Advertisment

CCTV Captures Live Heist: ମାସ୍କ ପିନ୍ଧି ଆସିଲେ, ୧୫ ମିନିଟରେ ଲୁଟି ନେଲେ...ସିସିଟିଭିରେ କଏଦ ଲୁଟ ବେଳର ଦୃଶ୍ୟ

ସିସିଟିଭିରେ କଏଦ ହୋଇଛି ଡକାୟତିର ଲାଇଭ୍ ଭିଜୁଆଲ। ରାତି ପ୍ରାୟ ୧୨ଟା ସମୟରେ ହଠାତ ମାଡିଆସିଲେ ୮ଜଣ ମୁଖା ପିନ୍ଧା ଡକାୟତ। ୩ଲକ୍ଷ ଲୁଟ୍ କରି ଚମ୍ପଟ୍ ମାରିଲେ । ଛୁରୀ ବନ୍ଧୁକ ମୁନରେ ଲୁଟିନେଲେ

8-Masked-Robbers-Loot-3-Lakh

8-Masked-Robbers-Loot-3-Lakh Photograph: (OTV)

Advertisment

ସିସିଟିଭିରେ କଏଦ ହୋଇଛି ଡକାୟତିର ଲାଇଭ୍ ଭିଜୁଆଲ। ରାତି ପ୍ରାୟ ୧୨ଟା ସମୟରେ ହଠାତ ମାଡିଆସିଲେ ୮ଜଣ ମୁଖା ପିନ୍ଧା ଡକାୟତ। ୩ଲକ୍ଷ ଲୁଟ୍ କରି ଚମ୍ପଟ୍ ମାରିଲେ । ଛୁରୀ ବନ୍ଧୁକ ମୁନରେ ଲୁଟିନେଲେ । ପ୍ରଥମେ ଯାହା ପଇସା ପାଖରେ ଅଛି ମାଗିଲେ , ଡ୍ର ଖୋଲିବାକୁ କହିଲେ କେହି ଯଦି ଫୋନ୍ ଉଠାଉଥିଲା ତାକୁ ମାଡ ମାରିଲେ । ମାତ୍ର ୧୫ ମିନିଟରେ ଖେଳ ଖତମ କରିଦେଲେ ମୁଖା ପିନ୍ଧା ଚୋର ।

Advertisment



ବୋଲେରୋ ଗାଡିରେ ଟୋପି,ମାକ୍ସ,ଗ୍ଲୋବସ୍ ପିନ୍ଧି ଆସିଥିଲେ ଆଉ କିଛି ମୁହୁର୍ତ୍ତ ଭିତରେ କଳାକଳା ବୁଲାଇଲେ ଏହି ମୁଖା ପିନ୍ଧା ଡକାୟତ । କେହି କିଛି ଭାବିବା ଆଗରୁ ସବୁ ଧରି ଫେରାର ହୋଇଗଲେ।  ଘଟଣା ଘଟିଛି କୋଇଡାର ଏକ ପରିବହନ କାର୍ଯ୍ୟାଳୟରେ । ବନ୍ଧୁକ ମୁନରେ ବଡ ଧରଣର ଲୁଟ । ପୋଲିସ ଷ୍ଟେସନରୁ ମାତ୍ର ୨ କିମି ଦୂରରେ ଆତଙ୍କ ଖେଳାଇଲେ ଡକାୟତ। 

କମ୍ପ୍ୟୁଟର ଭାଙ୍ଗିଲେ, ଚାରିଜଣ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ କାବୁ କରି ନେଇଥିଲେ। ଆଉ ଯାହା ପାଇଲେ ତାକୁ ଭାଙ୍ଗିଲେ । ବନ୍ଧୁକ ଓ ମାରଣା ଅସ୍ତ୍ର ଦେଖାଇ ପରିବହନ କାର୍ଯ୍ୟାଳୟର କର୍ମଚାରୀଙ୍କ ଠାରୁ ଲୁଟି ନେଲେ ୩ ଲକ୍ଷରୁ ଅଧିକ ଟଙ୍କା । ପୋଲିସ୍ ପାଟ୍ରୋଲିଂ ଗାଡ଼ି ଦୁର୍ବୃତ୍ତଙ୍କୁ ଅଟକାଇବାକୁ ଚେଷ୍ଟା କଲେ । କିନ୍ତୁ ଗାଡ଼ି ଚାଳକ ଉପରେ ଦୁବୃର୍ତ୍ତ ଗାଡ଼ି ଚଢାଇ ଫେରାର ହୋଇଗଲେ ।

ଘଟଣା ସ୍ଥଳରେ କୋଇଡା ଥାନା ଅଧିକାରୀଙ୍କ ସମେତ ଦୁଇଟି ଟିମ୍ ପହଁଚି ତଦନ୍ତ କରିଥିଲା ।ତେବେ ଗତ କିଛି ଦିନ ହେବ ସୁନ୍ଦରଗଡରେ ଚୋରଙ୍କ ପ୍ରାଦୁର୍ଭାବ ବଢିବାରେ ଲାଗିଛି ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ