SCHOOL_BOMBING_SAMPLE_COLLECT Photograph: (OTV)
ଭୁବନେଶ୍ୱର କେନ୍ଦ୍ରୀୟ ବିଦ୍ୟାଳୟ-୩ ସମ୍ମୁଖରେ କିଏ ଓ କାହିଁକି କଲା ବୋମାମାଡ଼। ଏହା ପଛର କାରଣ କଣ ? ପୋଲିସ ବୋମାମାଡ଼ର କାରଣ ଖୋଜୁଥିଲେ ବି ଏଯାଏଁ ଅଭିଯୁକ୍ତଙ୍କ ଟେର ପାଇ ପାରିନି। ଘଟଣାର ମଞ୍ଚେଶ୍ବର ପୋଲିସ ସହ ତଦନ୍ତ କରିଛି ଏନଆଇଏ। ସ୍ଥାନୀୟ ଅଞ୍ଚଳର ଏକାଧିକ ସିସିଟିଭି ଯାଞ୍ଚ କରିଛି ପୋଲିସ।
ସେହିପରି ସାଇଣ୍ଟିଫିକ ଟିମ ସହାୟତାରେ ବୋମାର ଟୁକୁରା ଅଂଶର ସାମ୍ପୁଲ ସଂଗ୍ରହ କରାଯାଇଛି। ପ୍ରଶ୍ନ ଉଠୁଛି, କିଏ କାହିଁକି ସ୍କୁଲ ଉପରେ ବୋମାମାଡ଼ କରିବ ? କାହାକୁ ଟାର୍ଗେଟ କରି ବୋମା ଫିଙ୍ଗିଲେ ଦୁର୍ବୃତ୍ତ ? ସ୍କୁଲ କର୍ତ୍ତୃପକ୍ଷ ନା ସୁରକ୍ଷା କର୍ମୀ କାହାକୁ ଟାର୍ଗେଟ କରି ଫିଙ୍ଗିଥିଲେ ବୋମା ?
ଗତକାଲି ଗାଡ଼କଣ ନିକଟରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟ ମୁଖ୍ୟ ଗେଟ୍ ଆଗରେ ବୋମା ବିସ୍ଫୋରଣ ହୋଇଥିଲା। ୩ ନମ୍ବର ଗେଟ ସମ୍ମୁଖରେ ଫୁଟିଥିଲା ବୋମା। ସକାଳ ୮ଟାରେ କେହି ଦୁର୍ବୃତ୍ତ ବୋମା ଫୁଟାଇ ଫେରାର ମାରିଥିଲେ। ...
ସୂଚନା ଅନୁସାରେ ବୋମା ମାଡ଼ର ମାତ୍ର ଅଧଘଣ୍ଟା ତଳେ, ଏଇ ଗେଟ୍ ବାଟେ ସ୍କୁଲକୁ ପ୍ରବେଶ କରିଥିଲେ ଶହ ଶହ କୁନି କୁନି ପିଲା। ସେମାନଙ୍କୁ ଛାଡ଼ି ବି ଫେରି ଯାଇଥିଲେ ଅଭିଭାବକ। ଏଇ ସ୍କୁଲ ଗେଟକୁ ଲାଗି ରହିଛି ରେଲୱେ କଲୋନୀ। ତେଣୁ ବୋମା ମାଡ଼ର ପ୍ରଚଣ୍ଡ ଶବ୍ଦ ଶୁଣି ସମସ୍ତେ ଚକିତ ଓ ଆଚମ୍ବିତ। ଅଧ ଘଣ୍ଟା ଆଗରୁ ହୋଇଥିଲେ କଣ ଯେ ଘଟିଥାନ୍ତା ସମସ୍ତଙ୍କ ମନରେ ସେ ଶଙ୍କା। ତୁରନ୍ତ ଅଭିଯୁକ୍ତ ମାନଙ୍କୁ ଧରି କଡ଼ା ଦଣ୍ଡ ଦେବାକୁ କରିଛନ୍ତି ଦାବି।
ପିଲା କ୍ଲାସରେ ଥିବାବେଳେ ସ୍କୁଲ ଉପରକୁ ବୋମା ମାଡ଼, ରାଜଧାନୀରେ ପ୍ରଥମ ଘଟଣା। ଯାହାର କାରଣ ଶୀଘ୍ର ପର୍ଦ୍ଦାଫାସ୍ ହେବା ସହ ଦୁର୍ବୃର୍ତ୍ତଙ୍କୁ ଧରିବାକୁ ସବୁ ମହଲରେ ହୋଇଛି ଦାବି...
ବୋମାମାଡ଼ର କାରଣ ଖୋଜା
ମିଳୁନି ଅଭିଯୁକ୍ତଙ୍କ ସୁରାକ
ଭୁବନେଶ୍ୱର KV-3 ଆଗରେ ବୋମାମାଡ଼ର ତଦନ୍ତ ଜାରି
କିଏ ଓ କାହିଁକି କଲା ବୋମାମାଡ଼ ?
ବୋମାମାଡ଼ ପଛର କାରଣ କଣ ?
ଏଯାଏଁ ଅଭିଯୁକ୍ତଙ୍କ ଟେର ପାଇ ପାରିନି ପୋଲିସ
ମଞ୍ଚେଶ୍ବର ଥାନା ପୋଲିସ ଓ NIAର ତଦନ୍ତ
ସ୍ଥାନୀୟ ଅଞ୍ଚଳର ଏକାଧିକ CCTV ଯାଞ୍ଚ
ଘଟଣାସ୍ଥଳରେ ତନାଘନା କରିଛି ସାଇଣ୍ଟିଫିକ ଟିମ୍
କିଏ ଓ କାହିଁକି ସ୍କୁଲ ଉପରେ ବୋମାମାଡ଼ କରିବ ?
କାହାକୁ ଟାର୍ଗେଟ କରି ବୋମା ଫିଙ୍ଗିଲେ ଦୁର୍ବୃତ୍ତ ?
ସ୍କୁଲ କର୍ତ୍ତୃପକ୍ଷ ନା ସୁରକ୍ଷା କର୍ମୀ କାହାକୁ ଟାର୍ଗେଟ୍ ?
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/11/29/school_bombing_sample_collect-2025-11-29-09-12-19.jpg)