Advertisment

College Librarian Turns Labour Trafficker: ଦାଦନ ଚାଲାଣର ମାଷ୍ଟରମାଇଣ୍ଡ, କେବେ ପଡ଼ିବ ଧରା...ଖୋଜୁଛି ପୋଲିସ

ସିଧା ସିଧା କହିବାକୁ କଲେ, ଏଠି ଲାଇବ୍ରେରିଆନ, ଲେବର ସର୍ଦ୍ଦାର । ଭଲକରି ଦେଖନ୍ତୁ, କେ.ଭି କଲେଜର ଲାଇବ୍ରେରିଆନ ପ୍ରକାଶ ବେହେରାଙ୍କ ଚେହେରା । ଏବେ ୟାଙ୍କ କାରନାମା ଜଣାପଡ଼ିଲା ପରେ, ସେ ଏବେ ଫେରାର ।

BalangirKantabanji-Dadana-Chalana

BalangirKantabanji-Dadana-Chalana Photograph: (OTV)

Advertisment

ଏଠି ଲାଇବ୍ରେରିଆନ, ଲେବର ସର୍ଦ୍ଦାର । କେ.ଭି କଲେଜର ଲାଇବ୍ରେରିଆନ ପ୍ରକାଶ ବେହେରା । ଏବେ ୟାଙ୍କ କାରନାମା ଜଣାପଡ଼ିଲା ପରେ, ସେ ଏବେ ଫେରାର । ଗତ ୩ ତାରିଖ ରାତିରେ, କଣ୍ଟାବାଂଜି ସହର ୮ ନମ୍ବର ୱାର୍ଡ, ଆନନ୍ଦନଗରର ଏହି ଆଲିଶାନ ଘରେ ଚଢଉ କରିଥିଲା ପୋଲିସ । ଘର ଭିତରୁ ୫୫ ଜଣ ଦାଦନ ଶ୍ରମିକ ଉଦ୍ଧାର ହୋଇଥିଲେ । ଏମାନଙ୍କ ଭିତରୁ ଥିଲେ ୧୪ ଜଣ ଶିଶୁ । ଆଉ ଫେରାର ମାରିଥିଲେ ଦୁଇଜଣ ଦାଦନ ସର୍ଦ୍ଦାର ପ୍ରକାଶ ବେହେରା ଓ ବ୍ରଜେଶ ବେହେରା । କିନ୍ତୁ ଏବେ ପ୍ରକାଶକୁ ନେଇ, ଚର୍ଚ୍ଚା ଜୋରଧରିଲାଣି ।

Advertisment

କାରଣ ପ୍ରକାଶ ପେଶାରେ ଲାଇବ୍ରେରିଆନ, କିନ୍ତୁ ସାମ୍ନାକୁ ଆସିଲା ଅନ୍ୟ ଏକ ଚେହେରା, ଦାଦନ ସର୍ଦ୍ଦାର । ଏବେ କେ.ଭି କଲେଜର ଗ୍ରନ୍ଥାଗାର, ପୋଲିସ ତାଲିକାରେ ଅଭିଯୁକ୍ତ ଦାଦନ ସର୍ଦ୍ଦାର । ଦାଦନ ଉଦ୍ଧାର ପରେ, ଘର ସର୍ଚ୍ଚ କରିଥିଲା ପୋଲିସ । ଜବତ ହୋଇଛି ଲାଇବ୍ରେରିଆନଙ୍କ ଖେଲଣା ବନ୍ଧୁକ ସହିତ ନଗଦ ଟଙ୍କା ଓ ଅନ୍ୟ ସାମଗ୍ରୀ । 

ସେପଟେ ଗଣମାଧ୍ୟମ ସମ୍ମିଳନୀ କରି ପୋଲିସ କହିଛି ଅଧରାତିରେ ଚଢଉ କଲୁ । ହେଲେ ଦୁଇଘଣ୍ଟା ଧରି ଘରର କବାଟ ନଖୋଲିବାରୁ, ଛିଡା ହୋଇଥିଲା ପୋଲିସ ଟିମ । ପରେ କବାଟ ଖୋଲିବାରୁ ଉଦ୍ଧାର ହେଲେ, ୧୪ ଜଣ ଶିଶୁଙ୍କ ସମେତ ୫୫ ଜଣ ଦାଦନ ଶ୍ରମିକ । କିନ୍ତୁ କଣ୍ଟାବାଞ୍ଜିର ଏସ୍.ଡି.ପି.ଓ କହୁଛନ୍ତି, ଅନ୍ଧାରର ସୁଯୋଗ ନେଇ ଦୁଇ ସର୍ଦ୍ଦାର ଭାଇ, ପ୍ରକାଶ ଓ ବ୍ରଜେଶ ଫେରାର ମାରିଲେ ।

ଏଇଠି ସନ୍ଦେହ, ଫେରାର ମାରିଲେ, ନା ଫେରାର ମରେଇଦିଆଗଲା । ଦୁଇଘଣ୍ଟା ଧରି ଘର ଆଗରେ ପୋଲିସ, କାହିଁକି ନୀରବଦ୍ରଷ୍ଟା ହୋଇ ଛିଡା ହୋଇଥିଲା । ଘର ଭିତରେ ଉପସ୍ଥିତ ଦୁଇ ସର୍ଦ୍ଦାରଙ୍କୁ, କେମିତି ଧରିପାରିଲାନି ପୋଲିସ ? ବଲାଙ୍ଗିର ଓ କଣ୍ଟାବାଞ୍ଜି ପୋଲିସକୁ କେମିତି ଚକମା ଦେଇଥିଲେ ଲାଇବ୍ରେରିଆନ ଲେବର ସର୍ଦ୍ଦାର ପ୍ରକାଶ ଓ ତାଙ୍କ ଭାଇ । ଶ୍ରମିକ ଉଦ୍ଧାର ହୋଇଥିବା ବେଳେ, ସର୍ଦ୍ଦାରକୁ କାହିଁକି ଧରିପାରୁନି ପୋଲିସ ? ଏବେ ଅଡୁଆ ସୁତାରେ, ପୋଲିସର ଭୂମିକାକୁ ନେଇ ସାଧାରଣ ଲୋକଙ୍କ ପ୍ରଶ୍ନ । 

Advertisment

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ