Advertisment

‘KISS’ Student Death Row: ‘କିସ୍’ ଛାତ୍ର ହତ୍ୟାକୁ ଚପାଇବା ଷଡ଼ଯନ୍ତ୍ରରେ ଫସିବେ କିମ୍ସ ଡାକ୍ତର, ମେଡିକାଲ୍ ବୋର୍ଡକୁ ପଠାଗଲା ବ୍ୟବଚ୍ଛେଦ ଓ ଡାକ୍ତରୀ ରିପୋର୍ଟ

ଆଦିବାସୀ ପିଲାଟିକୁ ହତ୍ୟା କରି ନାକରେ ପାଣି ପିଇବା ଅବସ୍ଥାକୁ ‘କିସ୍’ ଆସିଗଲାଣି। ଆଉ ‘କିସ୍’ କାଣ୍ଡକୁ ଚପାଇବା ପାଇଁ ‘କିମ୍ସ’ର ଯେଉଁ ଡାକ୍ତର ହତ୍ୟାକାଣ୍ଡକୁ ହୃଦଘାତ କହିଥିଲେ, ସେମାନେ ବି ପଡ଼ିଗଲେଣି ସଙ୍କଟରେ।

KISS Row

KISS Row Photograph: (OTV)

Advertisment

ଆଦିବାସୀ ପିଲାଟିକୁ ହତ୍ୟା କରି ନାକରେ ପାଣି ପିଇବା ଅବସ୍ଥାକୁ ‘କିସ୍’ ଆସିଗଲାଣି। ଆଉ ‘କିସ୍’ କାଣ୍ଡକୁ ଚପାଇବା ପାଇଁ ‘କିମ୍ସ’ର ଯେଉଁ ଡାକ୍ତର ହତ୍ୟାକାଣ୍ଡକୁ ହୃଦଘାତ କହିଥିଲେ, ସେମାନେ ବି ପଡ଼ିଗଲେଣି ସଙ୍କଟରେ। କାରଣ ମେଡ଼ିକାଲ ବୋର୍ଡକୁ କିମ୍ସ ଡାକ୍ତରଙ୍କ ରିପୋର୍ଟ ଓ ଶବ ବ୍ୟବଛେଦ ରିପୋର୍ଟ ପୋଲିସ ପଠାଇଥିବାବେଳେ ସାମ୍ନାକୁ ଆସିଛି ସାଂଘାତିକ ତଥ୍ୟ।

Advertisment

ତେଣେ କେନ୍ଦୁଝରରେ ନିହତ ଛାତ୍ରଙ୍କ ପରିବାରକୁ ଭେଟି OSCPCR ଅଧ୍ୟକ୍ଷା କହିଛନ୍ତି, ଅନ୍ୟ ମୃତ୍ୟୁର ବି ତଦନ୍ତ ହେବା ଉଚିତ। ଏସବୁ ଭିତରେ କିସ୍ ଓ କିଟ୍ କର୍ତ୍ତୃପକ୍ଷଙ୍କ ଭାବମୂର୍ତ୍ତି ସଜାଡ଼ିବାକୁ ସୋସିଆଲ୍ ମିଡ଼ିଆରେ ପେଡ୍ ଏଜେଣ୍ଟଙ୍କ ଧାଁ ଦଉଡ଼। କିଏ ତାଙ୍କୁ କହିଲେଣି ଭଗବାନ ତ ଆଉ କିଏ କହିଲେଣି ଦ୍ବିତୀୟ ଆମ୍ବେଦକର। ଯାହା ଏବେ ନୂଆ ବିବାଦ ସୃଷ୍ଟି କରିଛ।...

କରାଯାଇଥିଲା ବୀଭତ୍ସ ହତ୍ୟା...କିନ୍ତୁ ଦର୍ଶାଯାଇଥିଲା ହୃଦଘାତରେ ମୃତ୍ୟୁ...ତଣ୍ଟିଚିପି ମାରି ଦିଆଯାଇଥିଲା ନିରୀହ ଆଦିବାସୀ ପିଲାଟିକୁ...କିନ୍ତୁ ନିଜର ହାତକାଟି ଡାକ୍ତର ଲେଖିଦେଲେ ଝାଡ଼ାବାନ୍ତିରେ ଆକ୍ରାନ୍ତ କଥା...କିନ୍ତୁ ସତ ସାମ୍ନାକୁ ଆସିବା ପରେ ‘କିସ୍’ କର୍ତ୍ତୃପକ୍ଷଙ୍କ ସୁରକ୍ଷାର ଢାଲ ସାଜିଥିବା ‘କିମ୍ସ’ ଡାକ୍ତର ମୋର୍ଚ୍ଚାଙ୍କ ବଢ଼ିଛି ଅଡୁଆ। କାରଣ କିମ୍ସର ଶିଶୁରୋଗ ବିଭାଗର ଡାକ୍ତରଙ୍କ ରିପୋର୍ଟ ଏବଂ କେନ୍ଦୁଝର ମେଡ଼ିକାଲର ଶବବ୍ୟବଛେଦ ରିପୋର୍ଟକୁ କମିଶନରେଟ୍ ପୋଲିସ ପଠାଇଛି ମେଡ଼ିକାଲ୍ ବୋର୍ଡକୁ।

Advertisment

ରିପୋର୍ଟ ଆସିଲେ ସଂକଟରେ ପଡ଼ିପାରେ ସଂପୃକ୍ତ ଡାକ୍ତରଙ୍କ କ୍ୟାରିୟର

ମିଳିଥିବା ତଥ୍ୟ ଅନୁସାରେ ବ୍ୟବଛେଦ ରିପୋର୍ଟରେ ଥିବା ମୃତ୍ୟୁର ସମୟ ଏବଂ କିମ୍ସ ଡାକ୍ତରଙ୍କ ଚିକିତ୍ସା ସହ ମୃତ୍ୟୁର ସମୟରେ ତାଳମେଳ ରହୁନାହିଁ। ବ୍ୟବଛେଦ ରିପୋର୍ଟକୁ ଯଦି ଦେଖିବା, ତେବେ ଶବକୁ କରାଯାଇଛି ଚିକିତ୍ସା। ତେଣୁ ହତ୍ୟାର ଶିକାର ଛାତ୍ରଙ୍କ କିମ୍ସର ଚିକିତ୍ସା ରିପୋର୍ଟ ଏବଂ ବ୍ୟବଛେଦ ରିପୋର୍ଟକୁ ପଠାଯିବା ସହ କେଉଁ ରିପୋର୍ଟଟି ଠିକ୍, ତା’ର ଉତ୍ତର ମଗାଯାଇଛି ମେଡ଼ିକାଲ ବୋର୍ଡକୁ। ଆଉ ମେଡ଼ିକାଲ ବୋର୍ଡର ରିପୋର୍ଟ ଆସିବା ପରେ ଫସିପାରନ୍ତି କିମ୍ସ ଡାକ୍ତର, ଖୋଲିପାରେ ହତ୍ୟାକୁ ଦୁର୍ଘଟଣା ଦର୍ଶାଇବାକୁ ଚାପ ପକାଇଥିବା ‘କିସ୍’ କର୍ତ୍ତୃପକ୍ଷଙ୍କ ଅସଲ ମୁଖା। 

‘କିସ୍’ କ୍ୟାମ୍ପସରେ ହତ୍ୟାକାଣ୍ଡର ପର୍ଦ୍ଦାଫାସ୍ ପରେ ରାଜ୍ୟବ୍ୟାପି ଏବେ ମାଳ ମାଳ ଅଭିଯୋଗ। ତାଙ୍କ ପିଲାଙ୍କୁ ବି ମାରି ଦିଆଯାଇଥିବାର ଆଶଙ୍କା। ଏଯାଏଁ କେନ୍ଦୁଝରର ୩ ଓ ଗଜପତି ମୋହନା ଅଞ୍ଚଳର ଜଣେ ଛାତ୍ରଙ୍କ ମୃତ୍ୟୁକୁ ନେଇ ରହସ୍ୟ ଲାଗିରହିଥିବା ବେଳେ ଆଜି ସାମ୍ନାକୁ ଆସିଛି ସେହି ମୋହନା ଅଞ୍ଚଳର ଆଉ ଏକ ଘଟଣା। ୨୦୧୨, ମାର୍ଚ୍ଚ ୨୪। ଅଷ୍ଟମ ପଢୁଆ ଝିଅଟିକୁ ପାଟି ଓ ନାକ ପଟୁ ପ୍ରଚୁର ରକ୍ତସ୍ରାବ ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି କରିଥିଲେ କିସ୍ କର୍ତ୍ତୃପକ୍ଷ।

Advertisment

କିନ୍ତୁ ୨୦୧୨, ମାର୍ଚ୍ଚ ୨୬ରେ ମୃତ୍ୟୁ ହେବା ପରେ ପରିବାର ଲୋକଙ୍କୁ ଡାକି ଧରାଇଦେଇଥିଲେ ମୃତଦେହ। ଆଉ ସେହି ଝିଅକୁ ହରାଇ ବାପା ଆରପାରିକି ଚାଲିଯିବା ପରେ ମାନସିକ ଭାରସାମ୍ୟ ହରାଇଛନ୍ତି ମା’। ଅବିବାହିତା ଦାଦା ଏବେ ସେହି ମା’ର ଅନ୍ୟ ୨ ପିଲାଙ୍କ ଦାୟିତ୍ବ ବହନ କରୁଛନ୍ତି ଦୁର୍ଦ୍ଦଶା ଭିତରେ। 

ଏସବୁ ଭିତରେ ଆଜି କେନ୍ଦୁଝରକୁ ଯାଇ ନିହତ ଛାତ୍ରଙ୍କ ପରିବାରକୁ ଭେଟିଛନ୍ତି OSCPCR ଅଧ୍ୟକ୍ଷା। ସଂପୃକ୍ତ ଛାତ୍ରକୁ ହତ୍ୟା ବୋଲି ଦୋହରାଇବା ସହ କହିଛନ୍ତି, ଆଉ କାହା ସହ ଏଭଳି ଘଟଣା ନଘଟୁ। ପୂର୍ବରୁ ‘କିସ୍’ରେ ଏଭଳି ଆଉ କିଛି ଘଟଣା ଘଟିଥିବା କଥା ଯଦି ଆସୁଛି, ତେବେ ଏହାର ବି ତଦନ୍ତ ହେଉ। 

‘କିସ୍’ କର୍ତ୍ତୃପକ୍ଷଙ୍କ ଭାବମୂର୍ତ୍ତି ସଜାଡ଼ିବାକୁ ସୋସିଆଲ୍ ମିଡ଼ିଆରେ କସରତ

ଏଭଳି ସଙ୍କଟଜନକ ସ୍ଥିତିରେ ଅକଳରେ ପଡ଼ିଥିବା ଆତ୍ମପ୍ରଚାରକ ‘କିସ୍’ କର୍ତ୍ତୃପକ୍ଷଙ୍କ ଛାଡୁନି ପୁରୁଣା ଖୋଇ। ନିଜର ଭାବମୂର୍ତ୍ତି ସଜାଡ଼ିବାକୁ କିଛି ପେଡ୍ ଏଜେଣ୍ଟଙ୍କୁ ଧରି ସୋସିଆଲ୍ ମିଡ଼ିଆରେ ଚଲାଇଛନ୍ତି କ୍ୟାମ୍ପେନ୍। ସବୁ ସୀମା ସରହଦକୁ ଡେଇଁ ‘କିସ୍’ ଓ ‘କିଟ୍’ କର୍ତ୍ତୃପକ୍ଷଙ୍କୁ କେତେବେଳେ ଅବତାରଣା କଲେଣି ଜୀଅନ୍ତା ଠାକୁର ବୋଲି ତ ପୁଣି ‘କିସ’କୁ ଗୋଟିଏ ଆଶ୍ଚର୍ଯ୍ୟ କହିଛନ୍ତି।

ଆଉ ପାଦେ ଆଗକୁ ଯାଇ ସମ୍ବିଧାନ ପ୍ରଣେତା ଡକ୍ଟର ବାବାସାହେବ ଆମ୍ବେଦକରଙ୍କ ସହ ତୁଳନା କରି ତଥାକଥିତ ସମାଜସେବୀ ଅଚ୍ୟୁତ ସାମନ୍ତଙ୍କୁ ଦ୍ବିତୀୟ ଆମ୍ବେଦକର ବି ଦର୍ଶାଇଛନ୍ତି। ଅଥଚ କେଉଁଠି ବି କିମ୍ବା କେହି ବି ‘କିସ୍’ରେ ଛାତ୍ର ଅଘଟଣ କଥାକୁ ପାଟିରେ ହିଁ ଧରୁନାହାଁନ୍ତି। ବରଂ ଅଚ୍ୟୁତଙ୍କ ସପକ୍ଷରେ ଚାଲିଛି ଅଘୋଷିତ ପ୍ରଚାର। ଯାହାକୁ ନେଇ ତେଜିଛି ଅସନ୍ତୋଷ। 

ଘର ନିଆଁକୁ ଅଣ୍ଟିରେ ପୂରେଇ ସଙ୍କଟରେ ପଡ଼ିଥିବା କିସ୍ ଏବଂ କିଟ୍ କର୍ତ୍ତୃପକ୍ଷ କେବେ ମୁହଁ ଖୋଲିବେ ତମାମ ଘଟଣା ସଂପର୍କରେ, ତାକୁ ଅପେକ୍ଷା।... 





Doctor KISS Student Death
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ