MADA Photograph: (OTV)
ମାର୍କେଟରେ ମିଳୁଛି ନକଲି ବିଦେଶୀ ମଦ। ମୟୁରଭଞ୍ଜ ଜିଲ୍ଲା ବେତନଟୀରୁ ଜବତ ହେଲା ବ୍ୟାପକ ପରିମାଣର ନକଲି ମଦ ସହ ନକଲି ମଦ ତିଆରି ସାମଗ୍ରୀ। ତେବେ ବେତନଟୀ ଅବକାରୀ ବିଭାଗ ବିଶେଷ ସୂତ୍ରରୁ ଖବର ପାଇ ଫାୟାର ଷ୍ଟେସନ ନିକଟରେ ଜଣେ ବ୍ୟକ୍ତିଙ୍କୁ ଅଟକ ରଖିଥିଲା। ଏହି ବ୍ୟକ୍ତି ଜଣଙ୍କ ବାଲେଶ୍ୱର ପଟୁ ବାଇକରେ ବ୍ୟାପକ ରଙ୍ଗ ଯୁକ୍ତ ସ୍ପିରିଟ ଆଣିଥିବା ବେଳେ ସେ ସବୁ ସ୍ପିରିଟକୁ ନକଲି ମଦ ତିଆରି ପାଇଁ ବ୍ୟବହୃତ ହେଉଥିବା ଜଣା ପଡିଥିଲା।
ତେବେ ଅବକାରୀ ବିଭାଗ ଅଧିକ ପଚରାଉଚରା ପରେ ବେତନଟୀର ଷ୍ଟେସନ ନିକଟରେ ଏକ ଢ଼ାବା ଉପରେ ଚଢ଼ାଉ କରିଥିଲା। ସେଠାରେ ମଧ୍ୟ ବିପୁଳ ପରିମାଣର ନାମିଦାମି କମ୍ପାନୀର ବିଦେଶୀ ମଦ ବୋତଲକୁ ଜବତ କରାଯାଇଛି। ଏସବୁ ମଦ ବେଆଇନ ଭାବେ ବିକ୍ର କରାଯାଉଥିବା ବେଳେ ଏହା ନକଲି ବୋଲି ଜଣାପଡିଛି। ଏହି ଘଟଣାରେ ଅବକାରୀ ବିଭାଗ ଦୁଇ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ମୋବାଇଲ ଏବଂ ବାଇକକୁ ଜବତ କରିଛି। ...
ବେତେନଟୀରୁ ନକଲି ବିଦେଶୀ ମଦ ଜବତ
ମଦ ତିଆରି ସାମଗ୍ରୀ ଜବତ କଲା ଅବକାରୀ ବିଭାଗ
ବାଇକରେ ନକଲି ମଦ ଓ ରଙ୍ଗ ଯୁକ୍ତ ସ୍ପିରିଟ ନେଉଥିଲା ଯୁବକ
ବିଶେଷ ସୂତ୍ରରୁ ଖବର ପାଇ ମାଡି଼ ବସିଲା ଅବକାରୀ ବିଭାଗ
ଷ୍ଟେସନ ନିକଟ ଢାବାରେ ଚାଲିଥିଲା ବେଆଇନ ମଦ ବିକ୍ରି
ଢ଼ାବା ଉପରେ ଚଢ଼ାଉ, ବେଆଇନ ବିଦେଶୀ ମଦ ଜବତ
ଦୁଇ ଜଣଙ୍କୁ ଗିରଫ କଲା ଅବକାରୀ ବିଭାଗ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/11/09/mada-2025-11-09-19-42-12.jpg)