Black Mail Photograph: (OTV)
ସେକ୍ସଟର୍ସନର ଶିକାର ବୃଦ୍ଧଙ୍କଠାରୁ ୮୮ ଲକ୍ଷ ଟଙ୍କା ଠକେଇ। ଅଶ୍ଳୀଳ ଫଟୋ ଭିଡିଓ ଦେଖାଇ ବୃଦ୍ଧଙ୍କଠାରୁ ସାଇବର ଠକେଇ ଅଭିଯୋଗ। ଏହି ଘଟଣାରେ ୫ ଜଣଙ୍କୁ ଗିରଫ କରିଛି କଟକ ସାଇବର ଥାନା ପୋଲିସ।
କଟକର ଜଣେ ଅବସରପ୍ରାପ୍ତ ସରକାରୀ ଚାକିରିଆ ତଥା ବରିଷ୍ଠ ନାଗରିକ ସେକ୍ସଟର୍ସନର ଶିକାର ହୋଇଥିଲେ। ଫେସବୁକରେ ବନ୍ଧୁତା କରି ଏହି ଟଙ୍କା ଠକେଇ କରିଥିଲେ ଅଭିଯୁକ୍ତ।
ସେମାନଙ୍କ ନିକଟରୁ ନଗଦ ୧୪ ଲକ୍ଷ ଟଙ୍କାର, ସୁନା ଗହଣା, ଏକାଧିକ ବ୍ୟାଙ୍କ ପାସବୁକ୍, ଡେବିଟ୍ ଓ କ୍ରେଡିଟ କାର୍ଡ, ମୋବାଇଲ ଫୋନ, ଗୋଲ୍ଡ କଏନ ଆଦି ଜବତ କରାଯାଇଛି।
ଏଥିସହ ସେମାନଙ୍କର ବ୍ୟାଙ୍କ ଆକାଉଣ୍ଟରୁ ୫ ଲକ୍ଷ ଟଙ୍କା ଫ୍ରିଜ କରିଛି ପୋଲିସ। ଗତ ବର୍ଷେ ଧରି ଅଭିଯୁକ୍ତମାନେ ବରିଷ୍ଠ ବର୍ଷେ ଧରି ଅଭିଯୁକ୍ତମାନେ ବରିଷ୍ଠ ନାଗରିକଙ୍କୁ ବ୍ଲାକମେଲ କରି ଏହି ଟଙ୍କା ଠକେଇ କରିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/20/black-mail-2026-01-20-17-00-32.jpg)