Murder Photograph: (OTV)
ଘରକୁ ଡାକି ମାଲିକାଣୀକୁ ମାରିଦେଲେ । ମୃତଦେହକୁ ସୁଟକେସରେ ପ୍ୟାକ୍ କରି ଜଗି ରହିଲେ । ଉତ୍ତର ପ୍ରଦେଶର ଗାଜିଆବାଦରେ ଘଟିଥିବା ଏହି ଜଘନ୍ୟ ଅପରାଧ ଆପଣଙ୍କ ଲୋମ ଟାଙ୍କୁରି ଦେବ। ବାକି ଥିବା ଘରଭଡ଼ା ଦେବାକୁ ଡ଼ାକି ମାଲିକାଣୀକୁ ସବୁଦିନ ପାଇଁ ଶେଷ କରିଦେଲେ ଭଡ଼ାଟିଆ। ସୂଚନା ମୁତାବକ, ଡିସେମ୍ବର ୧୭ ତାରିଖ ଦିନ ପ୍ରାୟ ୪୫ ବର୍ଷୀୟା ଦୀପଶିଖା ଶର୍ମା ଓରା କାଇମୋରା ସୋସାଇଟିରେ ଥିବା ତାଙ୍କ 506 ଫ୍ଲାଟକୁ ଭଡ଼ା ମାଗିବାକୁ ଯାଇଥିଲେ।
ହେଲେ ସେଠାରେ ରହୁଥିବା ଭଡ଼ାଟିଆ ଦମ୍ପତି ଅଜୟ ଗୁପ୍ତା ଏବଂ ତାଙ୍କ ପତ୍ନୀ ଆକ୍ରିତି ଗୁପ୍ତା ତାଙ୍କୁ ଜୀବନରୁ ମାରିଦେବା ସହ ମୃତଦେହକୁ ସୁଟକେଶରେ ବନ୍ଦ କରିଦେଇଥିଲେ।
ପ୍ରାୟ ଏକ ବର୍ଷ ପାଇଁ ଅଜୟ ଓ ଆକ୍ରିତି ଦୀପଶିଖାଙ୍କ ଫ୍ଲାଟରେ ମାସିକ ୧୮ ହଜାର ଟଙ୍କା ଭଡାରେ ରହୁଥିଲେ। କିନ୍ତୁ ସେ ପାଞ୍ଚ ମାସ ଧରି ଭଡା ଦେଇନଥିଲେ। ହେଲେ ବୁଧବାର ସନ୍ଧ୍ୟାରେ, ଭଡାଟିଆ ଦୀପଶିଖାଙ୍କ ସ୍ୱାମୀଙ୍କୁ ଫୋନ୍ କରି ଭଡା ନେଇଯିବାକୁ କହିଥିଲେ। ହେଲେ ସେ ଘରେ ନଥିବାରୁ ସ୍ତ୍ରୀଙ୍କୁ ଦୀପଶିଖା ଭଡ଼ା ଆଣିବାକୁ କହିଥିଲେ । ତେଣୁ ସେ ଯାଇଥିଲେ। ହେଲେ ସେଠାରେ ଟଙ୍କାକୁ ନେଇ ତାଙ୍କର ଅଜୟ ଓ ଆକ୍ରିତିଙ୍କ ସହ ଝଗଡ଼ା ହୋଇଥିଲା।
ଧରିଲା ଚାକରାଣୀ ମିଲି
ଆଉ ରାଗରେ ଦୁହେଁ ମିଶି ମାଲିକାଣୀଙ୍କ ଗଳା ଚିପି ହତ୍ୟା କରିଥିଲେ। ତେବେ ବହୁ ସମୟ ଧରି ଦୀପଶିଖା ନଫେରିବାରୁ ତାଙ୍କ ଚାକରାଣୀ ମିଲି ଫ୍ଲାଟକୁ ଯାଇଥିଲେ। ଆଉ ସେଠାରେ ରକ୍ତଦାଗ ଦେଖିଥିଲେ। ପରେ ଖୋଜୁ ଖୋଜୁ ଏକ ନାଲି ସୁଟକେଶରେ ଦୀପଶିଖାଙ୍କ ମୃତଦେହ ମିଳିଥିଲା। ତେବେ ଭଡ଼ାଟିଆ ଦମ୍ପତିଙ୍କୁ ସେଠାରେ ଅଟକ ରଖି ମିଲି ଏନେଇ ପୋଲିସକୁ ଫୋନ କରିଥିଲେ। ତେବେ ଗିରଫ ହେବା ପରେ ମର୍ଡର କରିଥିବା ନେଇ ମାନି ଯାଇଥିଲେ ଉଭୟ ।
ମାଲିକଙ୍କ ଅତ୍ୟାଚାର ଯୋଗୁଁ ଏପରି କରିଥିବା କଥା କହିଛନ୍ତି ଅଜୟ ଓ ଆକ୍ରିତି। ଏବେ ପୋଲିସ ଉଭୟଙ୍କୁ କୋର୍ଟ ଚାଲାଣ କରିବା ସହ ଘଟଣାର ଅଧିକ ତଦନ୍ତ କରୁଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/12/19/murder-2025-12-19-10-04-13.jpg)