BROWN-SUGAR Photograph: (OTV)
ରାଜଧାନୀରୁ ଜବତ ହେଲା ୪୦ ଲକ୍ଷ ଟଙ୍କାର ବ୍ରାଉନସୁଗର । ପ୍ରାୟ ୪୦୦ ଗ୍ରାମ ବ୍ରାଉନସୁଗର ଜବତ କଲା ସ୍ପେଶାଲ କ୍ରାଇମ ୟୁନିଟ । ଟୁଇନ ସିଟିରେ ଧଳାଜହର କାରବାର ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଥିବା ବେଳେ ମାଡି ବସିଲା ସ୍ପେଶାଲ କ୍ରାଇମ ୟୁନିଟ । ଅଭିଯୁକ୍ତର ନାଁ ଶେଖ ଆକବର । ଘର ବାଲେଶ୍ଵର ଜିଲ୍ଲା ଅନ୍ତର୍ଗତ ସହଦେଵ ଖୁଣ୍ଟା ।
ଅନ୍ୟତମ ସହଯୋଗୀ ଶେଖ ସାଦିକ ଫେରାର ହୋଇଯାଇଥିବା ବେଳେ ତାକୁ ଧରିବା ପାଇଁ ଆରମ୍ଭ ହୋଇଛି ଛାନଭିନ । ନିଶା ସିଣ୍ଡିକେଟ ଚଳାଉଥିବା ବ୍ୟକ୍ତିଙ୍କୁ ଗିରଫ ସହ ତା ବିରୋଧରେ ଦଣ୍ଡ ବିଧାନକୁ ବ୍ୟାପକ କରିବା ପାଇଁ ଉଦ୍ୟମ ଚାଲିଥିବା ସୂଚନା ଦେଇଛନ୍ତି ପୋଲିସ କମିଶନର।
୪ ଶହ ଗ୍ରାମର ବ୍ରାଉନ୍ ସୁଗାର ଜବତ କଲା ସ୍ପେଶାଲ କ୍ରାଇମ୍ ୟୁନିଟ୍
ଏନେଇ ସୂଚନା ଦେଲେ ପୋଲିସ କମିଶନର ଏସ୍ ଦେବଦତ୍ତ ସିଂ
ଚାଲାଣକାରୀ ଶେଖ ଆକବରକୁ ଗିରଫ କରି ପଚରାଉଚରା
ଜବତ ବ୍ରାଉନସୁଗାରର ବଜାର ମୂଲ୍ୟ ୪୦ ଲକ୍ଷ କହିଲେ ସିପି
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/11/17/brown-sugar-2025-11-17-18-08-39.jpg)