Advertisment

Mystery at Cremation Ground: ମଶାଣିରୁ କୁଆଡ଼େ ଗାଏବ ହେଉଛି ଶବ ? ରହସ୍ୟ ଖୋଲିବାକୁ ସିବିଆଇ ତଦନ୍ତ ଦାବି

ମଣିନାଥପୁର ଗାଁ ମଶାଣିରୁ ଶବ ଚୋରି ପଛର ସତ କଣ ? ମାଟିରେ ପୋତି ଦିଆଯାଉଥିବା ମୃତଦେହକୁ ନେଉଛି କିଏ ? କେଉଁ ଉଦ୍ଦେଶ୍ୟରେ ହେଉଛି ଶବ ଚୋରି ? ୟା ପଛରେ କାମ କରୁଛି କି କିଛି ନିର୍ଦ୍ଦିଷ୍ଟ ରାକେଟ ? ଏ ଘଟଣାକୁ ନେଇ ଏମିତି ଅନେକ ପ୍ରଶ୍ନ ଭିତରେ ଏବେ ଗାଁରେ ଖେଳିଯାଇଛି ଏକପ୍ରକାର କୋକୁଆ ଭୟ।

DEADBODY

DEADBODY Photograph: (OTV)

Advertisment

ଗାଁ ମଶାଣିରୁ କୁଆଡ଼େ ଯାଉଛି ମଣିଷ ଶବ ? ମାଟି ଭିତରୁ କିଏ ଖୋଳି ନେଉଛି ଗଳିତ ମୃଦଦେହ ? ଆଉ ସତ୍କାରର କିଛି ଦିନ ପରେ କେମିତି ଗାଏବ ହୋଇଯାଉଛି ଗୋଟିଏ ପରେ ଗୋଟିଏ ନର କଙ୍କାଳ ? ଭଦ୍ରକ ଭଣ୍ଡାରିପୋଖରୀ ବ୍ଲକ୍ ମଣିନାଥପୁର ଗାଁ ମଶାଣିରୁ ଏତେ ସଂଖ୍ୟାରେ ଶବ ଚୋରି ଅଭିଯୋଗ ଘଟଣା ସାମ୍ନାକୁ ଆସିବା ପରେ ଗାଁରେ ଏବେ କୋକୁଆ ଭୟ। ଏ ଘଟଣାକୁ ପୂରା ଗାଁରେ ଭୟର ବାତାବରଣ ଆଉ ବୈତରଣୀ ନଦୀକୂଳ ବି ଶୁନଶାନ୍।

Advertisment

ୟା ଭିତରେ ନିଜ ନିଜ ଆତ୍ମୀୟଙ୍କ ଶବ ଚୋରି ହୋଇଥିବା ଜାଣିବା ପରେ ସନ୍ଦେହ ଆଉ ଅନ୍ଧାରରେ ମୃତକଙ୍କ ପରିବାର ଓ ସଂପର୍କୀୟ। ଘଟଣା ଉପରୁ ଅତିଶୀଘ୍ର ପରଦା ଉଠାଇବାକୁ ଏହାର ସିବିଆଇ ତଦନ୍ତ ଦାବି କରିଛନ୍ତି କିଛି ଗାଁ ଲୋକେ। ଆଉ ଭଣ୍ଡାରୀପୋଖରୀ ବିଧାୟକ ମଧ୍ୟ ଘଟଣାର ପୁଂଖାନୁପୁଂଖ ତଦନ୍ତ ଦାବିକୁ ଦୋହରାଇଛନ୍ତି।...

ଗୋଟିଏ ରାତିରେ ୫ଟି ଶବକୁ କେହି ଖୋଳିନେବା ପରେ... 

ମଣିନାଥପୁର ଗାଁ ଶ୍ମଶାନରୁ ଧାରାବାହିକ ଭାବେ ଏମିତି ଶବ ଚୋରିର ବାରମ୍ବାର ଅଭିଯୋଗ ଆସୁଥିଲେ ବି ଗାଁ ଲୋକେ ଆଗରୁ ପାଟି ନଖୋଲି ଚୁପ୍ ରହୁଥିଲେ। କିନ୍ତୁ ଗତ ଜାନୁଆରୀ ୧୨ରେ ଗୋଟିଏ ରାତିରେ ୫ଟି ଶବକୁ କେହି ଖୋଳିନେବା ପରେ ଥାନାକୁ ଯାଇଥିଲା ମାମଲା। ଭଣ୍ଡାରିପୋଖରୀ ଥାନାରେ ଏତଲା ପରେ ପୋଲିସ ଏବେ ସ୍ଥାନୀୟ ଅଞ୍ଚଳରେ ଥିବା ସିସିଟିଭି ଫୁଟେଜ୍ ଯାଞ୍ଚ୍ କରି ଛାନଭିନ ଚଳାଇଛି। 

Advertisment

ସାଇଣ୍ଟିଫିକ୍ ଟିମ୍ ସହ ନିଜେ ଏସପି ଘଟଣାସ୍ଥଳକୁ ଯାଇ ଯାଞ୍ଚ୍ କରିଛନ୍ତି। କିନ୍ତୁ ପୋଲିସକୁ ଏଯାଏଁ ଟିକିଏ ବି ସୁରାକ ମିଳିପାରିନି। ସେପଟେ ଫୋରେନସିକ୍ ବିଶେଷଜ୍ଞଙ୍କ କହିବା କଥା, ଶବ ପୋତାଯିବାର ଏତେଦିନ ପରେ ଚୋରି ହେଉଥିବାରୁ ଏହାକୁ ମେଡିକାଲ କଲେଜରେ ବ୍ୟବହାର ଉଦ୍ଦେଶ୍ୟରେ ନିଆଯାଉ ଥାଇପାରେ। ରାଜ୍ୟ କିମ୍ବା ରାଜ୍ୟ ବାହାରେ ଘରୋଇ ମେଡିକାଲ କଲେଜର ସଂଖ୍ୟା ବଢିଥିବାରୁ କୌଣସି ସଂଗଠିତ ରାକେଟ୍ ଏହା ପଛରେ କାମ କରୁଥାଇପାରେ।...

କୁହାଯାଉଛି ୨୦୧୬ ପରଠୁ ହିଁ ମଣିନାଥପୁର ଗାଁ ମଶାଣିରୁ ବଢିଛି ଶବ ଚୋରି ଘଟଣା। ଏହି ୧୦ ବର୍ଷ ଭିତରେ ପ୍ରାୟ ୩୦ରୁ ଅଧିକ ଶବ ଚୋରି ହୋଇଥିବା ଅଭିଯୋଗ କରିଛନ୍ତି ଗାଁ ଲୋକେ। ସେପଟେ ଗାଁରେ ଶବ ଚୋରିର ଅଭିଯୋଗ ଆଉ ଭୟର ବାତାବରଣ ଭିତରେ ଏ ରହସ୍ୟର ଉନ୍ମୋଚନ କେବେ ହେଉଛି, ତା ଉପରେ ସମସ୍ତଙ୍କ ନଜର।...

Advertisment

Theft Deadbody
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ