police Photograph: (OTV)
ପୋଲିସ ଉପରକୁ ଟେକାପଥର ମାଡ଼ ଘଟଣାରେ ୩୦ରୁ ଊର୍ଦ୍ଧ୍ବ ଅଟକ। ବାଲେଶ୍ବର ଅର୍ଡର ବଜାର ବସ୍ତିରୁ ୩୦ରୁ ଊର୍ଦ୍ଧ୍ବ ମହିଳା ଓ ପୁରୁଷଙ୍କୁ ଉଠାଇ ନେଲା ପୋଲିସ। ଗତକାଲିର ଆକ୍ରମଣ ଘଟଣାକୁ ନେଇ ସହଦେବଖୁଣ୍ଟା ପୋଲିସର ଆକ୍ସନ। ଗତକାଲି ୬୮ ଗ୍ରାମ୍ ବ୍ରାଉନ୍ ସୁଗର ସହ ୨ ଜଣଙ୍କୁ ଗିରଫ କରିଥିଲା ପୋଲିସ।
ପୋଲିସ ରେଡ୍ ବେଳେ ଆକ୍ରମଣର ଶିକାର ହୋଇଥିଲା ସହଦେବଖୁଣ୍ଟା ପୋଲିସ। ଅର୍ଡର ବଜାର ଅଞ୍ଚଳ ବ୍ରାଉନ ସୁଗରର ହବ୍ ପାଲଟିଥିବାର ଅଭିଯୋଗ ହେଉଥିବା ବେଳେ ପୋଲିସ ଆକ୍ସନ ମୋଡରେ ରହିଛି । ବ୍ରାଉନ ସୁଗର କାରବାର ଉପରେ କଡ଼ା ନଜର ରଖିଛି ପୋଲିସ୍ । ତେବେ ଏହି ବସ୍ତିରେ ରେଡ୍ ବେଳେ ଆକ୍ରମଣ ଘଟଣାକୁ ପୋଲିସ ସହଜରେ ଗ୍ରହଣ କରିପାରୁନି ।
ଜଣେ ପୋଲିସ ଅଧିକାରୀ କହିଛନ୍ତି, ନିଶା କାରବାରକୁ ଆଦୌ ବରଦାସ୍ତ କରାଯିବନି ।
ବାଲେଶ୍ବର ପୋଲିସକୁ ଆକ୍ରମଣ ଘଟଣା
ପୋଲିସ ଉପରକୁ ଟେକା ମାଡ଼ ଘଟଣାରେ ୩୦ରୁ ଊର୍ଦ୍ଧ୍ବ ଅଟକ
ଅର୍ଡର ବଜାର ବସ୍ତିରୁ ୩୦ରୁ ଊର୍ଦ୍ଧ୍ବ ମହିଳା ଓ ପୁରୁଷଙ୍କୁ ଉଠାଇ ନେଲା ପୋଲିସ
କାଲିର ଆକ୍ରମଣ ଘଟଣାକୁ ନେଇ ସହଦେବଖୁଣ୍ଟା ପୋଲିସର ଆକ୍ସନ
କାଲି ୬୮ ଗ୍ରାମ୍ ବ୍ରାଉନ୍ ସୁଗର ସହ ୨ ଜଣଙ୍କୁ ଗିରଫ କରିଥିଲା
ପୋଲିସ ରେଡ୍ ବେଳେ ଆକ୍ରମଣର ଶିକାର ହୋଇଥିଲା ସହଦେବଖୁଣ୍ଟା ପୋଲିସ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/10/police-2026-01-10-15-53-57.jpg)