Gangrape Case Photograph: (OTV)
ବଲାଙ୍ଗୀର ତୁରେକେଲା ଥାନା ଅଞ୍ଚଳରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣା। ସାମ୍ନାକୁ ଆସିଲା ସାଙ୍ଘାତିକ ସତ। ପୁରା ଘଟଣାର ମାଷ୍ଟରମାଇଣ୍ଡ ଜଣେ ୨୨ ବର୍ଷୀୟ ସାବାଳକ। ଗତ ଡିସେମ୍ବର ୨୫ ତାରିଖରେ ଘଟିଥିଲା ଏ ଗଣଦୁଷ୍କର୍ମ। ଟ୍ୟୁସନ ପଢା ସାରିବା ପରେ ସ୍କୁଲ ନିକଟରେ ଥିବା ଏକ ନିର୍ମାଣାଧୀନ କୋଠା ଭିତରେ ଘଟିଥିଲା ଏହି ଲଜ୍ଜାଜନକ ଘଟଣା।
ସାବାଳକ ଜଣକ ନାବାଳିକାକୁ ଡାକି ନେଇ ଅନ୍ୟ ୫ ଜଣ ନାବାଳକଙ୍କ ସହିତ ମିଶି ଦୁଷ୍କର୍ମ କରିଥିଲା। ଗଣଦୁଷ୍କର୍ମର ଭିଡିଓ ମଧ୍ୟ ଉତ୍ତୋଳନ କରିଥିଲା ସାବାଳକ। ଘଟଣାର ମାସକ ପରେ ଏହି ଭିଡିଓକୁ ଭାଇରାଲ କରିଥିଲା।
ଏ ସମ୍ପର୍କରେ ଜାଣିବା ପରେ ଏସପିଙ୍କ ନିର୍ଦେଶରେ ପାଞ୍ଚ ନାବାଳକ ସହିତ ଜଣେ ସାବାଳକକୁ ଅଟକ ରଖି ପଚାରଉଚରା କରୁଛି ତୁରେକେଲା ପୋଲିସ | ବଲାଙ୍ଗୀର ଏସପି DCPU ଏବଂ CWCର ଅଧିକାରୀ ଓ କର୍ମକର୍ତ୍ତାଙ୍କ ସହିତ ଘଟଣା ସମ୍ପର୍କରେ ଆଲୋଚନା କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/04/gangrape-case-2026-02-04-12-02-53.jpg)