Advertisment

Minor Assault Case: ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ ଘଟଣାରେ ୨ ଗିରଫ, ହାତଗୋଡ଼ ବାନ୍ଧି ଜଙ୍ଗଲରେ ଛାଡି ଦେଇଥିଲେ ଦୁର୍ବୃତ୍ତ

ସୂଚନା ଦେଇଛନ୍ତି ବାଲିଗୁଡା ଏସଡ଼ିପିଓ ଶୁଭମ ଭୋସଲେ। ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ପରେ ହାତଗୋଡ଼ ବାନ୍ଧି ଜଙ୍ଗଲରେ ଛାଡି ଦେଇଥିଲେ ଦୁର୍ବୃତ୍ତ। ନାବାଳିକା ଜଣକ ଭୟଭୀତ ଅବସ୍ଥାରେ ଜଙ୍ଗଲରେ ଗୋଟିଏ ରାତି ରହିଥିଲେ।

Arrest

Arrest Photograph: (OTV)

Advertisment

କନ୍ଧମାଳ ଜିଲ୍ଲା ବେଲଘର ଥାନା ଅଞ୍ଚଳରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ ଘଟଣାରେ ୨ ଯୁବକଙ୍କୁ ଗିରଫ କରାଯାଇଛି । ଗତକାଲି ପୋଲିସ ଏହି ଘଟଣାରେ ସୁଶୀଲ ନାୟକ ନାମକ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ବିଳମ୍ବିତ ରାତିରେ ଅନ୍ୟ ଜଣେ ଯୁବକ ନିତେଶ ନାୟକଙ୍କୁ ଗିରଫ କରିଛି।

Advertisment

ଜଙ୍ଗଲରେ ଗୋଟିଏ ରାତି ରହିଥିଲେ

ଏନେଇ ସୂଚନା ଦେଇଛନ୍ତି ବାଲିଗୁଡା ଏସଡ଼ିପିଓ ଶୁଭମ ଭୋସଲେ। ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ପରେ ହାତଗୋଡ଼ ବାନ୍ଧି ଜଙ୍ଗଲରେ ଛାଡି ଦେଇଥିଲେ ଦୁର୍ବୃତ୍ତ। ନାବାଳିକା ଜଣକ ଭୟଭୀତ ଅବସ୍ଥାରେ ଜଙ୍ଗଲରେ ଗୋଟିଏ ରାତି ରହିଥିଲେ। 

ଆଉ ନିଜେ ବହୁ କଷ୍ଟରେ ଗୋଡ଼ ହାତରେ ବନ୍ଧା ଯାଇଥିବା କପଡା ଖୋଲିବାରେ ସମର୍ଥ ହେବା ପରେ ଘରକୁ ଫେରି ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ। ପରିବାର ଲୋକେ ଏ ନେଇ ବେଲଘର ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ କରିଥିଲା। ...

Advertisment

Minor Girl Rape Attempt
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ