Nari Panda Photograph: (OTV)
କମେଡିଆନ୍ ଗୁରୁ ପୃଷ୍ଟି ମୃତ୍ୟୁ ଘଟଣାରେ ତଦନ୍ତ ଦାବି କଲେ ଯାତ୍ରା ହାସ୍ୟ ଅଭିନେତା ନରି ପଣ୍ଡା। ମୃତ ଗୁରୁ ପୃଷ୍ଟିଙ୍କ ପତ୍ନୀ ସ୍ନେହଲତାଙ୍କ ସହ ସ୍ବର ମିଳାଇଲେ ବର୍ଷିୟାନ ଯାତ୍ରା ଅଭିନେତା ନରି ପଣ୍ଡା । ଗୁରୁଙ୍କର ମୃତ୍ୟୁ କିପରି ହେଲା ଜାଣିବାକୁ ଚାହୁଁଛି । ମୃତ୍ୟୁ ରହସ୍ୟ ଉନ୍ମୋଚନ ହେଉ । ମୃତ୍ୟୁର କିଛି ସମୟ ପୂର୍ବରୁ ଜଣେ ଅଭିନେତ୍ରୀଙ୍କ ସହ ରାସ୍ତାକଡ଼ରେ ପାଟିତୁଣ୍ଡ ହୋଇଥିଲା ବୋଲି କହିଛନ୍ତି ନରି ପଣ୍ଡା । ଏ ଦିଗରେ ପୋଲିସ ତଦନ୍ତ କଲେ ଜଣେ ଉଦୀୟମାନ କଳାକାରଙ୍କର ମୃତ୍ୟୁ ପଛର ରହସ୍ୟ କଣ ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି ।
କାହିଁକି ବଢ଼ିଛି ସନ୍ଦେହ ?
ଗୁରୁଙ୍କୁ ହତ୍ୟା କରାଯାଥିବାର ସାଂଘାତିକ ଅଭିଯୋଗ ଆଣିଥିଲେ ତାଙ୍କ ପତ୍ନୀ । ଜଣେ ଅଭିନେତ୍ରୀ ବିବାହ ପରେ ମଧ୍ୟ ଗୁରୁଙ୍କ ସହ ସମ୍ପର୍କରେ ଥିଲେ। ତେବେ ଗୁରୁଙ୍କ ମୃତ୍ୟୁ ପରେ ତାଙ୍କର ଗୋଟିଏ ମୋବାଇଲ୍ ଓ ଅନ୍ୟ କିଛି ଜିନିଷ ପରିବାର ଲୋକେ ପାଇ ନାହାଁନ୍ତି। ଅନ୍ୟ ପଟେ ଏକ ଭାଇରାଲ୍ ଭିଡିଓରେ ଗୁରୁ ସେହି ସମାନ ଅଭିନେତ୍ରୀଙ୍କ ସହ ଅନ୍ୟ କିଛି ଲୋକଙ୍କ ମଧ୍ୟରେ ଝଗଡା ହେଉଥିବା ଦେଖିବା ପାଇଁ ମିଳିଛି। ଏହା ସହିତ ଅଭିନେତ୍ରୀଙ୍କ ସହ ଚାଟରେ ପ୍ରେମାଳାପ ଓ କିଛି ଅନ୍ତରଙ୍ଗ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଯାହାକୁ ନେଇ ସନ୍ଦେହ ଘନେଇବାରେ ଲାଗିଛି।
ଅନ୍ୟପଟେ ଘଟଣାକୁ ନେଇ ସେ ସୋସିଆଲ୍ ମିଡିଆରେ ଏକ ପୋଷ୍ଟ କରିଛନ୍ତି ଆଉ ହତ୍ୟା ପଛରେ ଅଭିନେତ୍ରୀଙ୍କ ହାତ ଥିବା ତାଙ୍କ ପତ୍ନୀ ସନ୍ଦେହ କରିଛନ୍ତି।
ଲୋକଙ୍କୁ ସବୁବେଳେ ହସାଉଥିବା ମଣିଷଟା ଆଜି ଆଉ ନାହିଁ। ମିଛି ମିଛିକା ଅଭିନୟରେ ଅନେକ ଥର ଏମିତି ଶୋଇଛନ୍ତି ଗୁରୁ। ରାତି ରାତି ଅନିଦ୍ରା ହୋଇ ନାଟକ କରିଛନ୍ତି। ହେଲେ ସତରେ ଆଉ ସେ ଦୁନିଆରେ ନାହାନ୍ତି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
କୁହାଯାଉଛି ଯେ ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ ହୋଇଛି। ଭଦ୍ରକ ଚିଙ୍ଗୁଡିପୁର ଛକ ନିକଟରେ ଏକ ଅଜଣା ଗାଡ଼ି ଧକ୍କାରେ ସବୁଦିନ ପାଇଁ ଆଖି ବୁଜିଛନ୍ତି ଗୁରୁ। ଏହାକୁ କିନ୍ତୁ ସହଜରେ ଗ୍ରହଣ କରି ପାରୁନାହାନ୍ତି ତାଙ୍କ ସ୍ତ୍ରୀ ସ୍ନେହଲତା।
ଅଭିନେତା ଗୁରୁଙ୍କ ଘର କଟକ ମାହାଙ୍ଗା ଅଞ୍ଚଳରେ। ତାଙ୍କର ଏକ ଛୋଟ ଝିଅ ରହିଛି। ପୂର୍ବରୁ ଗୁରୁ ପୃଷ୍ଟି ଯାତ୍ରା ରଙ୍ଗ ମହଲ ଓ ବିଶ୍ୱ ଦରବାରରେ ଅଭିନୟ କରିଛନ୍ତି। ଏବେ ହାସ୍ୟ ଅଭିନେତା ଭାବେ ଇନ୍ଦ୍ର ଭୁବନରେ ଯାତ୍ରା କରୁଥିଲେ। ହଠାତ୍ ଗୁରୁଙ୍କ ଦେହାନ୍ତ ଖବର ଶୁଣି ଯାତ୍ରା ଜଗତ ଯେମିତି ସ୍ତବ୍ଧ ହୋଇଯାଇଛି। ଅଳ୍ପ ବୟସରେ ସମସ୍ତଙ୍କୁ ଠକିଦେଇ ଚାଲିଯାଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/12/11/nari-panda-2025-12-11-14-11-38.jpg)