Advertisment

Ex-DGP Former Minister: ବୋହୂ ସହ ଥିଲା ଅବୈଧ ସଂପର୍କ, ବଳି ପଡିଲା ପୁଅ...ପୂର୍ବତନ DGPଙ୍କ ଅନୈତିକ କାମ

୩୫ ବର୍ଷୀୟ ପୁଅର ମୃତଦେହ ରହସ୍ୟଜନକ ଅବସ୍ଥାରେ ମିଳିବା ପରେ ଫସିଛନ୍ତି ବାପା-ମା’। ବାପା ହେଉଛନ୍ତି ପଞ୍ଜାବର ପୂର୍ବତନ DGP ମହମ୍ମଦ ମୁସ୍ତାଫା ଏବଂ ମା’ ପଞ୍ଜାବର ପୂର୍ବତନ ମନ୍ତ୍ରୀ ରଜିଆ ସୁଲତାନା।

Punjab-Son-Death

Punjab-Son-Death Photograph: (OTV)

Advertisment

୩୫ ବର୍ଷୀୟ ପୁଅର ମୃତଦେହ ରହସ୍ୟଜନକ ଅବସ୍ଥାରେ ମିଳିବା ପରେ ଫସିଛନ୍ତି ବାପା-ମା’। ବାପା ହେଉଛନ୍ତି ପଞ୍ଜାବର ପୂର୍ବତନ DGP ମହମ୍ମଦ ମୁସ୍ତାଫା ଏବଂ ମା’ ପଞ୍ଜାବର ପୂର୍ବତନ ମନ୍ତ୍ରୀ ରଜିଆ ସୁଲତାନା। ପଞ୍ଚକୁଲା ପୋଲିସ ହତ୍ୟା ଏବଂ ଅପରାଧିକ ଷଡ଼ଯନ୍ତ୍ର ଅଭିଯୋଗରେ ବାପା-ମା’ଙ୍କ ସହିତ, ଝିଅ ଏବଂ ବୋହୂଙ୍କ ସମେତ ପରିବାରର ୫ ଜଣ ସଦସ୍ୟଙ୍କ ବିରୋଧରେ ଏଫଆଇଆର ରୁଜୁ କରିଛି। ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଛି। 

Advertisment

ଆକିଲଙ୍କ ପଡ଼ୋଶୀ ଶାମସୁଦ୍ଦିନଙ୍କ ଅଭିଯୋଗ ଆଧାରରେ ଏଫଆଇଆର ରୁଜୁ କରାଯାଇଛି।  ସେ ପୋଲିସ କମିଶନରଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହି ଅଭିଯୋଗ ଖୁବ୍ ଗମ୍ଭୀର ଥିଲା। ଆକିଲଙ୍କ ପତ୍ନୀ ଏବଂ ତାଙ୍କ ବାପା ମହମ୍ମଦ ମୁସ୍ତାଫାଙ୍କ ଅବୈଧ ସମ୍ପର୍କ ଥିଲା ଏବଂ ପୂର୍ବତନ ମନ୍ତ୍ରୀ ରଜିଆ ସୁଲତାନା ଏହି ଷଡ଼ଯନ୍ତ୍ରରେ ସାମିଲ ଥିଲେ।

୧୬ ଅକ୍ଟୋବର ବିଳମ୍ବିତ ରାତିରେ ଆକିଲଙ୍କ ମୃତ୍ୟୁ ପରେ ସାମ୍ନାକୁ ଆସିଥିଲା ଏକ ସାଂଘାତିକ ଭିଡିଓ। ଏହାକୁ ଆଧାର କରି ପଞ୍ଚକୁଲା ମନସା ଦେବୀ ପୋଲିସ ଷ୍ଟେସନରେ ମାମଲା ରୁଜୁ କରାଯାଇଥିଲା। ପରିବାର ପ୍ରଥମେ ରିପୋର୍ଟ କରିଥିଲେ ଯେ ଆକିଲଙ୍କ ମୃତ୍ୟୁ ନିଶା ଓଭର୍‌ଡୋଜ୍ ଯୋଗୁଁ ହୋଇଥିଲା।

Advertisment

ଅଗଷ୍ଟ ୨୭ ତାରିଖର ଆକିଲଙ୍କ ଏକ ଭିଡିଓ ସାମ୍ନାକୁ ଆସିଲା ଯେଉଁଥିରେ ସେ ତାଙ୍କ ପରିବାର ସଦସ୍ୟଙ୍କ ବିରୋଧରେ ତାଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରୁଥିବାର ଗମ୍ଭୀର ଅଭିଯୋଗ ଆଣିଛନ୍ତି। ଏହି ଭିଡିଓରେ ସେ ତାଙ୍କ ବାପା ଏବଂ ସ୍ତ୍ରୀଙ୍କ ମଧ୍ୟରେ ଅବୈଧ ସମ୍ପର୍କ ଥିବା କହିଛନ୍ତି।  

ପଡ଼ୋଶୀ ଶାମସୁଦ୍ଦିନଙ୍କ ଅଭିଯୋଗ ଏବଂ ଭାଇରାଲ୍ ଭିଡିଓକୁ ଆଧାର କରି, ପୋଲିସ ମହମ୍ମଦ ମୁସ୍ତାଫା, ତାଙ୍କ ପତ୍ନୀ ରଜିଆ ସୁଲତାନା, ବୋହୂ ଏବଂ ଝିଅଙ୍କ ବିରୋଧରେ ମାମଲା ରୁଜୁ କରିଛି। ପୋଲିସ ଏବେ ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରୁଛି ଏବଂ ଭାଇରାଲ୍ ଭିଡିଓର ସତ୍ୟତା ଯାଞ୍ଚ କରୁଛି। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ