SOUMYA-DEATH Photograph: (OTV)
ପାରଳାଖେମୁଣ୍ଡି ଏସିଏଫ ସୋମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ତତ୍କାଳୀନ ଡିଏଫଓ ସଂଗ୍ରାମ କେଶରୀ ବେହେରା ଓ ରୋଷେୟା ମନ୍ମଥ କୁମ୍ଭଙ୍କ ଅଡୁଆ ବଢିଲା। ଉଭୟଙ୍କ ଆଗୁଆ ଜାମିନ ଆବେଦନକୁ ହାଇକୋର୍ଟ ଖାରଜ କରିବା ପରେ ଗିରଫଦାରୀ ଆଶଙ୍କା ବଢିଛି। ୨ ଜଣଙ୍କୁ ତଳ କୋର୍ଟରେ ଜାମିନ ଆବେଦନ ପାଇଁ ଅନୁମତି ଦେଇଛନ୍ତି ହାଇକୋର୍ଟ।
୨୦୨୧ ଜୁଲାଇ ୧୨ ତାରିଖରେ ପାରଳାଖେମୁଣ୍ଡି କ୍ବାର୍ଟର୍ସରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ସୌମ୍ୟରଞ୍ଜନ ଉଦ୍ଧାର ହୋଇଥିଲେ। ପରବର୍ତ୍ତୀ ଅବସ୍ଥାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ପତ୍ନୀ ବିଦ୍ୟାଭାରତୀଙ୍କ ନାଁରେ ବି ମାମଲା ଏବେ ବିଚାରାଧୀନ ରହିଛି। ଏସିଏଫ୍ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାର ତଦନ୍ତ କରି କ୍ରାଇମବ୍ରାଞ୍ଚ ବିଦ୍ୟାଭାରତୀଙ୍କ ବିରୋଧରେ ଅଗ୍ନି ନିର୍ବାପନରେ ଅବହେଳା ଦଫାରେ ଚାର୍ଜସିଟ ଦାଖଲ କରିବା ସହ, ତତ୍କାଳୀନ ଡିଏଫଓ ସଂଗ୍ରାମ କେଶରୀ ବେହେରା ଓ ରୋଷେୟା ମନ୍ମଥ କୁମ୍ଭଙ୍କୁ କ୍ଲିନଚିଟ ଦେଇଥିଲା କ୍ରାଇମବ୍ରାଞ୍ଚ। ଯାହାକୁ ଚ୍ୟାଲେଞ୍ଜ କରି ସୌମ୍ୟରଞ୍ଜନଙ୍କ ପରିବାର ପାରଳାଖେମୁଣ୍ଡି ଏସଡିଜେଏମ କୋର୍ଟରେ ମାମଲା ଦାୟର କରିଥିଲେ।
ବାରମ୍ବାର ସମନ ସତ୍ତ୍ବେ ସେମାନେ ହାଜର ନହେବାରୁ ୨୦୨୩ ମସିହାରେ ଜାରି ହୋଇଥିଲା ଜାମିନ ବିହୀନ ଗିରଫ ପରୱାନା। ଯାହାକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରି ଅଭିଯୁକ୍ତମାନେ ସାମୟିକ ଆଶ୍ବସ୍ତି ପାଇଥିଲେ। ...
ACF ସୌମ୍ୟ ମୃତ୍ୟୁ: ବଢ଼ିଲା DFOଙ୍କ ଅଡୁଆ
ବଢିଲା ତତକାଳୀନ DFO ସଂଗ୍ରାମ ବେହେରାଙ୍କ ଅଡୁଆ
ସଂଗ୍ରାମ ବେହେରାଙ୍କ ଆଗୁଆ ଜାମିନ ଆବେଦନ ଖାରଜ
ଉଭୟଙ୍କୁ ତଳ କୋର୍ଟରେ ଜାମିନ ଆବେଦନ ପାଇଁ ହାଇକୋର୍ଟଙ୍କ ଅନୁମତି
୨୦୨୧ ଜୁଲାଇ ୧୨ରେ ଅର୍ଦ୍ଧଦଗ୍ଧ ଅବସ୍ଥାରେ ସୌମ୍ୟ ଉଦ୍ଧାର ହୋଇଥିଲେ
ପରବର୍ତ୍ତୀ ଅବସ୍ଥାରେ ଚିକିତ୍ସାଧୀନ ଥାଇ ସୌମ୍ୟରଂଜନଙ୍କ ମୃତ୍ୟୁ ଘଟିଥିଲା
ପତ୍ନୀ ବିଦ୍ୟାଭାରତୀଙ୍କ ନାଁରେ ମାମଲା ଏବେ ବିଚାରାଧୀନ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/24/soumya-death-2025-10-24-13-19-55.jpg)