Advertisment

Medical student dies: ନିଟ୍‌ରେ ୯୯.୯୯% ମାର୍କ, କିନ୍ତୁ ଜୀବନ ହାରିଦେଲେ...ସୁଇସାଇଡ ନୋଟ ଜବତ

ଯେଉଁ ଦିନ ମେଡିକାଲ କଲେଜରେ ନାଁ ଲେଖାଇବାକୁ ଯିବାର ଥିଲା, ସେହିଦିନ ଛାତ୍ର ଜଣଙ୍କ ନେଲେ ଚରମ ପଦକ୍ଷେପ। ଘରର ରୁମ ଭିତରେ କଲେ ଆତ୍ମହତ୍ୟା। ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲ୍ଲାରେ ଘଟିଛି ଏହି ଅଭାବନୀୟ ଘଟଣା ।

maharastra

maharastra Photograph: (OTV)

Advertisment

ମେଡିକାଲ ପଢ଼ିଥାଆନ୍ତେ । ଡାକ୍ତର ହୋଇ ରୋଗୀ ସେବା କରିଥାନ୍ତେ । ନାଁ ଲେଖାଇବାକୁ ଅନୁଷ୍ଠିତ ନିଟ ପରୀକ୍ଷାରେ ଦମଦାର ପ୍ରଦର୍ଶନ କରିଥିଲେ । ୧୦୦ରୁ ୯୯.୯୯% ମାର୍କ ରଖି ନିଜ ଟ୍ୟାଲେଣ୍ଟରେ ସମସ୍ତଙ୍କୁ ଚମକାଇ ଦେଇଥିଲେ । ମାର୍କ ଦେଖି ପରିବାର ଲୋକ ଓ ବନ୍ଧୁବାନ୍ଧବ ଖୁସି ଥିଲେ । ୧୯ ବର୍ଷୀୟ ପୁଅକୁ ମେଡିକାଲ କଲେଜରେ ନାଁ ଲେଖାଇବାକୁ ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ସବୁ ପ୍ରକାରର ପ୍ରସ୍ତୁତି ଶେଷ ହୋଇଥିଲା। ଆଉ ମାତ୍ର ଗୋଟିଏ ଦିନ ପରେ ନାଁ ଲେଖା ହେବାର ଥିଲା । କିନ୍ତୁ ଘଟିଗଲା କିଛି ଅଲଗା ।

Advertisment

ଯେଉଁ ଦିନ ମେଡିକାଲ କଲେଜରେ ନାଁ ଲେଖାଇବାକୁ ଯିବାର ଥିଲା, ସେହିଦିନ ଛାତ୍ର (Medical student) ଜଣଙ୍କ ନେଲେ ଚରମ ପଦକ୍ଷେପ। ଘରର ରୁମ ଭିତରେ କଲେ ଆତ୍ମହତ୍ୟା। ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲ୍ଲାରେ ଘଟିଛି ଏହି ଅଭାବନୀୟ ଘଟଣା ।

ଡାକ୍ତର ହେବାକୁ ଚାହୁଁନଥିଲେ

ଆତ୍ମହତ୍ୟା କରିଥିବା ଛାତ୍ର ଜଣଙ୍କ ହେଲେ ଅନୁରାଗ ଅନୀଲ ବୋରକର। ତାଙ୍କ ପାଖରୁ ଗୋଟିଏ ସୁଇସାଇଡ(Suicide) ନୋଟ ଜବତ ହୋଇଛି। ଏଥିରେ ସେ ଡାକ୍ତର ହେବାକୁ ଚାହୁଁ ନଥିବା ଉଲ୍ଲେଖ କରିଛନ୍ତି। ଖାସ ଏହି କାରଣ ପାଇଁ ଜୀବନ ହାରିଥିବା ସେ ସୁଇସାଇଡ ନୋଟରେ କହିଛନ୍ତି। 

Advertisment

ସିନ୍ଦେୱାହି ତାଲୁକାର ନବରଗାଓଁରେ ଅନୁରାଗ ତାଙ୍କ ପରିବାର ଲୋକଙ୍କ ସହ ରହୁଥିଲେ। ନିଟ୍ ୟୁଜି ୨୦୨୫(NEET UG 2025) ପରୀକ୍ଷାରେ ସେ ୯୯.୯୯% ମାର୍କ ରଖିଥିଲେ। ସର୍ବଭାରତୀୟ ସ୍ତରରେ ତାଙ୍କ ରାଙ୍କ ଓବିସି ବର୍ଗରେ ୧୪୭୫ ରହିଥିଲା। ଏହି ସଫଳତା ପରେ ପରିବାର ଲୋକ ତାଙ୍କୁ ଉତ୍ତର ପ୍ରଦେଶର ଗୋରଖପୁର ପଠାଇବାକୁ ଯୋଜନା କରିଥିଲେ।

ସେଠାରେ ସେ ଏମବିବିଏସ୍‌ ପାଠ୍ୟକ୍ରମରେ ନାଁ ଲେଖାଇ ଥାଆନ୍ତେ। ଏହାକୁ ନେଇ ବେଶ ଚିନ୍ତାରେ ଥିଲେ ଅନୁରାଗ। କାରଣ ସେ ଡାକ୍ତର ହେବାକୁ ଚାହୁଁ ନଥିଲେ। ତଥାପି ପରିବାର ଲୋକଙ୍କ ସ୍ୱପ୍ନ ଆଗରେ ସେ ମୁହଁ ଖୋଲି ପାରୁ ନଥିଲେ।  

Advertisment

କିନ୍ତୁ ପରିବାର ଲୋକ ତାଙ୍କୁ ଗୋରଖପୁର ପଠାଇବା ପୂର୍ବରୁ ଅନୁରାଗ ତାଙ୍କ ଘରେ ହିଁ ଆତ୍ମହତ୍ୟା କରିଛନ୍ତି। ତାଙ୍କ ଝୁଲନ୍ତା ମୃତଦେହ ଘରର ଗୋଟିଏ ରୁମରୁ ଜବତ କରାଯାଇଛି। ପୁଲିସ୍‌ ସୁଇସାଇଡ ନୋଟକୁ ଜବତ କରି ଘଟଣାର ଅଧିକ ତଦନ୍ତ କରୁଛି। 

Medical Student
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ