Advertisment

Cyber Scam Alert: ବୀମା ଏଜେଣ୍ଟଙ୍କୁ ଚୂନ, ୩ ଆକାଉଣ୍ଟରୁ ୩ ଲକ୍ଷ ଗାଏବ୍

ସାଇବର ଠକେଇର ଶିକାର ହୋଇଛନ୍ତି ଭଦ୍ରକ ଧାମନଗର ଥାନା ଅଞ୍ଚଳ ଦଳାଙ୍ଗ ଗ୍ରାମର ଜଣେ ବୀମା ଏଜେଣ୍ଟ । ପୀଡ଼ିତ ଏଜେଣ୍ଟ ହେଉଛନ୍ତି ଭରତ ଚନ୍ଦ୍ର ବାରିକ। ତାଙ୍କ ୩ଟି ବ୍ୟାଙ୍କ ଖାତାରୁ ମୋଟ ୩ ଲକ୍ଷ ୨୦ ହଜାର ଟଙ୍କା ଉଠାଇ ନିଆଯାଇଥିବା ସେ ଅଭିଯୋାଗ କରିଛନ୍ତି।

CYBER FRAUD

CYBER FRAUD Photograph: (OTV)

Advertisment

ବୀମା ଏଜେଣ୍ଟଙ୍କୁ ୩ ଲକ୍ଷ ୨୦ ହଜାର ଟଙ୍କାର ଚୂନା। ପର୍ଯ୍ୟାୟ କ୍ରମେ ୩ଟି ଆକାଉଣ୍ଟରୁ ଟଙ୍କା ଗାଏବ। ଏଭଳି ଅଭିଯୋଗ ଆସିଛି ଭଦ୍ରକରୁ। ସାଇବର ଠକେଇର ଶିକାର ହୋଇଛନ୍ତି ଭଦ୍ରକ ଧାମନଗର ଥାନା ଅଞ୍ଚଳ ଦଳାଙ୍ଗ ଗ୍ରାମର ଜଣେ ବୀମା ଏଜେଣ୍ଟ ।

Advertisment

ପୀଡ଼ିତ ଏଜେଣ୍ଟ ହେଉଛନ୍ତି ଭରତ ଚନ୍ଦ୍ର ବାରିକ। ତାଙ୍କ ୩ଟି ବ୍ୟାଙ୍କ ଖାତାରୁ ମୋଟ ୩ ଲକ୍ଷ ୨୦ ହଜାର ଟଙ୍କା ଉଠାଇ ନିଆଯାଇଥିବା ସେ ଅଭିଯୋାଗ କରିଛନ୍ତି। ତାଙ୍କ ଅଭିଯୋଗ ଅନୁଯାୟୀ ପ୍ରଥମେ ସେଣ୍ଟ୍ରାଲ ବ୍ୟାଙ୍କ ଏବଂ ପରେ ୨ଟି ୟୁକୋ ବ୍ୟାଙ୍କ ଖାତାରୁ ଆପେ-ଆପେ ଟଙ୍କା କଟିଯାଇଥିଲା। ମୋବାଇଲକୁ ଆସିଥିବା ମେସେଜ ଦେଖି ଏହି ଘଟଣା ସମ୍ପର୍କରେ ସେ ଜାଣିବାକୁ ପାଇଲେ।

ଟଙ୍କା କିପରି କଟିଲା ତାହା ସେ ଜାଣିପାରୁନଥିବା ବେଳେ, ମୋବାଇଲକୁ ଏନେଇ ମେସେଜ ଆସିଥିଲା। ତେବେ ତାଙ୍କ ମୋବାଇଲକୁ ବାରମ୍ବାର ଓଟିପି ଆସୁଥିବା ସେ କହିଛନ୍ତି। ଏନେଇ ସେ ଧାମନଗର ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ଧାମନଗର ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Advertisment
Online Fraud Bhadrak Cyber Attack Cyber Scam
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ