FIRING Photograph: (OTV)
ଭବାନୀପାଟଣା ସହର ଟାଉନ ଥାନା ଅଧୀନ ବିବିସିପଡା ହନୁମାନ ମନ୍ଦିର ନିକଟରେ ଗୁଳିକାଣ୍ଡ । ସାମାନ୍ୟ ବଚସାରୁ ମଦ୍ୟପ ଯୁବକ ଗୁଳି ଫୁଟାଇଥିବା ସୂଚନା ମିଳିଛି। ୨ଟି ମାଉଜର ପିସ୍ତଲ ଜବତ ସହ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରିଥିଲା ପୋଲିସ ।
ପରେ ଭବାନୀପାଟଣା ବିବିସିପଡାର ଜଣେ ଯୁବକ ଯଶୋବନ୍ତ ନାଏକ କୁ ଗିରଫ କରିଛି କଳାହାଣ୍ଡି ପୋଲିସ । ସୂଚନା ଅନୁଯାୟୀ ବିଳମ୍ୱିତ ରାତିରେ ସହରର ଦୟାନିଧି ଛକ ନିକଟରେ ନିର୍ମାଣାଧୀନ ଠିକା କାମକୁ ନେଇ ବଚସା ହୋଇଥିଲା । ଏହାପରେ ଯଶୋବନ୍ତ ଗୁଳିଚାଳନା କରିଥିଲା। ...
ଠିକା କାମକୁ ନେଇ ସାମାନ୍ୟ ବଚସାରୁ ଗୁଳିକାଣ୍ଡ ହୋଇଥିଲା । ଉକ୍ଷିପ୍ତ ହୋଇ ସମ୍ପୃକ୍ତ ଯୁବକ ଯଶୋବନ୍ତ ଅନ୍ୟ ଜଣେ ଯୁବକଙ୍କ ମୁଣ୍ଡରେ ବନ୍ଧୁକ ଲଗାଇଥିଲା । ପାଖରେ ଥିବା ଯୁବକ ବନ୍ଧୁକ ଉପରକୁ କରିବା ପରେ (ବ୍ଳାଙ୍କ ଫାୟାରିଂ) ଫାଙ୍କା ଗୁଲିଚାଳନା ହୋଇଥିଲା। ପରେ ଉପରକୁ ଗୁଳି ଫୁଟିଥିଲା । ଟାଉନଥାନା ପୋଲିସ ପହଞ୍ଚି ତଦନ୍ତ କରିଥିଲା ।
ଭବାନୀପାଟଣାରେ ଫୁଟିଲା ଗୁଳି
ଭବାନୀପାଟଣା ସହରରେ ଫୁଟିଲା ଗୁଳି
ଟାଉନ ଥାନା ବିବିଶିପଡ଼ା ହନୁମାନ ମନ୍ଦିର ନିକଟର ଗୁଳିମାଡ଼
ସାମାନ୍ୟ ବଚସାରୁ ମଦ୍ୟପ ଯୁବକ ଗୁଳି ଫୁଟାଇଥିବା ସୂଚନା
୨ଟି ମାଉଜର ପିସ୍ତଲ ଜବତ ସହ ଜଣେ ଗିରଫ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/18/firing-2026-02-18-13-30-00.jpg)