JEWELLERY LOOT Photograph: (OTV)
ମାତିଲେ ଲୁଟେରା। ସଟର କାଟି ଗହଣା ଦୋକାନରେ କଳାକନା ବୁଲାଇଲେ। ନେଇଗଲେ ୫୦ ଲକ୍ଷର ଅଳଙ୍କାର। କେନ୍ଦ୍ରାପଡ଼ା ସଦର ଥାନା ଠାକୁରହାଟ ନିକଟ ଗହଣା ଦୋକାନରୁ ବିଳମ୍ବିତ ରାତିରେ ଲୁଟ୍ ହୋଇଛି।
୨୨୦ ଗ୍ରାମ୍ ସୁନା ଓ ୧୨ କେଜିର ରୁପା ଅଳଙ୍କାର ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ବାହାରେ ବାଇକ୍ ଛାଡ଼ି ପଳାଇଛନ୍ତି ଦୁର୍ବୃତ୍ତ। ଘଟଣାସ୍ଥଳରୁ ଗ୍ୟାସ କଟର, ହେଲମେଟ୍ ଓ ଗ୍ଲୋବସ ଆଜି ଜବତ ହୋଇଛି।
ସୁନା ବ୍ୟବସାୟୀ ଦୀପ୍ତିରଞ୍ଜନ ସାହୁ ରାତିରେ ମୋବାଇଲରେ CCTV ଚେକ୍ କରୁଥିବାବେଳେ ସେଠାରେ ୨-୩ ଜଣ ଠିଆ ହୋଇଥିବା ଦେଖି ପୋଲିସକୁ ଖବର ଦେଇଥିଲେ। ପୋଲିସ ପହଞ୍ଚିବାରୁ ବାଇକ୍ ଛାଡ଼ି ଛୁ ମାରିଥିଲେ ଦୁର୍ବୃତ୍ତ। ଅଧିକ ଖୋଳତାଡ କରୁଛି କେନ୍ଦ୍ରାପଡା ସଦର ଥାନା ପୋଲିସ। ଏନେଇ ପୋଲିସର ପ୍ରତିକ୍ରିୟା ମିଳିପାରିନି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/13/jewellery-loot-2026-01-13-13-10-40.jpg)