Advertisment

Brother Turns Killer: ଭାଇକୁ ସୁପାରୀ ଦେଇ ମାରିଲା ଭାଇ, ବିଶ୍ବାସରେ ବିଷ ଦେଲା ବେଷ୍ଟଫ୍ରେଣ୍ଡ

Murder

Murder Photograph: (OTV)

Advertisment

ଭାଇ ହେଲା ଭଗାରି, ସାଙ୍ଗ ସାଜିଲା ସୈତାନ। ସାନଭାଇକୁ ସୁପାରି ଦେଇ ମାରିଲା ବଡ଼ଭାଇ। ବେଷ୍ଟଫ୍ରେଣ୍ଡକୁ ଲଗାଇ ହତ୍ୟା କରିଥିଲା। ସୁପାରି ନେଇ ସାଙ୍ଗକୁ ନଦୀ ବ୍ରିଜ ଉପରୁ ଠେଲି ଦେଇଥିଲା ବେଷ୍ଟଫ୍ରେଣ୍ଡ।

Advertisment

ବଲାଙ୍ଗିର ଦେଉଳଗୁଡ଼ି ଗାଁର ନଟରାଜ ଥାନାପତିଙ୍କୁ ହତ୍ୟାର ପର୍ଦ୍ଦାଫାସ କରିଛି ପୋଲିସ। ଏହି ଘଟଣାରେ ତୁଷୁରା ପୋଲିସ ଅଭିଯୁକ୍ତ ବଡ଼ ଭାଇ ନବକୁମାର ଥାନାପତିଙ୍କ ସେମତ ୮ ଜଣଙ୍କୁ ଗିରଫ କରିଛି।

ମୃତ ନଟରାଜଙ୍କ ବେଷ୍ଟଫ୍ରେଣ୍ଡ କ୍ଷେତ୍ରକୁ ହତ୍ୟା ପାଇଁ ସୁପାରି ଦେଇଥିଲା ବଡ଼ଭାଇ। ଏନେଇ ୬୦ ହଜାର ଟଙ୍କା ଆଡଭାନ୍ସ ନେଇଥିଲା ହତ୍ୟାକାରୀ। ଗତ ୨ ତାରିଖରେ ତେଲ ନଦୀ ବ୍ରିଜ ଉପରୁ ଯୁବକଙ୍କୁ ଠେଲି ହତ୍ୟା କରିଥିଲା ବେଷ୍ଟଫ୍ରେଣ୍ଡ।

Advertisment

ବାହାଘରର ଗୋଟିଏ ମାସ ଆଗରୁ ନଟରାଜ ଥାନାପତିଙ୍କ ଶବ ତୁଷୁରା ତେଲନଦୀ ବ୍ରିଜ ତଳୁ ମିଳିଥିଲା। ନଟରାଜଙ୍କ ଭାବିପତ୍ନୀ କହିଥିଲେ, ଅନ୍ଧାର ରାତିରେ କ୍ଷେତ୍ର ବୋଲି ଜଣକୁ ଡାକିଥିଲେ ନଟରାଜ। ୮ ଜଣ ଗିରଫ ହୋଇଥିବା ବେଳେ କେଉଁ କାରଣରୁ ବଡ଼ଭାଇ ସୁପାରି ଦେଇ ସାନଭାଭକୁ ହତ୍ୟା କଲା ଆଜି ପ୍ରେସମିଟରେ ବିସ୍ତୃତ ସୂଚନା ଦେବ ପୋଲିସ। 

Crime News Bolangir Supari Killing Murder
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ