Advertisment

Gruesome Killing: ଶବଦାହ ପାଇଁ ଆସି ଶବ ପାଲଟିଲେ ଯୁବକ, ସ୍ୱର୍ଗଦ୍ୱାର ନିକଟରେ ବୀଭତ୍ସ ହତ୍ୟାକାଣ୍ଡ

ଶେଷକୃତ୍ୟ ପରେ ସ୍ୱର୍ଗଦ୍ବାର ବାହାରକୁ ଯିବା ସମୟରେ ଜଣେ ଯୁବକଙ୍କ ସହ ବଚସା ହୋଇଥିଲା। ବଚସା ପରେ ରଞ୍ଜନଙ୍କୁ ଛୁରୀରେ ଆକ୍ରମଣ କରିଥିଲା ଦୁର୍ବୃତ୍ତ। ଘଟଣାସ୍ଥଳରେ ରଞ୍ଜନଙ୍କ ମୃତ୍ୟୁ ହୋଇଥିଲା। ମୃତକଙ୍କ ସାଙ୍ଗରେ ଥିବା ଆଉ ଜଣେ ଯୁବକଙ୍କୁ ମଧ୍ୟ ଆକ୍ରମଣ କରିଥିଲା ଦୁର୍ବୃତ୍ତ।

PURI-MURDER

PURI-MURDER Photograph: (OTV)

Advertisment

ପୁରୀରେ ବୀଭତ୍ସ ହତ୍ୟାକାଣ୍ଡ। ଶବଦାହ ପାଇଁ ଆସି ଶବ ପାଲଟିଲେ ଯୁବକ। ଗତକାଲି ବିଳମ୍ବିତ ରାତିରେ ସ୍ୱର୍ଗଦ୍ବାର ସମ୍ମୁଖରେ ଜଣଙ୍କୁ ହତ୍ୟା। ମୃତ ଯୁବକ ଭଦ୍ରକ ଜିଲ୍ଲା ବନ୍ତ ଥାନା ଆପଣ୍ଡା ଗାଁର ରଞ୍ଜନ ଦାସ। ବନ୍ତରୁ ସମ୍ପର୍କୀୟଙ୍କ ଶେଷକୃତ୍ୟ ପାଇଁ ଆସିଥିଲେ ରଞ୍ଜନ। 

Advertisment

ଚୈତନ୍ୟ ଛକରେ ଜଣେ ଯୁବକଙ୍କ ସହ ଯୁକ୍ତିତର୍କ ହୋଇଥିଲା। ଶେଷକୃତ୍ୟ ପରେ ସ୍ୱର୍ଗଦ୍ବାର ବାହାରକୁ ଯିବା ସମୟରେ ଜଣେ ଯୁବକଙ୍କ ସହ ବଚସା ହୋଇଥିଲା। ବଚସା ପରେ ରଞ୍ଜନଙ୍କୁ ଛୁରୀରେ ଆକ୍ରମଣ କରିଥିଲା ଦୁର୍ବୃତ୍ତ। ଘଟଣାସ୍ଥଳରେ ରଞ୍ଜନଙ୍କ ମୃତ୍ୟୁ ହୋଇଥିଲା। ମୃତକଙ୍କ ସାଙ୍ଗରେ ଥିବା ଆଉ ଜଣେ ଯୁବକଙ୍କୁ ମଧ୍ୟ ଆକ୍ରମଣ କରିଥିଲା ଦୁର୍ବୃତ୍ତ।

ଗୁରୁତର ଆହତ ଯୁବକ ହେଉଛନ୍ତି ମାନସ ରଞ୍ଜନ ନାୟକ। ଘଟଣାସ୍ଥଳରେ ସମୁଦ୍ରକୂଳ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି। ଅଭିଯୁକ୍ତକୁ ଅଟକ ରଖି ପଚାରା ଉଚରା କରୁଛି ସାମୁଦ୍ରିକ ଥାନା ପୋଲିସ। 

Advertisment

ପୁରୀରେ ବୀଭତ୍ସ ହତ୍ୟାକାଣ୍ଡ

ଶବଦାହ ପାଇଁ ଆସି ଶବ ପାଲଟିଲେ ଯୁବକ
ପୁରୀ ସ୍ୱର୍ଗଦ୍ବାର ସମ୍ମୁଖରେ ଜଣଙ୍କୁ ହତ୍ୟା
ମୃତ ଯୁବକ ଭଦ୍ରକ ଜିଲ୍ଲା ବନ୍ତ ଥାନା ଆପଣ୍ଡା ଗାଁର ରଞ୍ଜନ ଦାସ
ବନ୍ତରୁ ସମ୍ପର୍କୀୟଙ୍କ ଶେଷକୃତ୍ୟ ପାଇଁ ଆସିଥିଲେ ରଞ୍ଜନ
ଚୈତନ୍ୟ ଛକରେ ଜଣେ ଯୁବକଙ୍କ ସହ ଯୁକ୍ତିତର୍କ ହୋଇଥିଲା
ବଚସା ପରେ ଛୁରୀରେ ବେକକୁ କାଟି ହତ୍ୟା
ସାମୁଦ୍ରିକ ଥାନା ପୋଲିସର ତଦନ୍ତ
ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା

Murder Puri
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ