Advertisment

Lawyer Pitabas Murder Case Takes Bihar Turn: ଆଇନଜୀବୀ ପୀତବାସ ହତ୍ୟା ମାମଲାରେ ବିହାର ଲିଙ୍କ୍, ଜଣେ ସାର୍ପସୁଟର୍ ସହ ୨ଜଣଙ୍କୁ ବିହାରରୁ ଉଠାଇଲା ପୋଲିସ

ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡାଙ୍କୁ କାହିଁକି ହେଲା ହତ୍ୟା ? ପଏଣ୍ଟ ବ୍ଲାଙ୍କରେ ଗୁଳିକରି ହତ୍ୟା କଲା କିଏ ? ୧୦ ଦିନର ରହସ୍ୟ ପରେ ସାମ୍ନାକୁ ଆସିଛି ହତ୍ୟା ପଛରେ ବିହାର ଲିଙ୍କ୍।

PITABAS-MURDER

PITABAS-MURDER Photograph: (OTV)

Advertisment

ବୃତ୍ତିଗତ, ରାଜନୈତିକ କି ବ୍ୟକ୍ତିଗତ ନୁହେଁ, ବରଂ ବ୍ୟାବସାୟିକ ବିବାଦରୁ ଭଡ଼ାରେ ବିହାରୀ ସାର୍ପସୁଟରଙ୍କୁ ଆଣି ମାରିଦିଆଯାଇଛି ପୀତବାସଙ୍କୁ। ଯାହାର ରହସ୍ୟ ଲୁଚିରହିଛି ପୀତବାସଙ୍କ ବ୍ୟକ୍ତିଗତ ଡାଏରୀରେ। ଏଭଳି ସୁରାଗ୍ ପରେ ଡିଜିପି ବି କହିଛନ୍ତି, ଶୀଘ୍ର ସବୁ ଦୁର୍ବୃତ୍ତଙ୍କୁ ଧରି ମାମଲାର ଖୁଲାସା କରିବୁ।...

Advertisment

ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡାଙ୍କୁ ହତ୍ୟା ମାମଲାରେ ବଡ଼ ଖବର। ଗଞ୍ଜାମ କି ଅନ୍ୟ ଜିଲ୍ଲାର ନୁହଁ, ବରଂ ସାମ୍ନାକୁ ଆସିଛି ବିହାର ଲିଙ୍କ୍। ଅର୍ଥାତ ରେଶମ ସହରରେ ପଶି ବିହାରର ଗୁଣ୍ଡା ଖେଳିଛନ୍ତି ରକ୍ତରଂଜିତ ଖେଳ। ପଏଣ୍ଟ ବ୍ଲାଙ୍କରେ ଗୁଳି କରି ସାର୍ପସୁଟର୍ ହୋଇଯାଇଥିଲେ ସୀମାପାର୍। ଯାହାଙ୍କୁ ପୋଲିସ ଏବେ ଧରିଥିବା ଚର୍ଚ୍ଚା ହେଉଛି। ବିହାରରୁ ବ୍ରହ୍ମପୁର ପୋଲିସ ୨ ଜଣଙ୍କୁ ଉଠାଇ ଆଣିଥିବାବେଳେ ସେହି ୨ ଜଣଙ୍କ ମଧ୍ୟରୁ ଜଣେ ହେଉଛି ସାର୍ପସୁଟର୍, ଆଉ ଜଣେ ହତ୍ୟା ପୂର୍ବରୁ ରେକି କରିଥିବା ଟିମ୍ ସଦସ୍ୟ।

ମିଳିଥିବା ସୂଚନା ଅନୁଯାୟୀ, ଘଟଣାର କିଛି ଦିନ ଆଗରୁ ବିହାରରୁ ଏହି ୨ ଜଣ ଆସିଥିଲେ। ଯେଉଁମାନେ ବାଇକରେ ଯାଇ ପୀତବାସଙ୍କୁ ବୈକୁଣ୍ଠନଗର ସ୍ଥିତ ଘରଠୁ ମାତ୍ର ୫୦ ମିଟର ଦୂରରେ ୨ ରାଉଣ୍ଡ ଗୁଳି କରି ଖସି ପଳାଇଥିଲେ। କୁହାଯାଉଛି, ପୀତବାସଙ୍କୁ ହତ୍ୟା ପଛରେ ବୃତ୍ତିଗତ, ରାଜନୈତିକ କି ବ୍ୟକ୍ତିଗତ ନୁହେଁ। ବରଂ ବ୍ୟାବସାୟିକ ବିବାଦରୁ ମାରିଦିଆଯାଇଛି। କିଏ କହୁଛନ୍ତି, ବାଲିଘାଟ କଥା ତ ଆଉ ପୁଣି କିଏ ଚର୍ଚ୍ଚା କରୁଛନ୍ତି ହତ୍ୟା ପଛରେ ମଦ ବ୍ୟବସାୟୀଙ୍କ ହାତ। ପୋଲିସ ତଦନ୍ତ ବି ଏହି ଦିଗରେ ଜାରି ରହିଛି।

Advertisment

 ଅକଟୋବର ୬, ରାତି ପ୍ରାୟ ସାଢ଼େ ୯ଟା। ବ୍ରହ୍ମପୁର SNT ରୋଡ୍ ପାର୍କ ସାହି ନିକଟ ନିଜ ଚାମ୍ବରରୁ ବାହାରି ବୈକୁଣ୍ଠନଗର ସ୍ଥିତ ଘରକୁ ସ୍କୁଟରରେ ଫେରୁଥିବାବେଳେ କ୍ଲୋଜରେଞ୍ଜରେ ଗୁଳି କରି ମାରିଦେଲେ ୨ ଦୁର୍ବୃତ୍ତ। ଇତିମଧ୍ୟରେ ପୋଲିସ ଶହେରୁ ଅଧିକଙ୍କୁ ପଚରାଉଚରା କରିଛି। ପୀତବାସଙ୍କ ବ୍ୟକ୍ତିଗତ ଡାଏରୀରୁ ବି ବହୁ ତଥ୍ୟ ପ୍ରମାଣ ପାଇଛି। ଏପରିକି ପୀତବାସଙ୍କ କଲ୍ ଡିଟେଲ୍ସ ଆଧାରରେ ଅନେକଙ୍କୁ ଡାକି ଜେରା କରିଥିବାବେଳେ ଚର୍ଚ୍ଚାରେ ରହିଛନ୍ତି ପୀତବାସଙ୍କ ଜଣେ ଘନିଷ୍ଠ ସହଯୋଗୀ ଏବଂ ଅନ୍ୟ ଜଣେ ବ୍ୟବସାୟୀ। ଯାହାଙ୍କୁ ପଞ୍ଚମ ଥର ପାଇଁ ଜେରା କରିଛି।

ଆଉ ଏବେ ବିହାର ଲିଙ୍କ୍ ସାମ୍ନାକୁ ଆସିବା ପରେ ତଦନ୍ତକୁ ଆହୁରି ବ୍ୟାପକ କରି ବିହାର ସହ ଦିଲ୍ଲୀ ଏବଂ କୋଲକତାରେ ଓଡିଶା ପୋଲିସର ସ୍ୱତନ୍ତ୍ର ଟିମ୍ ଛାନଭିନ୍ ଜାରି ରଖିଛି। ତେବେ ପୀତବାସଙ୍କୁ ହତ୍ୟା ପାଇଁ ବିହାରରୁ କିଏ ଭଡ଼ାରେ ଆଣଥିଲା ଏହି ୨ ଗୁଣ୍ଡାଙ୍କୁ ? ନିର୍ଦ୍ଧିଷ୍ଟ ଭାବେ କେଉଁ ଶତ୍ରୁତାରୁ ପୀତବାସଙ୍କୁ ହତ୍ୟା ଯାଏଁ କଥା ଗଲା ? ହତ୍ୟାପଛର ମାଷ୍ଟରମାଇଣ୍ଡ ବ୍ରହ୍ମପୁର ନା ଅନ୍ୟ କେଉଁ ସ୍ଥାନର ? ପୋଲିସ ଏବେ ତାହାର ଖୋଳତାଡ଼ କରୁଥିବାବେଳେ ଡିଜିପି କହିଛନ୍ତି, ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି ଖୁବଶୀଘ୍ର ମାମଲାର ପର୍ଦ୍ଦାଫାସ୍ କରିବୁ। 

Advertisment

ପୀତବାସ ହତ୍ୟା ମାମଲାକୁ ବିତିଗଲାଣି ୧୦ ଦିନ। ଆଉ ୧୦ ଦିନ ପରେ ବିହାର ଲିଙ୍କ୍ ଚର୍ଚ୍ଚା ଭିତରେ ଷଡ଼ଯନ୍ତ୍ର ପଛରେ କିଏ ? କାହିଁକି ହେଲା ହତ୍ୟା ? କେବେ ସାମ୍ନାକୁ ଆସୁଛି ସମ୍ପୂର୍ଣ୍ଣ ସତ ? ତାକୁ ନେଇ କିନ୍ତୁ ଥମୁନି ଚର୍ଚ୍ଚା।..... 

Murder Berhampur Lawyer
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ