଛି ଓଡ଼ିଶାର ୨ ଜଣିଆ ଉଚ୍ଚସ୍ତରୀୟ ଟିମ୍।
କାଲି ଯିବେ ରାଜ୍ୟ ମହିଳା କମିଶନଙ୍କ ଟିମ୍। ସେପଟେ ଦୁଇ ଦିନ ପରେ ମମତା ବାନାର୍ଜୀ ମୁହଁ ଖୋଲିଥିବା ବେଳେ ଅବିବେକୀ ଢଙ୍ଗରେ ଖାମଖିଆଲ ମନ୍ତବ୍ୟ ରଖିଛନ୍ତି। ରାତିରେ ଝିଅମାନେ ବାହାରକୁ ଯିବା କଥା ନାହିଁ କହି କଡ଼ା ସମାଲୋଚନାର ଶିକାର ହୋଇଛନ୍ତି ଦିଦି। ...
ଦୁର୍ଗାପୁର ଗଣଦୁଷ୍କର୍ମର ଜହ୍ଲାଦ। କୁକର୍ମ କରି ମୁହଁ ଲୁଚାଉଥିବା ଏମାନେ ଜଣେ ଜଣେ ନର ରୂପୀ ରାକ୍ଷସ। ଅଭିଯୁକ୍ତ ନମ୍ବର ୱାନ- ସେଖ ରିଆଜୁଦ୍ଦିନ। ନମ୍ବର ୨- ଫିର୍ଦ୍ଦୋସ ସେଖ। ନମ୍ବର ୩- ଅପ୍ପୁ ବାଉରୀ। ୩୬ ଘଣ୍ଟା ଭିତରେ ଏହି ୩ ଜଣଙ୍କୁ ବାନ୍ଧିଥିଲା ପୋଲିସ। ପରେ ଗିରଫ ହୋଇଛି ଅଟକ ଥିବା ଆଉ ଜଣେ ଦୁଷ୍କର୍ମୀ ନାସିରୁଦ୍ଦିନ୍। ୪ ଜଣ ପୋଲିସ ହେପାଜତରେ ଥିବା ବେଳେ ଫେରାର୍ ମାଷ୍ଟରମାଇଣ୍ଡକୁ ଧରିବାକୁ ତନାଘନା ଚାଲିଛି। ୪ ଅଭିଯୁକ୍ତଙ୍କ ୧୦ ଦିନିଆ ରିମାଣ୍ଡରେ ନେଇ ସେମାନଙ୍କ ମୁହଁରୁ ଗୋଟି ଗୋଟି ସତ ଉଗାରୁଛି ପୋଲିସ।
ମଣିଷରୁ ଯୌନ ରାକ୍ଷସ ପାଲଟି ଯାଇଥିବା ଏହି ଜହ୍ଲାଦମାନେ ଗିରଫ ପରେ ମୁହଁ ଲୁଚାଇ ବସିଥିଲେ ବି ମନରେ ଟିକିଏ ବି ପଶ୍ଚାତାପର ଚିହ୍ନବର୍ଣ୍ଣ ଦିଶୁ ନଥିଲା। ବରଂ ଅଭିଯୋଗକୁ ଖଣ୍ଡନ କରିଥିଲେ। ...
ଗୁପଚୁପ୍ ଖାଇବାକୁ ପୁରୁଷ ବନ୍ଧୁଙ୍କ ସହ କ୍ୟାମ୍ପସ ବାହାରକୁ ଆସିଥିଲେ ପୀଡିତା। ସେ କଣ ଜାଣିଥିଲେ ଯୌନ ରାକ୍ଷସଙ୍କ ହାବୁଡ଼ରେ ପଡ଼ିଯିବେ ? ଆଉ କିଛି ମିନିଟ ଭିତରେ ତାଙ୍କ ଜୀବନ ଅଙ୍କ ଓଲଟପାଲଟ ହୋଇଯିବ ? ଦୁର୍ଗାପୁରର ସେହି କ୍ରାଇମ ସ୍ପଟରେ ପହଞ୍ଚିଛି ଓଟିଭି। କଲେଜ ନିକଟରୁ ଗୋଟିଏ କିଲୋମିଟର ଦୂର ଘଞ୍ଚ ଜଙ୍ଗଲରେ ଏହି ସ୍ଥାନରେ ପୀଡ଼ିତାଙ୍କ ଇଜ୍ଜତ ନେଇଥିଲେ ୫ ପିଶାଚ। ସଂପୃକ୍ତ ଅଞ୍ଚଳକୁ ସିଲ୍ କରି ଡ୍ରୋନ୍ ଯୋଗେ ତଥ୍ୟ ପ୍ରମାଣ ଯୋଗାଡୁଛି ପୋଲିସ।
ଗୋଟିଏ ପଟେ ତଦନ୍ତ ଜୋରଦାର ଚାଲିଥିବା ବେଳେ ପୀଡ଼ିତାଙ୍କ ସ୍ବାସ୍ଥ୍ୟାବସ୍ଥା ସୁଧୁରୁଛି। ଓଟିଭିକୁ ସୂଚନା ଦେଇ ତାଙ୍କ ବାପା କହିଛନ୍ତି, ସେ କଥାବାର୍ତ୍ତା କରି ପାରୁଛିି। ତେବେ ତାର ପୁରୁଷ ବନ୍ଧୁକୁ ବି ଧରିବାକୁ ଦାବି କରିଛନ୍ତି ପୀଡ଼ିତାଙ୍କ ବାପା। ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଦୁର୍ଗାପୁରରେ ପହଞ୍ଚିଛି ଓଡ଼ିଶାର ୨ ଜଣିଆ ଉଚ୍ଚସ୍ତରୀୟ ଟିମ୍। ଆସାନସୋଲ-ଦୁର୍ଗାପୁର ପୋଲିସ କମିଶନରଙ୍କ ଅଫିସରେ ପୀଡ଼ିତାଙ୍କ ବାପାଙ୍କ ଉପସ୍ଥିତିରେ ମାମଲା ସମ୍ପର୍କରେ ବିଚାରବିମର୍ଶ କରିଛନ୍ତି ବାଲେଶ୍ବର ଏଡିଏମ୍ ଓ ଅତିରିକ୍ତ ଏସପି।
ଆସନ୍ତାକାଲି ରାଜ୍ୟ ମହିଳା କମିଶନଙ୍କ ନେତୃତ୍ବରେ ୪ ଜଣିଆ ଟିମ୍ ଦୁର୍ଗାପୁର ଯିବେ। ପୀଡ଼ିତାଙ୍କୁ ଭେଟିବା ସହ ପୋଲିସ ଓ ବରିଷ୍ଠ ଅଧିକାରୀଙ୍କ ସହ ସେମାନେ ଆଲୋଚନା କରିବେ। ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଶୋଭନା ମହାନ୍ତି କହିଛନ୍ତି, ପଶ୍ଚିମବଙ୍ଗରେ ଆଇନଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ହୁଗୁଳି ଯାଇଛି। ଯୋଗଯୋଗ ପାଇଁ ଚେଷ୍ଟ କରୁଥିଲେ ବି ଫୋନ୍ ଉଠାଉ ନାହାନ୍ତି ପଶ୍ଚିମବଙ୍ଗ ମହିଳା କମିଶନ। ...
ଦୁର୍ଗାପୁରରେ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମକୁ ସାରା ଦେଶ ନିନ୍ଦା ଓ ଛି ଛାକର କରୁଥିବା ବେଳେ ଦୁଇ ଦିନ ପରେ ମୁହଁ ଖୋଲିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ସମ୍ବେଦନଶୀଳ ଘଟଣାରେ ଖାମଖିଆଲ ମନ୍ତବ୍ୟ ଦେଇଛନ୍ତି। ଦିଦି କହିଛନ୍ତି, ଘଟଣା ବାବଦରେ ମୋତେ ନୁହେଁ ପୋଲିସକୁ ପଚାର। ଝିଅମାନଙ୍କୁ ରାତିରେ କଲେଜ ବାହାରକୁ ଯିବାକୁ ଅନୁମତି ଦିଆଯିବା ଉଚିତ ନୁହେଁ। ରାତି ସାଢ଼େ ୧୨ ପରେ କଲେଜ ବାହାରକୁ ଯିବାର ଆବଶ୍ୟକତା କଣ ବୋଲି ପ୍ରଶ୍ନ କରିବା ସହ ଓଡ଼ିଶାରେ ଦୁଷ୍କର୍ମ ଘଟଣାର ଉଦାହରଣ ରଖି ଦୋଷ ଝାଡି ଦେଇଛନ୍ତି।
ମମତାଙ୍କୁ କଡ଼ା କାଉଣ୍ଟର ସହ ସାଂସଦ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି, RG କର ଘଟଣା ପରେ ତାଙ୍କ ବିଷୟରେ ଦୁନିଆ ଜାଣିଛି। ମମତାଙ୍କ କଥାରୁ ଜଣାପଡୁଛି ସେ ଓଡ଼ିଶାକୁ ଟପିବା ପାଇଁ ଚାହୁଁଛନ୍ତି। ଅନୁପ୍ରବେଶକାରୀକୁ ପ୍ରୋତ୍ସାହନ ଓ ଆତଙ୍କବାଦୀଙ୍କୁ ସୁରକ୍ଷା ଦେଉଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ।
ଆରଜି କର ପରେ ଦୁର୍ଗାପୁରରେ ଘରୋଇ ମେଡିକାଲ କଲେଜରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ସାରା ଦେଶକୁ ସ୍ତବ୍ଧ କରିଛି। ...
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/12/durgapur-2025-10-12-19-31-33.jpg)