Advertisment

Bhubaneswar Businessman Arrested: ଅନଲାଇନରେ ମହାପ୍ରସାଦ ବିକ୍ରି କରି ବନ୍ଧା ହେଲେ , ଅଭିଯୁକ୍ତ ଭୁବନେଶ୍ୱରର ରିଅଲ୍ ଇଷ୍ଟେଟ୍ ବ୍ୟବସାୟୀ

ଅନଲାଇନରେ ମହାପ୍ରସାଦ ବିକ୍ରି କରି ବନ୍ଧା ହେଲେ। କିଛି ଦିନ ତଳେ SHREEPRASAD.ORG ନାମକ ୱେବସାଇଟରେ ଅନଲାଇନ ମହାପ୍ରସାଦ ଅର୍ଡର ନେଇ ବିଜ୍ଞାପନ ପ୍ରକାଶ ପାଇଥିଲା। ଏଥିରେ ଏକ ମୋବାଇଲ ଫୋନ୍ ନମ୍ବର ବି ଦିଆଯାଇଥିଲା।

ONLINE MAHAPRASAD

ONLINE MAHAPRASAD Photograph: (OTV)

Advertisment

ଅନଲାଇନରେ ମହାପ୍ରସାଦ ବିକ୍ରି କରି ବନ୍ଧା ହେଲେ। କିଛି ଦିନ ତଳେ SHREEPRASAD.ORG ନାମକ ୱେବସାଇଟରେ ଅନଲାଇନ ମହାପ୍ରସାଦ ଅର୍ଡର ନେଇ  ବିଜ୍ଞାପନ ପ୍ରକାଶ ପାଇଥିଲା। ଏଥିରେ ଏକ ମୋବାଇଲ ଫୋନ୍ ନମ୍ବର ବି ଦିଆଯାଇଥିଲା। ତେବେ ଏହାକୁ ନେଇ ସବୁଠି ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଥିଲା।

Advertisment

ଏହି ଘଟଣାରେ ପୁରୀ ପୋଲିସ ବଡ ପଦକ୍ଷେପ ନେଇଛି। ଗିରଫ ବ୍ୟକ୍ତି ହେଉଛନ୍ତି ଭୁବନେଶ୍ୱରର ରିଅଲ୍ ଇଷ୍ଟେଟ୍ ବ୍ୟବସାୟୀ ଡିସ୍ପୋଜା ପଟ୍ଟନାୟକ। ଏନେଇ ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ ସାଇବର୍ ଥାନାରେ ଏତଲା ଦେଇଥିଲେ। ପୁରୀ ଏସପିଙ୍କ ନିର୍ଦ୍ଦେଶ କ୍ରମେ ଏକ ଟିମ୍ ଗଠନ କରାଯାଇ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଭୁବନେଶ୍ୱରରୁ ଗିରଫ କରାଯାଇଛି। ଓ୍ବେବସାଇଟରେ ଏଭଳି କାର୍ଯ୍ୟକଳାପ ମନ୍ଦିରର ପ୍ରତିଛବି ଏବଂ ପବିତ୍ରତାକୁ ବାଧା ଦେବା ସହ ଭକ୍ତଙ୍କ ଧାର୍ମିକ ଭାବନାକୁ ମଧ୍ୟ ଆଘାତ କରିଥିଲା।

ଗିରଫ ବ୍ୟକ୍ତିଙ୍କ ବିରୁଦ୍ଧରେ ଲାଗିଛି ସଙ୍ଗୀନ ଦଫା। ସେପଟେ ଯେକୌଣସି ବ୍ୟକ୍ତିବିଶେଷ ଅନଲାଇନରେ ମହାପ୍ରସାଦ ବିକ୍ରି କରିବା ଘଟଣା ନଜରକୁ ଆସିଲେ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସପି ପ୍ରତୀକ୍ ସିଂ କହିଛନ୍ତି। 

ସେପଟେ ଅନଲାଇନ ବିକ୍ରି ମହାପ୍ରସାଦ ପ୍ରତି ବଡ ଅବମାନନା। ସୁଆର ମହାସୁଆର ନିଯୋଗ ମଧ୍ୟ ଅନଲାଇନରେ ମହାପ୍ରଭୁଙ୍କ ମହାପ୍ରସାଦ ବିକ୍ରିକୁ ଘୋର ବିରୋଧ କରିଛି। ଏଥି ଯୋଗୁଁ ଶ୍ରୀମନ୍ଦିର ଭିତରେ ସୁଆରମହାସୁଆର ନିଯୋଗର ବେପାର ମାନ୍ଦା ହେଉଥିବା ବେଳେ ନିଯୋଗ କେବେ ବି ଅନଲାଇନ ବିକ୍ରୀକୁ ପ୍ରୋତ୍ସାହନ ଦେଉନାହିଁ ବୋଲି କହିଛନ୍ତି ନିଯୋଗର ସଭାପତି ।

Advertisment

ଏଥିସହ ବିଗତ କୋଭିଡ ମହାମାରୀ ସମୟରେ ଯେପରି ଭକ୍ତଙ୍କ ପାଇଁ ଉତ୍ତରଦ୍ଵାର ନିକଟରେ ମହାପ୍ରସାଦ ବିକ୍ରି ପାଇଁ ଦୁଇଟି କାଉଣ୍ଟର ଖୋଲିଥିଲା ସେପରି ଖୋଲିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଗଲେ ମହାପ୍ରସାଦ ପାଇବା ନିମନ୍ତେ ଭକ୍ତଙ୍କ ମଧ୍ୟ କିଛି ଅସୁବିଧା ଦୂର ହୋଇପାରିବ ବୋଲି କୁହାଯାଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ