MURDER Photograph: (OTV)
ମହିଳାଙ୍କୁ ଅସଦାଚରଣର ବିରୋଧ କରିବାରୁ ବଡି ବିଲ୍ଡରଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ । ୨୦ରୁ ଅଧିକ ଦୁର୍ବୃତ୍ତ ପିଟି ପିଟି ହତ୍ୟା କରିଛନ୍ତି। ହରିୟାଣାର ରୋହତକ ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି । ହତ୍ୟାର ଶିକାର ୨୬ ବର୍ଷୀୟ ବଡି ବିଲ୍ଡର ତଥା ପାରା ଆଥଲେଟ୍ ରୋହିତ ଧନଖଡ଼।
ଗତ ଶୁକ୍ରବାରର ଘଟଣା । ରୋହିତ ତାଙ୍କର ଜଣେ ସାଙ୍ଗ ଯତୀନ ସହିତ ଜଣେ ସମ୍ପର୍କୀୟଙ୍କ ବିବାହକୁ ଯାଇଥିଲେ। ତିଗାଡ଼ାନା ଗ୍ରାମରୁ ବରଯାତ୍ରୀ ଦଳ ସେଠାକୁ ଆସିଥିଲେ। ବିବାହ ଶୋଭାଯାତ୍ରାରେ କିଛି ବରଯାତ୍ରୀ କେତେଜଣ ମହିଳାଙ୍କୁ ଦୁର୍ବ୍ୟବହାର କରିଥିଲେ। ରୋହିତ ସେଥିରେ ହସ୍ତକ୍ଷେପ କରିଥିଲେ, ଯାହାକୁ ନେଇ ସାମାନ୍ୟ ବଚସା ହୋଇଥିଲା। ଅଭିଯୁକ୍ତମାନେ ସେଠାରୁ ଚାଲିଯାଇଥିଲେ। ଘଟଣା ଶାନ୍ତ ପଡ଼ିଯାଇଥିଲା ।
ବିବାହ ସରିଲା ପରେ ରୋହିତ ଏବଂ ଯତୀନ କାରରେ ଘରକୁ ଫେରିଥିଲେ। ଏକ ଲେଭଲ କ୍ରସିଂ ନିକଟରେ ସେମାନଙ୍କ ଗାଡ଼ି ଅଟକିଥିବା ସମୟରେ ୨୦ରୁ ଅଧିକ ଯୁବକ ମାରଣାସ୍ତ୍ର ଏବଂ ଠେଙ୍ଗା ଧରି ସେଠାରେ ପହଞ୍ଚିଥିଲେ । ସେମାନେ ଆକ୍ରମଣ କରିଦେଇଥିଲେ । ଯତୀନ ଜୀବନ ବଞ୍ଚାଇ ସେଠାରୁ ଖସିଯାଇଥିଲେ । କିନ୍ତୁ ରହିଯାଇଥିଲେ ରୋହିତ। ସେମାନେ ରୋହିତଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନା ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ରୋହିତଙ୍କର ମୃତ୍ୟୁ ଘଟିଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/12/02/murder-2025-12-02-17-29-55.jpg)