Kamakhyanagar-EXCISE-RAID Photograph: (OTV)
ଚକାଚକ୍ ବୋତଲରେ ଚିକଚିକ୍ ମଦ । ଢୋକେ ପିଇଲେ ଘଣ୍ଟେ ନିଦ । କିନ୍ତୁ ମଦ ମାଲିକର ନିଦ ଭାଙ୍ଗିଦେଲା ଅବକାରୀ ବିଭାଗ । ଘାଟା ହେଲା ସ୍ବାମୀ-ସ୍ତ୍ରୀଙ୍କ ବେଆଇନ ମଦ ବେପାର । ଧରା ପଡ଼ିଛନ୍ତି ନକଲି ମଦ କାରଖାନାର ଖୋଦ୍ ମାଲିକାଣୀ । ମାଲିକ ଫେରାର୍ ହୋଇଯାଇଛି ବିଭାଗ ବାନ୍ଧିଛି ମାଲିକାଣୀ ପଦ୍ମିନୀ ନାଏକଙ୍କୁ । ପରଜଙ୍ଗ ଥାନା କନ୍ଦରସିଙ୍ଗା ଗାଁରେ ଥିଲା ଏହି ନକଲି ବିଦେଶୀ ମଦ କାରଖାନା । ଅବକାରୀ ବିଭାଗ ବଡ଼ ଧରଣ ଚଢ଼ାଉ କରି ପ୍ରାୟ ୨୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ନକଲି ବିଦେଶୀ ମଦ ଓ ମଦ ତିଆରି ସାମଗ୍ରୀ ଜବତ କରିଥିବା ସୂଚନା ଦେଇଛି ।
ଶନିବାର ରାତିରେ ଅବକାରୀ ବିଭାଗର ଏକ ସ୍ୱତନ୍ତ୍ର ଟିମ ନକଲି ମଦ ତିଆରି କାରଖାନା ଉପରେ ଚଢ଼ାଉ କରିଥିଲା l ସେହି ସମୟରେ ବିଭିନ୍ନ ନାମୀ ଦାମୀ କମ୍ପାନୀର ପ୍ରାୟ ୧୪୩ ଲିଟର ବିଦେଶୀ ମଦ, ୬ ଲିଟର ଫ୍ଲେଭର, ୧୦ ଲିଟର କାରାମେଲ ଓ ୭ ହଜାର ୨୬୫ଟି ବିଭିନ୍ନ ବିଦେଶୀ ମଦ କମ୍ପାନୀର ଷ୍ଟିକର ଜବତ କରିଥିଲା । ଖାଲି ସେତିକି ନୁହେଁ, ୧୭ ହଜାର ୯୯୭ଟି ନକଲି ଠିପି ଏବଂ ମଦରେ ବ୍ୟବହୃତ ଏକ ମେସିନକୁ ବି ଜବତ କରିଛି ଅବକାରୀ ବିଭାଗ l ସ୍ବାମୀ-ସ୍ତ୍ରୀଙ୍କ ଏ ବେଆଇନ୍ ମଦ କାରଖାନାର ଗୁମର ବିଭାଗ ଖୁଲାସା କରିଛି । ସ୍ତ୍ରୀ ହୋଇଛନ୍ତି ଗିରଫ, ଫେରାର ସ୍ବାମୀକୁ ଖୋଜୁଛି ବିଭାଗ ।
ତେବେ ଅନେକ ସମୟରେ ବିଭିନ୍ନ ନକଲି ମଦ କାରଖାନା ଉପରେ ଚଢ଼ାଉ କରିଛି ଅବକାରୀ ବିଭାଗ । ହେଲେ ପରଜଙ୍ଗରରେ ସ୍ବାମୀ-ସ୍ତ୍ରୀଙ୍କ ଲକ୍ଷ ଲକ୍ଷ ଟଙ୍କାର ଏ ନକଲି ମଦ କାରଖାନା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/26/kamakhyanagar-excise-raid-2025-10-26-17-48-03.jpg)