Son Kills Parents Photograph: (OTV)
ଶିଳପୁଆରେ ବାପାମାଆଙ୍କ ମୁଣ୍ଡକୁ ଛେଚିଲା । କରତରେ କାଟି ଖଣ୍ଡ ଖଣ୍ଡ କଲା । ହୋସ୍ ଉଡାଇଦେବ ଜଣେ ଜନ୍ମକଲା ପୁଅର ନାରକୀୟ କାଣ୍ଡ । ମାତ୍ର ୫ ଲକ୍ଷ ଟଙ୍କା ପାଇଁ ଉତ୍ତରପ୍ରଦେଶ ଜୌନପୁରରେ ଘଟିଛି ଏ ଲୋମଟାଙ୍କୁରା ଘଟଣା । ଅଭିଯୁକ୍ତର ନାଁ ଅମ୍ବେଶ । ବାପା ରିଟାୟର୍ଡ ରେଲୱେ କର୍ମଚାରୀ ଶ୍ୟାମ ବାହାଦୂର । ମାଆଙ୍କ ନାଁ ବବିତା । ୫ ବର୍ଷ ତଳେ ଜଣେ ଭିନ୍ନ ଧର୍ମର ଝିଅକୁ ବାହା ହୋଇଥିଲା ଅମ୍ବେଶ । ହେଲେ ବାପାମାଆ ବୋହୂକୁ ଗ୍ରହଣ କରିନଥିଲେ କି ଘରେ ପୂରାଇ ଦେଇନଥିଲେ ।
ଇଞ୍ଜିନିୟର ପୁଅର ଜଘନ୍ୟ କାଣ୍ଡ
ବାପାଙ୍କ ଜିଦ୍ରେ ଶେଷରେ ଇଞ୍ଜିନିୟର ପାଠ ପଢ଼ିଥିବା ଅମ୍ବେଶ ସ୍ତ୍ରୀଠୁ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲା । ସ୍ତ୍ରୀ ଭରଣପୋଷଣ ବାବଦକୁ ୫ ଲକ୍ଷ ଟଙ୍କା ଦାବି କରିଥିଲେ । ଆଉ ଏହି ଟଙ୍କା ଦେବାକୁ ବାପାଙ୍କୁ କହିଥିଲା ଅମ୍ବେଶ । ହେଲେ ବାପା ସଫା ସଫା ମନା କରିଦେଲେ । ବାସ୍ ଏତିକିରେ ପୁଅ ମୁଣ୍ଡରେ ଯେମିତି ସବାର ହୋଇଥିଲା ସୈତାନ ।
ଘରେ ପଡିଥିବା ଏକ ଶିଳପୁଆରେ ବାପାମାଆଙ୍କ ମୁଣ୍ଡକୁ ଛେଚି ହତ୍ୟା କଲା । କରତରେ ମୃତଦେହକୁ ୬ ଖଣ୍ଡ କରି କାଟିଲା, ନଈରେ ଫିଙ୍ଗିଦେଲା । ଏହାପରେ ଗତ ୮ ତାରିଖ ଦିନ ନିଜ ଭଉଣୀକୁ ଫୋନ୍ କରି କହିଲା, 'ବାପାମାଆ ଘରୁ ରାଗିକି କୁଆଡେ ପଳାଇ ଯାଇଛନ୍ତି । ମୁଁ ତାଙ୍କୁ ଖୋଜିବାକୁ ଯାଉଛି ।' ଏତିକି କହି ନିଜ ଫୋନ୍ ସୁଇଚ୍ ଅଫ୍ କରି ଦେଇଥିଲା ଅମ୍ବେଶ ।
ଫେରିଆସିଥିଲା ଖୁନୀ ଅମ୍ବେଶ
ସେପଟେ ଭଉଣୀ ୬ ଦିନ ଯାଏଁ ବାପାମାଆ ଓ ଭାଇର ଖୋଜଖବର ନ ପାଇ ଜୌନପୁର ଥାନାରେ ଅଭିଯୋଗ କରିଥିଲା । ହେଲେ ଗତ ୧୪ ଦିନ ହଠାତ୍ ଘରକୁ ଫେରିଆସିଥିଲା ଖୁନୀ ଅମ୍ବେଶ । ଏନେଇ ପୋଲିସର ସନ୍ଦେହ ହୋଇଥିଲା । ଆଉ ପଚରାଉଚରା କରିବା ପରେ ଅଭିଯୁକ୍ତ ନିଜ ବାପାମାଆଙ୍କୁ ହତ୍ୟା କରି ଫିଙ୍ଗି ଦେଇଥିବା ମାନିଥିଲା ।
ଜଣେ ଉଚ୍ଚଶିକ୍ଷିତ ପୁଅ କ’ଣ ଏତେ ନୃଶଂସ ହୋଇପାରେ ! ଏ ଘଟଣା ଯେତିକି ଭୟାନକ, ସେତିକି ସ୍ପର୍ଶକାତର ମଧ୍ୟ...
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/12/19/son-kills-parents-2025-12-19-10-49-30.jpg)