Advertisment

Dramatic Murder: ପାଖକୁ ଆସି କହିଲେ ଭାଇନା ନମସ୍କାର, ତାପରେ ଜିରୋ ପଏଣ୍ଟରୁ ଗୁଳିମାଡ

ପାଖକୁ ଆସିଲେ ଭାଇନା ବୋଲି ଡାକି ନମସ୍କାର କଲେ। ଆଉ ପ୍ରତି ନମସ୍କାର ପାଇବା ମାତ୍ରେ ହଠାତ ହୋଇଥିଲା ଗୁଳିମାଡ। ପ୍ରଥମ ଗୁଳିଟି ପୀତିବାସଙ୍କ ଦେହରେ ବାଜି ନଥିଲା। ଗାଡିରୁ ତଳକୁ ପଡି ଯାଇଥିଲେ ପୀତବାସ।

ଅଦ୍ୟତନ ହୋଇଛି
BHAINA-NMASKAR

BHAINA-NMASKAR Photograph: (OTV)

Advertisment

ପାଖକୁ ଆସିଲେ ଭାଇନା ବୋଲି ଡାକି ନମସ୍କାର କଲେ। ଆଉ ପ୍ରତି ନମସ୍କାର ପାଇବା ମାତ୍ରେ ହଠାତ ହୋଇଥିଲା ଗୁଳିମାଡ। ପ୍ରଥମ ଗୁଳିଟି ପୀତିବାସଙ୍କ ଦେହରେ ବାଜି ନଥିଲା। ଗାଡିରୁ ତଳକୁ ପଡି ଯାଇଥିଲେ ପୀତବାସ। ଆଉ ଏହାର କିଛି ସେକେଣ୍ଡରେ ହୋଇଥିଲା ଦ୍ବିତୀୟ ଗୁଳିମାଡ। ଆଉ ଏଥିରେ ପୁରା ଜିରୋ ପଏଣ୍ଟରୁ ଫାୟାରିଂ କରିବାରେ ସଫଳ ହୋଇଥିଲେ ଶାର୍ପ ସୁଟର। ବାସ ଏକାଥରେ କାମ ଶେଷ। ହତ୍ୟା ପାଇଁ ଏହା ଥିଲା ଶୁଟରଙ୍କ ତୃତୀୟ ଚେଷ୍ଟା। ବହୁ ପୂର୍ବରୁ ପୀତବାସଙ୍କୁ ହତ୍ୟା କରିବା ପାଇଁ ହୋଇଥିଲା ପ୍ରି-ପ୍ଲାନ୍ ।

Advertisment

ବ୍ରହ୍ମପୁରର ବହୁ ଚର୍ଚ୍ଚିତ ପୀତବାସ ପଣ୍ଡାଙ୍କୁ ହତ୍ୟା କରିବା ପାଇଁ ୩ଥର ଉଦ୍ୟମ କରିଥିଲେ ହତ୍ୟାକାରୀ। ହେଲେ ଫେଲ୍ ମାରିଥିଲେ । ଶେଷରେ କିଛିଦିନ ରେକି କରିବା ପରେ ପୀତବାସଙ୍କୁ ହତ୍ୟା କରିବାରେ ଗତ ୬ ତାରିଖରେ ସଫଳ ହୋଇଥିଲେ ହତ୍ୟାକାରୀ। ଗତ ମାସ ୧୪ ତାରିଖରେ ପୀତବାସ ପଣ୍ଡାଙ୍କୁ ହତ୍ୟା ପାଇଁ ଉଦ୍ୟମ କରାଯାଇଥିଲା। ବିହାର ଆସିଥିବା ସୁଟର ପୀତବାସଙ୍କୁ ହତ୍ୟା କରିଥାନ୍ତେ। ହେଲେ ବିହାରରୁ ଆସିଥିବା ଜଣେ ସାର୍ପ ସୁଟରର ପତ୍ନୀ ଦେହ ଖରାପ ହେବାରୁ ସେ ତୁରନ୍ତ ବିହାର ପଳାଇଥିଲେ । ହତ୍ୟା ପାଇଁ ହୋଇଥିବା ଯୋଜନାକୁ ଅଟକାଇବାକୁ ପଡିଥିଲା। ଏପରିକି ଏକା ମାଡରେ ସଫା କରିବାକୁ ଶାର୍ପ ସୁଟର ପୀତବାସଙ୍କ ଘର ପାଖରେ ଭଡାଘର ନେଇ ରହିଥିଲେ। ପୂରା ଫିଲ୍ମ ଷ୍ଟାଇଲ୍ ରେ ହତ୍ୟା କରିବା ପାଇଁ ଯୋଜନା କରିଥିଲେ । ପ୍ରଥମେ ପୀତବାସଙ୍କୁ ରେକି କରିଥିଲେ, ତା ପରେ କେଉଁଠୁ ହତ୍ୟା କରିବେ କେମିତି ହତ୍ୟା କରିବେ ତାର ମାଷ୍ଟର ପ୍ଲାନ୍ ବନାଇଥିଲେ ।

ଏହାପରେ ହତ୍ୟାକାରୀ ଘଟଣାସ୍ଥଳରୁ ଛୁ ମାରିବା ସହ ଶୀତଳପଲ୍ଲୀ ଯାଇ ସେଠାରେ ରକ୍ତ ଭିଜା ପ୍ୟାଣ୍ଟସାର୍ଟ ଖୋଲି ନୂଆ ପୋଷାକ ପିନ୍ଧିଥିଲେ। ଏଥିସହ ବାଇକ ହେଲମେଟ ଓ ବ୍ୟବହୃତ ବନ୍ଧୁକକୁ ସେଠାରେ ହିଁ ପୋତି ପଳାଇଥିଲେ। ଯାହାର ଖୁଲାସା କରିଛନ୍ତି ବ୍ରହ୍ମପୁର ଏସପି। ପୀତବାସଙ୍କୁ ହତ୍ୟା କରିବା ପାଇଁ ୫୦ ଲକ୍ଷ ଟଙ୍କା ଡିଲ୍ ହୋଇଥିଲା । ସାର୍ପ ସୁଟରଙ୍କୁ ଅଗ୍ରୀମ ୧୦ ଲକ୍ଷ ଟଙ୍କା ଦିଆଯାଇଥିଲା।

ମାମଲାରେ ବିଜେଡି ନେତା ତଥା ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ସମେତ ୧୩ ଜଣ ଗିରଫ। ଗତ ୬ ତାରିଖ ଦିନ ଫିଲ୍ମ ଷ୍ଟାଇଲରେ ହତ୍ୟା କରିଥିଲେ ଅଭିଯୁକ୍ତ। ଗିରଫ ହୋଇଥିବା ଚିଣ୍ଟୁ ପ୍ରଧାନ ଗାଡି ଚଳାଇ ଯାଇଥିବା ବେଳେ କୁରୁପତି ଭୂୟାଁ ପୀତବାସଙ୍କ ଉପରେ ଗୁଳି ଚଳାଇଥିଲେ। ମଳୟ ବିଷୋୟୀ ଓ ମଦନ ଦଳେଇ ପୂରା ଷଡ଼ଯନ୍ତ୍ର କରିଥିଲେ। ବିକ୍ରମ ପଣ୍ଡା ଓ ପୂର୍ବତନ ମେୟର ପିଣ୍ଟୁ ଦାସ ସବୁ ଷଡ଼ଯନ୍ତ୍ର କରାଇଥିଲେ। ମଳୟ ବିଷୋୟୀ ଓ ମଦନ ଦଳେଇ ଜରିଆରେ ଷଡ଼ଯନ୍ତ୍ର କରିଥିଲେ ବିକ୍ରମ ପଣ୍ଡା। ବିକ୍ରମ ପଣ୍ଡା ଓ ପିଣ୍ଟୁ ଦାସଙ୍କ ଠାରୁ ୫୦ ଲକ୍ଷ ଆଣିବାର ବ୍ୟବସ୍ଥା ହୋଇଥିଲା। ଉମା ବିଷୋୟୀ ପାଖରେ ସବୁ ଡିଲ୍ ଟଙ୍କା ରହିଛି ବୋଲି ଜଣାପଡିଛି । ମାମଲା ଥଣ୍ଡା ହେଲା ପରେ ଯାଇ ଟଙ୍କା ବଣ୍ଟା ଯାଇଥାନ୍ତା। ଗିରଫ ହୋଇଥିବା ପିଣ୍ଟୁ ଦାସଙ୍କ ନାଁରେ ୩୮ଟି ମାମଲା ରହିଛି। ଏଥିସହ ବିକ୍ରମ ପଣ୍ଡାଙ୍କ ନାଁରେ ଅପରାଧିକ ଷଡ଼ଯନ୍ତ୍ର ପ୍ରମାଣ ମିଳିଛି। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ