Transgender Murder Case Photograph: (OTV)
କିନ୍ନର ଅଞ୍ଜଲି ଓରଫ ସୋନା ହତ୍ୟା ମାମଲାରେ ଖୁଲାସା। ଲୁଟ ଉଦ୍ଦେଶ୍ୟରେ ହିଁ ହୋଇଥିଲା ହତ୍ୟାକାଣ୍ଡ। ପ୍ରେସମିଟରେ ପୁରୀ ପୋଲିସ ଖୁଲାସା କରିଛି । ଗତକାଲି ପୋଲିସ ଜଣଙ୍କୁ ଏନକାଉଣ୍ଟର କରିଥିଲା। ଏହି ମାମଲାରେ ଦୁଇ ଜଣଙ୍କୁ ଗିରଫ କରିଛି ପିପିଲି ପୋଲିସ। ଲୁଟ ପାଇଁ କିନ୍ନର ଅଞ୍ଜଲିଙ୍କୁ ହତ୍ୟା କରିଥିଲା କୁଖ୍ୟାତ ଲୁଟେରା କୃଷ୍ଣ କାଣ୍ଡି।
ପୋଲିସ ଗୁଳିରେ କ୍ରିଷ୍ଣା ଆହତ ହୋଇଥିବା ବେଳେ ତାର ସହଯୋଗୀ ସାନିଲ କାଣ୍ଡିକୁ ପୋଲିସ ଗିରଫ କରିଛି। ପୋଲିସ ଏନକାଉଣ୍ଟରରେ ମୁଖ୍ୟ ଅଭିଯୁକ୍ତ କୃଷ୍ଣ କାଣ୍ଡି ଗୁରୁତର ହୋଇଥିବା ଅନ୍ୟ ସହଯୋଗୀଙ୍କୁ ଖୋଜୁଛି ପୋଲିସ । ଭୁବନେଶ୍ବର ଉପକଣ୍ଠ ସିଫା ନିକଟରେ କିନ୍ନର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ କୃଷ୍ଣ କାଣ୍ଡିର ଘର ପୁରୀ ଜିଲ୍ଲା ଗଡରୁପାସରେ।
ଅଭିଯୁକ୍ତକୁ ଧରିବାକୁ ପୋଲିସ ଯାଇଥିବାବେଳେ ଖସି ଯିବାକୁ ଉଦ୍ୟମ କରିବା ସହ ପୋଲିସ ଉପରେ ଗୁଳି ଚଳାଇଥିଲା କୃଷ୍ଣ। ପୋଲିସର ପାଲଟା ଗୁଳିରେ ସେ ଆହତ ହୋଇଛି। ତାର ଗୋଡ଼ରେ ବାଜିଛି ଗୁଳି। ଗୁରୁତର ଅବସ୍ଥାରେ ତାକୁ ପ୍ରଥମେ ପିପିଲି ହସ୍ପିଟାଲ ଓ ପରେ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଛି।
ପୁରୀ ଏସପିଙ୍କ ସୂଚନା ଅନୁସାରେ, କୃଷ୍ଣ ଜଣେ ଅଭ୍ୟାସଗତ ଅପରାଧୀ। ତା ନାଁରେ ରହିଛି ଏକାଧିକ ଛିନତାଇ ମାମଲା ରହିଛି। ଅନ୍ୟ ଅଭିଯୁକ୍ତଙ୍କୁ ମଧ୍ୟ ଧରିବାକୁ ପୋଲିସ ତଦନ୍ତ ଜାରି ରଖିଛି। ଗତ ୧ ତାରିଖରେ ସିଫା ନିକଟରେ କିନ୍ନର ଅଞ୍ଜଲିଙ୍କୁ ହତ୍ୟା କରାଯାଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/12/transgender-murder-case-2026-02-12-15-14-06.jpg)