Advertisment

‘Digital Arrest’ Scam: ବରିଷ୍ଠ ନାଗରିକଙ୍କୁ ଆତଙ୍କବାଦୀ ଭୟ ଦେଖାଇଲେ, ଦେଢ଼ ଦିନ ଯାଏ ନରଜବନ୍ଦୀ ରଖି କୋଟିଏ ଟଙ୍କା ମାଗିଲେ

ଏକ ଅଜଣା ନମ୍ବରରେ ଦୁର୍ବୃତ୍ତ କଲ୍ କରି ନିଜକୁ ପୋଲିସର ପରିଚୟ ଦେଇ ଉଭୟଙ୍କୁ ଭୟ ଦେଖାଇଥିଲେ। ତାଙ୍କ ଆଧାର କାର୍ଡ ଆତଙ୍କବାଦୀ ବ୍ୟବହାର କରୁଥିବା କହିଥିଲେ। ଗିରଫ କରାଯିବ ଏବଂ ବିନା ଅନୁମତିରେ ପାଦେ ବି ନଘୁଞ୍ଚିବାକୁ ଧମକ ଦେଇଥିଲେ।

Digital Arrest

Digital Arrest Photograph: (OTV)

Advertisment

ଦେଢ ଦିନ ଯାଏଁ ଦମ୍ପତିଙ୍କୁ ନଜରବନ୍ଦୀ। ଭୁବନେଶ୍ବରରେ ବରିଷ୍ଠ ନାଗରିକ ଡିଜିଟାଲ୍ ଆରେଷ୍ଟ । ଅଳ୍ପକେ ବଞ୍ଚିଗଲା କୋଟିଏ ଟଙ୍କା। ଭୁବନେଶ୍ବର ନୟାପଲ୍ଲୀରେ ବାସ କରୁଥିବା ନାଲକୋର ଜଣେ ଅବସରପ୍ରାପ୍ତ ବରିଷ୍ଠ ଅଧିକାରୀ ଓ ତାଙ୍କ ଅବସରପ୍ରାପ୍ତ ଅଧ୍ୟାପିକା ପତ୍ନୀ ପଡ଼ିଥିଲେ ସାଇବର ଠକଙ୍କ ଜାଲରେ। 

Advertisment

ଅଭିଯୋଗ ଅନୁସାରେ, ଏକ ଅଜଣା ନମ୍ବରରେ ଦୁର୍ବୃତ୍ତ କଲ୍ କରି ନିଜକୁ ପୋଲିସର ପରିଚୟ ଦେଇ ଉଭୟଙ୍କୁ ଭୟ ଦେଖାଇଥିଲେ। ତାଙ୍କ ଆଧାର କାର୍ଡ ଆତଙ୍କବାଦୀ ବ୍ୟବହାର କରୁଥିବା କହିଥିଲେ। ଆତଙ୍କବାଦ ଲିଙ୍କ ଅଭିଯୋଗରେ ସେମାନଙ୍କୁ ଗିରଫ କରାଯିବ ଏବଂ ବିନା ଅନୁମତିରେ ପାଦେ ବି ନଘୁଞ୍ଚିବାକୁ ଧମକ ଦେଇଥିଲେ।

ମାମଲାରୁ ବର୍ତ୍ତିକୁ କୋଟିଏ ଟଙ୍କା ମାଗିଥିଲେ ସାଇବର ଠକ।  ଭୟରେ ପ୍ରାୟ ୩୫ ଘଣ୍ଟା ଧରି ଠକଙ୍କ କଥାରେ ଘରେ ନଜରବନ୍ଦୀ ହୋଇ ରହିଲେ ଦମ୍ପତ୍ତି। ତେବେ ଟଙ୍କା ପଠାଇବାକୁ ବ୍ୟାଙ୍କ ଯାଇଥିବା ବେଳେ ଠକର ଆକାଉଣ୍ଟଟି ଅଚଳ ବୋଲି ଜାଣିବାକୁ ପାଇଥିଲେ।

Advertisment

ଏ ସମ୍ପର୍କରେ ଅଧିକ ଖୋଳତାଡ଼ ପରେ ସେମାନେ ଠକେଇର ଶିକାର ହୋଇଥିବା ଜଣାପଡ଼ିଥିଲା। ତୁରନ୍ତ ସାଇବର ଥାନାକୁ ଜଣାଇବା ସହିତ ଏକ ବଡ଼ ଧରଣର ଠକେଇରୁ ବର୍ତ୍ତି ଯାଇଛନ୍ତି ଦମ୍ପତି। 

Fraud Senior Citizen Looted Senior Citizen Bhubaneswar Digital Arrest
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ