Advertisment

Alleged Love Jihad Case: ଭୁବନେଶ୍ୱରରେ ଲଭ ଜିହାଦ! ଯୁବତୀଙ୍କୁ ନେଇ ଫେରାର ହେବା ବେଳେ ଧରିଲା ପୋଲିସ

ଭୁବନେଶ୍ୱରରେ ଲଭ ଜିହାଦ! ଏଭଳି ସାଙ୍ଘାତିକ ଅଭିଯୋଗ ଆସିଛି ସହିଦନଗର ଥାନା ଅଞ୍ଚଳରୁ। ଅଭିଯୁକ୍ତ ଜଣଙ୍କୁ ଗିରଫ କଲା ସହିଦନଗର ଥାନା ପୋଲିସ। ହିନ୍ଦୁ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ବିବାହ ପାଇଁ ଯୋଜନା ବେଳେ ଫେଲ୍ ହେଲା ପ୍ଲାନ।

RAPE ACCUSED ARREST

RAPE ACCUSED ARREST Photograph: (OTV)

Advertisment

ଭୁବନେଶ୍ୱରରେ ଲଭ ଜିହାଦ! ଏଭଳି ସାଙ୍ଘାତିକ ଅଭିଯୋଗ ଆସିଛି ସହିଦନଗର ଥାନା ଅଞ୍ଚଳରୁ। ଅଭିଯୁକ୍ତ ଜଣଙ୍କୁ ଗିରଫ କଲା ସହିଦନଗର ଥାନା ପୋଲିସ। ହିନ୍ଦୁ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ବିବାହ ପାଇଁ ଯୋଜନା ବେଳେ ଫେଲ୍ ହେଲା ପ୍ଲାନ। 

Advertisment

ଗିରଫ ଅଭିଯୁକ୍ତ ଜଣଙ୍କ ହେଲା ଇରଫାନ ଅନ୍ସାରି। ଅଭିଯୁକ୍ତର ଘର କର୍ଣ୍ଣାଟକ ଜିଲ୍ଲାରେ। ତା ଠାରୁ କର୍ଣ୍ଣାଟକ ନମ୍ବର ରେଜିଷ୍ଟ୍ରେସନ ଥିବା ଏକ କାର ଜବତ କରାଯାଇଛି।

ସୋସିଆଲ ମିଡିଆରେ ଯୁବତୀ ବା ପୀଡିତାଙ୍କ ସହ ପରିଚୟ ହୋଇଥିଲା। ଅଭିଯୁକ୍ତ ବିବାହର ପ୍ରଲୋଭନ ଦେଖାଇ ବାରମ୍ବାର ଶାରୀରିକ ସମ୍ପର୍କ ମଧ୍ୟ ରଖିଥିଲା। ନିଜର ନାଁ ଜୟରାମ ଶର୍ମା ବୋଲି କହି ବିବାହର ପ୍ରଲୋଭନ ଦେଖାଇଥିଲା। କିନ୍ତୁ ଯୁବକ ସମ୍ପର୍କରେ ସବିଶେଷ ତଥ୍ୟ ପାଇବା ପରେ ଥାନାରେ ଜଣାଇଥିଲେ ଯୁବତୀଙ୍କ ପରିବାର। ଅଭିଯୁକ୍ତ ଜଣଙ୍କୁ ଗିରଫ ପରେ କୋର୍ଟଚାଲାଣ କରାଯାଇଛି।

Advertisment
Crime News Social Media Love Bhubaneswar Love Jihad.
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ