Advertisment

Midnight Chaos: ରାତି ଅଧରେ ଅବକାରୀ ଟିମ୍ କୁ ମାତାଲଙ୍କ ଆଟାକ୍, ବାର୍ ଚଢ଼ଉ ସାରି ଫେରିବା ବେଳେ ବୋତଲ ମାଡ଼

ରୋମିଓ ଲେନ୍ ବାର ସାମ୍ନାରେ ସୃଷ୍ଟି ହୋଇଥିଲା ଏଭଳି ଅପ୍ରୀତିକର ସ୍ଥିତି। ଯାହାକୁ ନେଇ ଅବକାରୀ ଟିମ୍ ପକ୍ଷରୁ ସ୍ଥାନୀୟ ଥାନାରେ ଏତଲା ଦିଆଯାଇଛି। ପୋଲିସ ୪ ଜଣଙ୍କୁ ବାନ୍ଧି ଅନ୍ୟମାନଙ୍କୁ ଖୋଜୁଛି।

ROMEO-LANE

ROMEO-LANE Photograph: (OTV)

Advertisment

ରାଜଧାନୀରେ ରାତି ଅଧରେ ଅଜବ ଦୃଶ୍ୟ। ଅବକାରୀ ଟିମ୍ ଓ ଉତ୍ପାତିଆ ନିଶାଡ଼ି ମୁହାଁ ମୁହିଁ। ଚନ୍ଦ୍ରେଶଖରପୁର ସ୍ଥିତ ଏକ ବାର୍ ରେ ରେଡ୍ ସାରି ଫେରୁଥିବା ଅବକାରୀ ଟିମ୍ ଗାଡ଼ି ଉପରକୁ ହୋଇଛି ବୋତଲ ମାଡ଼, ଅଫିସରଙ୍କ ଉପରେ ମଦ ଢାଳିଛନ୍ତି ନିଶାରେ ଚୁର୍ ମଦ୍ୟପ। ସ୍ଥାନୀୟ ଥାନାରେ ଏତଲା ପରେ ପୋଲିସ୍ ୪ଜଣଙ୍କୁ ବାନ୍ଧିଛି। ଅବକାରୀ ବିଭାଗ ଚେତାଇ ଦେଇଛି-ରାତି ୧୨ଟା ପରେ ଖୋଲା ରହୁଥିବା ଓ ଲାଇସେନସ ନଥିବା ବାର୍ ଓ ପବ୍ ଙ୍କ ବିରୋଧରେ ରେଡ୍ ଜାରି ରହିବ।...

Advertisment

ସେଲିବ୍ରେସନ ନାଁରେ ସୀମା ଲଂଘିଲା ନିଶାଡ଼ିଙ୍କ ଉତ୍ପାତ । ବାର୍ ରେ ଚଢ଼ାଉ ସାରି ଫେରୁଥିବା ଅବକାରୀ ଟିମ୍ କୁ କଲେ ଆକ୍ରମଣ । ଏକ୍ସାଇଜ୍ ଗାଡ଼ି ଉପରକୁ ଫିଙ୍ଗିଲେ ମଦ ବୋତଲ । ଅବକାରୀ ଅଫିସରଙ୍କ ଉପରେ ଢାଳି ଦେଲେ ବିୟର ।

ଗତକାଲି ରାତି ଅଧରେ ଚନ୍ଦ୍ରଶେଖରପୁର ଥାନା ପାଖ ରୋମିଓ ଲେନ୍ ବାର ସାମ୍ନାରେ ସୃଷ୍ଟି ହୋଇଥିଲା ଏଭଳି ଅପ୍ରୀତିକର ସ୍ଥିତି। ଯାହାକୁ ନେଇ ଅବକାରୀ ଟିମ୍ ପକ୍ଷରୁ ସ୍ଥାନୀୟ ଥାନାରେ ଏତଲା ଦିଆଯାଇଛି। ପୋଲିସ ୪ ଜଣଙ୍କୁ ବାନ୍ଧି ଅନ୍ୟମାନଙ୍କୁ ଖୋଜୁଛି। ତେବେ କଣ ଥିଲା ଗତକାଲିର ପୁରା ଘଟଣାକ୍ରମ ? ସମୟ ରାତି ପ୍ରାୟ ୧୨ଟା। ରୋମିଓ ଲେନ୍ ବାରରେ ଯାଞ୍ଚ ସାରି ଫେରୁଥିଲା ଅବକାରୀ ଟିମ୍।

Advertisment

ପିସିଆର ଆସି ଥାନାକୁ ନେଇଥିଲା

ଗାଡ଼ିରେ ବସିବାକୁ ଅଧିକାରୀ ଓ କର୍ମଚାରୀମାନେ ଯାଉଥିବାବେଳେ ହଠାତ୍ ହୋଇଥିଲା ବୋତଲ ମାଡ଼। ଖାକି ପୋଷାକରେ ଥିଲେ ବି ଅବକାରୀ ଟିମ୍ କୁ କଦର୍ଯ୍ୟ ଭାଷାରେ ଗାଳି କରିବାକୁ ପଛାଇ ନଥିଲେ ନିଶାରେ ଚୁର ଯୁବକ। ଖବର ପାଇ ପିସିଆର ଆସି କେତେକଙ୍କୁ ଥାନାକୁ ନେଇଥିଲା। ତେବେ ଆକ୍ରମଣକାରୀ ମଦ୍ୟପଙ୍କୁ ବାର୍ କର୍ତ୍ତୃପକ୍ଷ ପଠାଇଥିଲେ ? ନା ହଠାତ୍ ବାର୍ ବନ୍ଦ ହୋଇଯିବା ରାଗରେ ଏଭଳି କରିଥିଲେ, ତାହା ସ୍ପଷ୍ଟ ହୋଇନି। 

ନିଶାଡ଼ିଙ୍କ ସହ ମୁହାଁମୁହିଁ ପରେ ବି ସେଇ ରାତିରେ ଜାରି ରହିଥିଲା ଅବକାରୀ ଟିମ୍ ର ରାଜଧାନୀରେ ଅନ୍ୟ ବାର ଗୁଡ଼ିକ ଉପରେ ରେଡ୍। ମାନେ ସଠିକ୍ ନିୟମ ମାନୁଛନ୍ତି ନା ନାହିଁ ? ନିର୍ଦ୍ଧାରିତ ସମୟରେ ବାର ବନ୍ଦ ହେଉଛି ନା ବେଶୀ ରାତି ଯାଏଁ ଖୋଲା ରହୁଛି ? ଚାଲିଥିଲା ଏସବୁର ମାରାଥନ୍ ଯାଞ୍ଚ...

Advertisment

ସୂଚନା ଅନୁସାରେ ରାଜଧାନୀରେ ରହିଛି ୧୫୫ରୁ ଅଧିକ ବାର, ପବ୍ ଓ କ୍ଲବ। ରାତି ୧୨ଟା ଯାଏଁ ଏସବୁ ଖୋଲା ରଖିବାର ନିୟମ ରହିଛି। ତେବେ ସ୍ପେଶାଲ ଅକେଜନ ସମୟରେ ଏସବୁ ରାତି ସାଢ଼େ ଗୋଟାଏ ପର୍ଯ୍ୟନ୍ତ ଖୋଲା ଯାଇ ପାରିବ। କିନ୍ତୁ ସେଥିପାଇଁ ଆଗୁଆ ସପ୍ତାହେ ଆଗରୁ ଅନୁମତି ଆଣିବାକୁ ପଡ଼ିବ। ତେଣୁ ଏମାନେ ଟାଇମ୍ ଲିମିଟ୍, ଗ୍ରାହକଙ୍କ ସୁରକ୍ଷା ସହ ଅଗ୍ନି ନିରାପତ୍ତା ନିୟମ ମାନୁଛନ୍ତି ନା ନାହିଁ ? ସେସବୁର ଯାଞ୍ଚ ପାଇଁ ତତ୍ପର ହୋଇଛି ଅବକାରୀ ବିଭାଗ।

ଯେହେତୁ ଆଗକୁ ନୂଆବର୍ଷ ଆସୁଛି ଓ ଏବେ ଡିସେମ୍ବର ମାସ ଚାଲିଛି, ତେଣୁ ସେଥିପ୍ରତି ଅଧିକ ଯତ୍ନବାନ ହୋଇଛି। ନିକଟରେ ପଳାଶୁଣୀସ୍ଥିତ ନୋ ଲିମିଟ୍ ଏୟାର ରେ ଅଗ୍ନିକାଣ୍ଡ ପରେ ରାଜଧାନୀର ଅନ୍ୟ ସମସ୍ତ ବାର ଉପରେ କରୁଛି ଅଚାନକ ରେଡ୍। ଅବକାରୀ ଅଧିକ୍ଷକଙ୍କ ନେତୃତ୍ବରେ ୭ଟି ଟିମ୍ ଏଥିରେ ନିୟୋଜିତ ହୋଇଛନ୍ତି ଓ ଆଗକୁ ଏଭଳି ରେଡ୍ ଚାଲୁ ରହିବ ବୋଲି କହିଛନ୍ତି ଅବକାରୀ ସୁପରିଟେଣ୍ଡେଣ୍ଟ।...

ଅବକାରୀ ବିଭାଗର ଏଭଳି ମାରାଥନ ରେଡ଼ ପରେ ଗୋଟିଏ ପଟେ ବାର୍ ମାଲିକଙ୍କ ମଧ୍ୟରେ ଛନକା ତ ପଶିଛି। ତେଣେ ଗତକାଲିର ଘଟଣା ପରେ ମଝି ରାତିରେ ମଦ ନିଶାରେ ଚୁର ଉତ୍ପାତିଆ ନିଶାଡିଙ୍କୁ ସାଇଜ୍ କରିବାକୁ ପୋଲିସ ବି ଆକ୍ସନ ମୋଡକୁ ଆସିଯାଇଛି।...



Attack Raid
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ