Advertisment

AAP Leader Shot Dead: ପାର୍କିଂ ବେଳେ ଆପ୍ ନେତାଙ୍କ ଉପରକୁ ଆଖିବୁଜା ଫାୟରିଂ

ଆମ୍ ଆଦମୀ ପାର୍ଟି ନେତାଙ୍କୁ ହତ୍ୟା। ଶୁକ୍ରବାର ପଞ୍ଜାବର ଜଳନ୍ଧରରେ ଗୁରୁଦ୍ବାରା ସମ୍ମୁଖରେ ଆପ୍ ନେତା ଲକି ଓବରୟଙ୍କ ଉପରକୁ ଆଖିବୁଜା ଗୁଳିମାଡ ହୋଇଛି। ଫଳରେ ଘଟଣାସ୍ଥଳରେ ହିଁ ସେ ପ୍ରାଣ ହରାଇଛନ୍ତି।

AAP leader lucky oberoi

AAP leader lucky oberoi Photograph: (OTV)

Advertisment

ଆମ୍ ଆଦମୀ ପାର୍ଟି ନେତାଙ୍କୁ ହତ୍ୟା। ଶୁକ୍ରବାର ପଞ୍ଜାବର ଜଳନ୍ଧରରେ ଗୁରୁଦ୍ବାରା ସମ୍ମୁଖରେ ଆପ୍ ନେତା ଲକି ଓବରୟଙ୍କ ଉପରକୁ ଆଖିବୁଜା ଗୁଳିମାଡ ହୋଇଛି। ଫଳରେ ଘଟଣାସ୍ଥଳରେ ହିଁ ସେ ପ୍ରାଣ ହରାଇଛନ୍ତି। ଏକ ବାଇକରେ ଆସି ଦୁଇ ଜଣ ବ୍ୟକ୍ତି ତାଙ୍କ ଉପରେ ଗୁଳିମାଡ କରିଥିଲେ। 

Advertisment

ସୂଚନା ମୁତାବକ, ଜଳନ୍ଧରର ଏକ ଗୁରୁଦ୍ୱାର ସମ୍ମୁଖରେ ଲକି କାରରେ ବସିଥିଲେ। ଏହି ସମୟରେ ବାଇକରେ ଦୁଇ ଜଣ ବ୍ୟକ୍ତି ଆସିଥିଲେ । କେହି କିଛି ବୁଝିବା ଆଗରୁ ସେମାନେ ତାଙ୍କ ଉପରେ ଗୁଳି ମାଡ଼ କରିବା ଆରମ୍ଭ କରିଥିଲେ। ପ୍ରାୟ ୫ଟି ଗୁଳି ତାଙ୍କ ଦେହରେ ବାଜିଛି। ତାଙ୍କୁ ତୁରନ୍ତ ପାଖରେ ଥିବା ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

ଲକି ଗୁରୁଦ୍ୱାର ସମ୍ମୁଖରେ ତାଙ୍କ କାରକୁ ପାର୍କ କରୁଥିଲେ। ଏହି ସମୟରେ ତାଙ୍କୁ ଆକ୍ରମଣ ହୋଇଥିଲା। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆମ୍ଭ କରିଛି। ଆଖପାଖରେ ଲାଗିଥିବା ସିସିଟିଭିର ଫୁଟେଜକୁ ଯାଞ୍ଚ କରାଯାଉଛି। କିଏ ଓ କାହିଁକି ଲକିଙ୍କୁ ହତ୍ୟା କଲା, ସେନେଇ କିଛି ଜଣାପଡ଼ିନାହିଁ। ପୁଲିସ କହିଛି ଯେ ପ୍ରତ୍ୟକ୍ଷଦର୍ଶୀମାନଙ୍କୁ ପଚରାଉଚରା କରିବା ପରେ ଅଧିକ ତଥ୍ୟ ମିଳିବ। 

Advertisment

ଏହି ଘଟଣା ପରେ ଜଳନ୍ଧରରେ ଆତଙ୍କ ଖେଳି ଯାଇଛି। ଲୋକେ ଭୟଭୀତ ହୋଇଯାଇଛନ୍ତି। ସେପଟେ ଆପ୍ ନେତା ଲକିଙ୍କ ମୃତ୍ୟୁକୁ ନେଇ ରାଜନୀତି ଜୋର ଧରିଛି । ରାଜ୍ୟର ବିରୋଧୀ ଦଳ ନେତା ପ୍ରତାପ ସିଂ ବାଜଓ୍ୱା ଏହାକୁ ନେଇ ସରକାରଙ୍କ ଉପରେ ବର୍ଷିଛନ୍ତି। ଦିଦାଲୋକରେ ଘଟିଥିବା ଏହି ଗୁଳିକାଣ୍ଡ ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ପ୍ରମାଣିତ କରୁଥିବା ସେ କହିଛନ୍ତି। 

Firing Punjab Lucky Oberoi AAP Leader Shot Dead
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ