Advertisment

Humane Death Case: ହ୍ୟୁମାନ ମୃତ୍ୟୁ ମାମଲାରେ ଅର୍ପିତାଙ୍କୁ ଘାରିଛି କି ଗିରଫ ଭୟ ? ପୁଅ ମୃତ୍ୟୁ ପାଇଁ ଅର୍ପିତାଙ୍କୁ ସିଧା ଦାୟୀ କରିଛନ୍ତି ମା’ ଶେଫାଳି

ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ଗାୟିକା ଅର୍ପିତା ଚୌଧୁରୀଙ୍କୁ ଘାରିଛି ଗିରଫ ଭୟ। ପୋଲିସର ତନାଘନା ଭିତରେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ ପରେ ଏମିତି ଚର୍ଚ୍ଚା ବଢିଛି।

HUMANE-SAGAR

HUMANE-SAGAR Photograph: (OTV)

Advertisment

ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ଗାୟିକା ଅର୍ପିତା ଚୌଧୁରୀଙ୍କୁ ଘାରିଛି ଗିରଫ ଭୟ। ପୋଲିସର ତନାଘନା ଭିତରେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ ପରେ ଏମିତି ଚର୍ଚ୍ଚା ବଢିଛି। ସୋମେଶ ଶତପଥୀଙ୍କ ସହ ମିଳିତ ଭାବରେ ଆଗୁଆ ଜାମିନ ଆବେଦନ କରିଛନ୍ତି ଅର୍ପିତା ଚୌଧୁରୀ। ପୁଅ ମୃତ୍ୟୁ ପାଇଁ ତାଙ୍କୁ ସିଧାସଳଖ ଦାୟୀ କରିଛନ୍ତି ହ୍ୟୁମାନଙ୍କ ମାଆ ଶେଫାଳି ସୁନା। ତାଙ୍କ ଏତଲା ଆଧାରରେ ପୋଲିସ ୯ ଜଣଙ୍କ ନାଁରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଆଗକୁ ଜଣ ଜଣ କରି ସମସ୍ତଙ୍କୁ ଡାକିପାରେ ପୋଲିସ। ...

Advertisment

ଖୋଲିଲା ହ୍ୟୁମାନ୍ ମୃତ୍ୟୁ ଫାଇଲ୍ । ଖୋଲିବ ହ୍ୟୁମାନଙ୍କ ମୃତ୍ୟୁ ସସପେନ୍ସ୍ ! ଗିରଫ ହୋଇପାରନ୍ତି କଣ୍ଠଶିଳ୍ପୀ ଅର୍ପିତା ଚୌଧୁରୀ । ଅର୍ପିତାଙ୍କୁ ଘାରିଲା ଗିରଫଦାରୀ ଭୟ । ଜେରା ପୂର୍ବରୁ ଆଗୁଆ ଜାମିନ୍ ମାଗିଲେ ଅର୍ପିତା । ପ୍ରସିଦ୍ଧ ଗାୟକ ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାର ତଦନ୍ତ କମିଶନରେଟ୍ ପୋଲିସ ଆରମ୍ଭ କରିଛି । ହ୍ୟୁମାନଙ୍କ ମାଆ ଶେଫାଳି ସୁନାଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ ହୋଇଥିବା କହିଛନ୍ତି ଡିସିପି ଋଷିକେଶ ଦ୍ୟାନଦେଓ ଖିଲାରୀ । ତା’ ସହ ହ୍ୟୁମାନ୍ ଚିକିତ୍ସିତ ହେଉଥିବା ହସ୍ପିଟାଲ୍ ଓ ଡାକ୍ତରଙ୍କ ସହ ଯୋଗାଯୋଗ ରଖାଯାଇଛି ବୋଲି ଡିସିପି କହିଛନ୍ତି ।

ହ୍ୟୁମାନଙ୍କ ସହ କଣ୍ଠଶିଳ୍ପୀ ଅର୍ପିତାଙ୍କ ସମ୍ପର୍କ କ’ଣ ଥିଲା ? ଅର୍ପିତା ଓ ହ୍ୟୁମାନଙ୍କ ମଧ୍ୟରେ ଟଙ୍କା କାରବାର ହେଉଥିଲା କି ? ହ୍ୟୁମାନଙ୍କ ମୃତ୍ୟୁ ପଛରେ କାହାର ଥିଲା ଷଡ଼ଯନ୍ତ୍ର ? ତାଙ୍କ ଅସୁସ୍ଥତା ସତ୍ତ୍ବେ କାହିଁକି ହେଉଥିଲା ପ୍ରୋଗ୍ରାମ୍ ? ଏମିତି ଅନେକ ପ୍ରଶ୍ନକୁ ନେଇ ପୋଲିସ ସମସ୍ତଙ୍କୁ ଜେରା କରିପାରେ ।

Advertisment

ସୋମେଶଙ୍କ ସହ ଅର୍ପିତାଙ୍କ ଆଗୁଆ ଜାମିନ୍ ଆବେଦନ

ସେପଟେ ଅଭିଯୋଗ ଆସିବା ପରେ ଆଗୁଆ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି କଣ୍ଠଶିଳ୍ପୀ ଅର୍ପିତା ଚୌଧୁରୀ । ସୌମେଶ ଶତପଥିଙ୍କ ସହ ମିଳିତ ଭାବେ ହାଇକୋର୍ଟରେ ଜାମିନ ଆବେଦନ କରିଥିବା ଜଣାପଡ଼ିଛି । ହ୍ୟୁମାନଙ୍କ ପତ୍ନୀ ଶ୍ରେୟା ମିଶ୍ର, ଗାୟିକା ଅର୍ପିତା ଚୌଧୁରୀ, ଦୁଇ ଜଣ ମ୍ୟାନେଜର ଦିନେଶ ଓ ପ୍ରଶାନ୍ତଙ୍କ ସମେତ ୯ ଜଣଙ୍କ ନାଁ ଏଫଆଇଆର୍ କପିରେ ଲେଖିଥିଲେ ମା’ ଶେଫାଳି ସୁନା । ଆଉ ଏହି ସମସ୍ତ ନାଁକୁ ପୋଲିସ ତାଲିକାଭୁକ୍ତ କରିଛି । ତା’ ସହ ଆର୍ଥିକ କାରବାର ଅଭିଯୋଗ ଉପରେ ବି ଯାଞ୍ଚ କରାଯିବ ବୋଲି ସୂଚନା ଦେଇଛନ୍ତି କଟକ ଡିସିପି । 

ଅନ୍ୟପଟେ ଏଫ୍ଆଇଆର୍ ପରେ ଓଟିଭି ଖୋଲା କଥାରେ ଅର୍ପିତାଙ୍କୁ ନେଇ ହ୍ୟୁମାନଙ୍କ ମା’ ରଖିଛନ୍ତି ବିସ୍ଫୋରକ ବୟାନ । ରାତିରେ ହ୍ୟୁମାନଙ୍କ ପାଖକୁ ଅର୍ପିତା ଆସନ୍ତି ବୋଲି ମା’ ଶେଫାଳି କହିଛନ୍ତି । 
ହ୍ୟୁମାନଙ୍କ ମୃତ୍ୟୁକୁ ପାଖାପାଖି ଦେଢ଼ମାସ ବିତିଲାଣି । ହେଲେ ତଥାପି ଘଟଣାକୁ ନେଇ ପ୍ରତ୍ୟେକ ଦିନି ନୂଆ ନୂଆ ଘଟଣା ଆସୁଥିବା ଏବେ ଆଗକୁ ପୋଲିସ କି ଆକ୍ସନ ନେଉଛି ତା’କୁ ଦେଖିବାକୁ ବାକି ରହିଲା। ... 

Advertisment

Arpita Choudhary humane sagar case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ