67 year old woman Arrested Voshot Photograph: (OTV)
ବୃଦ୍ଧା ଗ୍ୟାଙ୍ଗଷ୍ଟାରର ଅପରାଧ ସଉକ । ୬୭ ବର୍ଷ ବୟସରେ କରୁଥିଲା କ୍ରାଇମ ପ୍ଲାନ୍ । ଲେଡି ଗ୍ୟାଙ୍ଗଷ୍ଟରକୁ ବାନ୍ଧିଲା ରାଜଧାନୀ ପୋଲିସ। ଦିଲ୍ଲୀ ଏନସିଆରରେ କ୍ରାଇମର ଏମିକତି ଏକ ଘଟଣା ସାମ୍ନାକୁ ଆସିଛି । ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ ।
ଜଣେ ବୁଦ୍ଧାଙ୍କ ଖତରନାକ୍ ବୁଦ୍ଧିକୁ ନେଇ ଆପଣ ଚନ୍ତା କରିବେ । ପରିଣତ ବୟସରେ ଅପରାଧର ପ୍ରିପ୍ଲାନର କରୁଥିଲେ ଏହି ମହିଳା । ଯାହା ଜାଣିବା ପରେ ପୂରା ଲେଡି ଗ୍ୟାଙ୍ଗଷ୍ଟାରର ଗ୍ୟାଙ୍ଗକୁ ଗିରଫ ପୋଲିସ କରିଛି ।
ଅପରାଧୀଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଉଥିଲେ ୬୭ ବର୍ଷିୟ ବୃଦ୍ଧା । ନାଁ ତାଙ୍କର ରାମବିରି । ଘର ମିରଟରେ । ଶନିବାର ଦିନ ବୃଦ୍ଧା ଜଣକ ଅବୈଧ ଅସ୍ତ୍ରଶସ୍ତ୍ର ଚାଲାଣ ଅଭିଯୋଗରେ ଗିରଫ ହେବା ପରେ ଏବେ ସବୁ ଗୁମର ଖୋଲୁଛି । ଅଭିଯୁକ୍ତ ବୃଦ୍ଧା ମଧ୍ୟପ୍ରଦେଶର ଯୋଗାଣକାରୀଙ୍କ ଠାରୁ ଅସ୍ତ୍ରଶସ୍ତ୍ର ସଂଗ୍ରହ କରୁଥିଲା । ପରେ ତାକୁ ଦିଲ୍ଲୀ ଓ ମିରଟକୁ ପଠାଉଥିଲା । ଯେଉଁଠାରେ ସେହି ଅସ୍ତ୍ରଶସ୍ତ୍ର ଗୁଡ଼ିକୁ ଗ୍ୟାଙ୍ଗଷ୍ଟର ଏବଂ ଅନ୍ୟ ଅପରାଧୀଙ୍କୁ ବିକ୍ରି କରାଯାଉଥିଲା ବୋଲି ପୋଲିସ କହିଛି ।
ଅଭିଯୁକ୍ତ ରାମବିରିଙ୍କ ନିକଟରୁ ଅନେକ ଅସ୍ତ୍ରଶସ୍ତ୍ର, ୪ଟି ପିସ୍ତଲ ଏବଂ ୩ଟି ମାଗାଜିନ୍ ଜବତ କରିଛି । ପୋଲିସ ଚୋରା ଅସ୍ତ୍ରଶନ୍ତ୍ର ଓ ବନ୍ଧୁକ କାରବାର ବିଷୟରେ ଖବର ପାଇଥିଲା । ପରେ ରାମବିରି ସେହି ନେଟୱାର୍କର ସକ୍ରିୟ ସଦସ୍ୟ ବୋଲି ଜାଣିପାରିଥିଲା । ଘଟଣାର ତଦନ୍ତ କରି ରାମବିରି ନିକଟରେ ପହଞ୍ଚିବା ସହ ତାକୁ ଗିରଫ କାରିଛି ।
୨୦୦୩ରେ ରାମବିରି ସ୍ବାମୀଙ୍କ ମୃତ୍ୟୁ ହୋଇଥିଲା । ସ୍ୱାମୀଙ୍କ ପରେ ସେ ଅପରାଧୀଙ୍କ ସମ୍ପର୍କରେ ଆସିଥିଲେ । ଆଉ ଗୋଟିଏ ପରେ ଗୋଟିଏ ଅପରାଧ କରି ବନିଯାଇଥିଲେ ଗ୍ୟାଙ୍ଗଷ୍ଟାର । ୨୦୧୮ରେ ହରିୟାଣାର ଗୁରୁଗ୍ରାମରେ କୋଟିଏ ୪୮ ଲକ୍ଷ ଟଙ୍କାର ବ୍ୟାଙ୍କ ଡକାୟତି କରିଛି ରାମବିରି ଗ୍ୟାଙ୍ଗ । ୨୦୦୯ରେ ସହଯୋଗୀମାନେ ଦିଲ୍ଲୀର କମଳା ମାର୍କେଟ ଅଞ୍ଚଳରେ ବ୍ୟାଙ୍କ ଡକାୟତି କରିବାକୁ ଚେଷ୍ଟା କରିଥିଲେ । ଏହିପରି ଅନେକ ଅପରାଧର ତାଲିକା ରାମବିରିଙ୍କ ନାଁରେ ରହିଛି ।
ତା’ ଛଡ଼ା ଅପରାଧୀ ରାମବିରି ପୂର୍ବରୁ ଗିରଫ ହୋଇଥିଲା । ୨୦୦୯ରୁ ୨୦୧୭ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତରେ ରହିଥିଲା ବୋଲି ପୋଲିସ କହିଛି । ଜେଲରୁ ବାହାରିବା ପରେ ପୁଣି ତା’ ସହଯୋଗୀଙ୍କ ସହ ମିଶି ବେଆଇନ୍ ଅସ୍ତ୍ରଶସ୍ତ୍ର କାରବାର କରିଥିବା ପୋଲିସ ଜାଣିବାକୁ ପାଇବା ପରେ ଅସ୍ତ୍ରଶସ୍ତ୍ର ବ୍ୟବହାରକାରୀଙ୍କୁ ଗିରଫ କରିବାକୁ ତଦନ୍ତ ଚଳାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/11/67-year-old-woman-arrested-voshot-2026-01-11-18-05-14.jpg)