Advertisment

Odisha SI Scam: ପୋଲିସ SI ସ୍କାମ, CBIକୁ ତଦନ୍ତ ପାଇଁ ସୁପାରିଶ କଲେ ମୁଖ୍ୟମନ୍ତ୍ରୀ

ପୋଲିସ SI ସ୍କାମର ତଦନ୍ତ କରିବ ସିବିଆଇ । CBIକୁ ତଦନ୍ତ ପାଇଁ ସୁପାରିଶ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଦୁର୍ନୀତିରେ ଆନ୍ତଃରାଜ୍ୟ ସଂଗଠିତ କ୍ରିମିନାଲ ଗ୍ୟାଙ୍ଗର ସଂପୃକ୍ତି ସନ୍ଦେହ ।

si scam

si scam Photograph: (OTV)

Advertisment

ପୋଲିସ SI ସ୍କାମର ତଦନ୍ତ କରିବ ସିବିଆଇ । CBIକୁ ତଦନ୍ତ ପାଇଁ ସୁପାରିଶ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଦୁର୍ନୀତିରେ ଆନ୍ତଃରାଜ୍ୟ ସଂଗଠିତ କ୍ରିମିନାଲ ଗ୍ୟାଙ୍ଗର ସଂପୃକ୍ତି ସନ୍ଦେହ । ଏସବୁକୁ ଦୃଷ୍ଟିରେ ରଖି ଦୁର୍ନୀତିର ସଂପୂର୍ଣ୍ଣ ପର୍ଦ୍ଦାଫାସ୍ ପାଇଁ CBIକୁ ସୁପାରିଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ବଡ଼ ନିଷ୍ପତ୍ତି ନେଇଛନ୍ତି । ଏକ ସ୍ଥାୟୀ ଆୟୋଗ ପ୍ରତିଷ୍ଠା କରିବାକୁ ରାଜ୍ୟ ସରକାର ବିଚାର କରୁଛନ୍ତି । ପୋଲିସ ଓ ଅନ୍ୟାନ୍ୟ ପୋଷାକଧାରୀ କର୍ମଚାରୀ ଚୟନ ପାଇଁ ହେବ ସ୍ଥାୟୀ ଆୟୋଗ ।

Advertisment

ସେପଟେ ପୋଲିସ SI ପରୀକ୍ଷା କେଳେଙ୍କାରୀ ମାମଲାର ମୁଖ୍ୟ ଅଭିଯୁକ୍ତ ଶଙ୍କର ପୃଷ୍ଟିର ଆଗୁଆ ଜାମିନ୍ ଆବେଦନ ଖାରଜ ହୋଇଛି । ଶଙ୍କର ପୃଷ୍ଟିର ଆଗୁଆ ଜାମିନ୍ ଆବେଦନ ଖାରଜ କରିଛନ୍ତି ହାଇକୋର୍ଟ । ଶଙ୍କରର ପତ୍ନୀ ଦୀପ୍ତିମୟୀ ସାହୁଙ୍କ ଆଗୁଆ ଜାମିନ୍ ମଧ୍ୟ ଖାରଜ ହୋଇଛି । ଦୀପ୍ତିମୟୀଙ୍କୁ ତଳ କୋର୍ଟରେ ହାଜର ହୋଇ ଜାମିନ ଆବେଦନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଘଟଣା ଦିନଠାରୁ ଉଭୟ ପତି ପତ୍ନୀ ଫେରାର ଅଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ