Advertisment

From Momo Craving to Crime: ଘାରିଲା ମୋମୋ ନିଶା, ଘରୁ ଚୋରି କରି ନେଲେ ୮୫ ଲକ୍ଷର ସୁନା ଗହଣା

ଦେବରିଆ ଜିଲ୍ଲା ରାମପୁର କାରଖାନା ଥାନା ଅଞ୍ଚଳର ଜଣେ ୧୪ ବର୍ଷୀୟ ନାବାଳକ। ସେ ସପ୍ତମ ଶ୍ରେଣରେ ପଢ଼ନ୍ତି। ତାଙ୍କୁ ମୋମୋ ଖାଇବା ନିଶା ଏତେ ଘାରିଲା ଯେ, ସେ ନିଜ ଘରେ ହିଁ ବୁଲାଇଲେ କଳାକନା।

momo

momo Photograph: (OTV)

Advertisment

ସାଧାରଣତଃ ଆଜିକାଳିର ଯୁବପିଢ଼ିଙ୍କୁ ମୋମୋ ଖାଇବା ଭାରି ପସନ୍ଦ। ଲଞ୍ଚ ହେଉ କି ଡିନର୍ ସବୁବେଳେ ମୋମୋ ଖାଇବାକୁ ଅଧିକାଂଶ ପିଲା ପସନ୍ଦ କରନ୍ତି। ଏପିରିକି ସ୍କୁଲ ଓ କଲେଜ ଯାଉଥିବା ପିଲା ଏହାକୁ ଅଧିକ ଖାଆନ୍ତି। ତେବେ ଏହି ମୋମୋ ଖାଇବା ନିଶା ଯେ ଜଣେ ନାବାଳକକୁ ଚୋର ସଜେଇ ଦେବ ତାହା କେବେ କେହି ଭାବି ନଥିବେ। ଏଭଳି କିଛି ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି ଉତ୍ତର ପ୍ରଦେଶର ଦେବରିଆ ଜିଲ୍ଲାରୁ। 

Advertisment

ଦେବରିଆ ଜିଲ୍ଲା ରାମପୁର କାରଖାନା ଥାନା ଅଞ୍ଚଳର ଜଣେ ୧୪ ବର୍ଷୀୟ ନାବାଳକ। ସେ ସପ୍ତମ ଶ୍ରେଣରେ ପଢ଼ନ୍ତି। ତାଙ୍କୁ ମୋମୋ ଖାଇବା ନିଶା ଏତେ ଘାରିଲା ଯେ, ସେ ନିଜ ଘରେ ହିଁ ବୁଲାଇଲେ କଳାକନା। ଘରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଚୋରି କରି ମୋମୋ ଦୋକାନିକୁ ଦେଇଦେଲେ।   

ସୂଚନାନୁଯାୟୀ, ଏହି ୧୪ ବର୍ଷୀୟ ନାବାଳକ ମୋମୋ ଖାଇବା ପାଇଁ ଘରୁ ଲକ୍ଷାଧିକ ଟଙ୍କାର ଗହଣା ଚୋରି କରି ମୋମୋ ବାଲାକୁ ଦେଇ ଦେଇଥିଲେ। ନାବାଳକଙ୍କ ବାପା, ବିମଲେଶ ମିଶ୍ର, ବାରାଣସୀର ଜଣେ ମନ୍ଦିରର ପୁରୋହିତ। ତାଙ୍କ କହିବା ମୁତାବକ, ତାଙ୍କ ପୁଅ ମୋମୋ ଖାଇବାକୁ ବହୁତ ପସନ୍ଦ କରେ। ତା’ର ଏହି ଦୁର୍ବଳତାର ସୁଯୋଗ ନେଇ, ଦେଓରିଆ-କସ୍ୟ ରାସ୍ତାର ଡୁମରି ଛକରେ ଏକ ମୋମୋ ଷ୍ଟଲ୍ ଚଳାଉଥିବା ତିନି ଜଣ ଯୁବକ ତାକୁ ଫସାଇ ଦେଇଥିଲେ। ବାପାଙ୍କ କହିବା ଅନୁଯାୟୀ, ଅଭିଯୁକ୍ତମାନେ ପୁଅକୁ କିଛି ଦିନ ପର୍ଯ୍ୟନ୍ତ ମୋମୋ ଖୁଆଇଥିଲା ଏବଂ ପରେ ଘରୁ ସୁନା ଗହଣା ଚୋରି କରି ଆଣିବାକୁ ପ୍ରବର୍ତ୍ତାଇଥିଲା।

Advertisment

ପୂଜକ ବିମଳେଶ ମିଶ୍ର କହିବା ଅନୁଯାୟୀ, ଘରେ ତାଙ୍କ ଏବଂ ତାଙ୍କ ଭଉଣୀଙ୍କ ପ୍ରାୟ ୮୫ ଲକ୍ଷ ଟଙ୍କାର ଗହଣା ଥିଲା। ଦିନେ ତାଙ୍କ ଭଉଣୀ ଆଲମାରୀ ଖୋଲିବା ପରେ ଗହଣା ଚୋରି ହୋଇଥିବା ସେ ଜାଣିବାକୁ ପାଇଥିଲେ। ଏନେଇ ସେ ପରିବାର ଲୋକଙ୍କୁ ଜଣାଇଥିଲେ। ଘରେ ପଚରାଉଚରା ପରେ ନାବାଳକ ଜଣଙ୍କ ସତ ମାନି ଯାଇଥିଲେ। ମୋମୋ ଖାଇବା ପାଇଁ ସେ ମୋମୋ ବାଲାକୁ ନେଇ ଗହଣା ଦେଇଥିବା କହିଥିଲେ। ମୋମୋ ବାଲା ମଧ୍ୟ ନାବାଳକର ଫାଇଦା ଉଠାଇ ସୁନା ଗହଣା ସବୁ ନେଇ ଯାଇଥିଲା।

ଏ ସମ୍ପର୍କରେ ପୀଡିତଙ୍କ ପରିବାର ରାମପୁର ପୋଲିସ ଷ୍ଟେସନରେ ତିନି ଜଣ ସନ୍ଦିଗ୍ଧ ଯୁବକଙ୍କ ବିରୋଧରେ ଅଭିଯୋଗ ଦାଖଲ କରିଛନ୍ତି। ଥାନା ଅଧିକାରୀ ଦେବେନ୍ଦ୍ର କୁମାର ସିଂ ଏହି ମାମଲାକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଛି। ମୋମୋ ବାଲାକୁ ପଚରାଉଚରା କରାଯାଉଛି। ଖୁବଶୀଘ୍ର ଦୋଷୀଙ୍କୁ ଗିରଫ କରାଯିବ ବୋଲି ପୋଲିସ କହିଛି। ଏହି ଘଟଣାକୁ ନେଇ ପୂରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। କିପରି ଜଣେ ନାବାଳକକୁ ଏତେ ଦିନ ଧରି ପ୍ରଲୋଭିତ କରି ଏତେ ବଡ଼ ଠକେଇ କରାଯାଇପାରିଲା ତାକୁ ନେଇ ପ୍ରଶ୍ନ ଉଠିଛି। 

Advertisment
Crime Gold Jewellery Uttarpradesh Momo Scam
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ