Actor Photograph: (OTV)
‘ଧୁରନ୍ଧର’ ଚଳଚ୍ଚିତ୍ରର ଅନ୍ୟତମ ଅଭିନେତା ନଦୀମ ଖାନ ଜଣେ ଘରୋଇ ସହାୟିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏହି ମାମଲାରେ ତାଙ୍କୁ ଗିରଫ କରାଯାଇଛି।ଏବେ ସେ ପୋଲିସ ହେପାଜତରେ ଅଛନ୍ତି ।
ଗଣମାଧ୍ୟମ ରିପୋର୍ଟ ଅନୁସାରେ, ପୀଡିତା ଜଣେ ୪୧ ବର୍ଷୀୟା ମହିଳା । ସିଏ ବିଭିନ୍ନ ଅଭିନେତାଙ୍କ ପାଇଁ ଘରୋଇ ସହାୟିକା ଭାବରେ କାମ କରୁଥିଲେ। କିଛି ବର୍ଷ ପୂର୍ବେ ସେ ନଦୀମ ଖାନଙ୍କୁ ଭେଟିଥିଲେ ଏବଂ ଉଭୟଙ୍କ ମଧ୍ୟରେ ଘନିଷ୍ଠ ସମ୍ପର୍କ ଗଢ଼ି ଉଠିଥିଲା। ମହିଳା ଜଣକ ଅଭିଯୋଗ କରିଛନ୍ତି ଯେ ନଦୀମ ତାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ବହୁବାର ଦୁଷ୍କର୍ମ କରିଥିଲେ। ଏହା ପ୍ରାୟ ୧୦ ବର୍ଷ ପର୍ଯ୍ୟନ୍ତ ଚାଲିଥିଲା।
ମହିଳା ଜଣକ ମାଲୱାନିର ବାସିନ୍ଦା। ସେ ଅଭିଯୋଗ କରିଛନ୍ତି ଯେ ନଦୀମ୍ ତାଙ୍କ ମାଲୱାନିସ୍ଥିତ ଘରେ ଏବଂ ଭର୍ସୋଭାସ୍ଥିତ ତାଙ୍କ ଘରେ ମଧ୍ୟ ତାଙ୍କୁ ବାରମ୍ବାର ଦୁଷ୍କର୍ମ କରିଛନ୍ତି। ଯେହେତୁ ପ୍ରାରମ୍ଭିକ ଘଟଣାଟି ମହିଳାଙ୍କ ଘରେ ଘଟିଥିଲା, ତେଣୁ ମାମଲାଟି ମାଲୱାନି ପୋଲିସ ଷ୍ଟେସନ ଅଧୀନରେ ରହିଛି । ପୀଡିତା ପ୍ରଥମେ ଭର୍ସୋଭା ପୋଲିସ ଷ୍ଟେସନରେ ଅଭିଯୋଗ ଦାୟର କରିଥିଲେ, କିନ୍ତୁ ଭର୍ସୋଭା ପୋଲିସ ଏହାକୁ ଶୂନ୍ୟ ଏଫଆଇଆର (Zero FIR) ଭାବରେ ମାଲୱାନି ପୋଲିସକୁ ସ୍ଥାନାନ୍ତର କରିଥିଲା।
ଅଭିଯୋଗ ଆଧାରରେ ମାଲୱାନୀ ପୋଲିସ ତଦନ୍ତ ଆରମ୍ଭ କରିଛି ଏବଂ ପ୍ରମାଣ ସଂଗ୍ରହ କରିବା ପରେ ନଦୀମ ଖାନଙ୍କୁ ଗିରଫ କରିଛି। ଜଣେ ପୋଲିସ ଅଧିକାରୀ କହିଛନ୍ତି,
ଜଣେ ୪୧ ବର୍ଷୀୟା ମହିଳାଙ୍କ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଭିନେତାଙ୍କୁ ଗିରଫ କରାଯାଇଛି।
ମହିଳା ଜଣକ ଅଭିଯୋଗ କରିଛନ୍ତି ଯେ ନଦୀମ ବିବାହର ବାହାନାରେ ତାଙ୍କୁ ବାରମ୍ବାର ଦୁଷ୍କର୍ମ କରିଥିଲେ। ପରେ ନଦୀମ ତାଙ୍କୁ ବିବାହ କରିବାକୁ ମନା କରିବାରୁ ସେ ପୋଲିସର ଦ୍ୱାରସ୍ଥ ହୋଇଥିଲେ। ପୋଲିସ ଏହି ଘଟଣାର ଅଧିକ ତଦନ୍ତ କରୁଛି।
ନଦୀମ ଖାନଙ୍କୁ ସମ୍ପ୍ରତି ରଣବୀର ସିଂହଙ୍କ ବ୍ଲକବଷ୍ଟର ଫିଲ୍ମ 'ଧୁରନ୍ଧର' ରେ ଦେଖିବାକୁ ମିଳିଥିଲା। ତାଙ୍କ ଚରିତ୍ରର ନାମ ଥିଲା ଅଖଲାକ। ସେ ଡକାୟତ ରେହମାନର ରୋଷେୟା ଥିଲେ ଏବଂ ପରେ ପୋଲିସ ସୂଚନାଦାତା ହୋଇଥିଲେ।
ଅମିତାଭ ବଚ୍ଚନଙ୍କ ସହ କରିଛନ୍ତି କାମ
ନଦୀମ ଖାନ ବହୁ ବର୍ଷ ଧରି ଚଳଚ୍ଚିତ୍ର ଶିଳ୍ପରେ କାମ କରୁଛନ୍ତି। ସେ ଟେଲିଭିଜନ, ବଡ଼ ପରଦା ଏବଂ OTT ସ୍ପେସରେ ବିଭିନ୍ନ ଭୂମିକାରେ କାମ କରିଛନ୍ତି। ସେ ଅଧିକାଂଶ ସମୟରେ ସହାୟକ ଭୂମିକାରେ ଅଭିନୟ କରିଛନ୍ତି। ସେ ଥିଏଟରରେ ମଧ୍ୟ ସକ୍ରିୟ ଅଛନ୍ତି ଏବଂ ଅନେକ ମଞ୍ଚ ନାଟକରେ ଅଭିନୟ କରିଛନ୍ତି। ତାଙ୍କ ଜନ୍ମସ୍ଥାନ ବିଷୟରେ ବହୁତ କମ୍ ଜଣା ଅଛି, କିନ୍ତୁ ତାଙ୍କ ଇନଷ୍ଟାଗ୍ରାମ ପ୍ରୋଫାଇଲରୁ ଜଣାପଡୁଛି ଯେ ସେ ବହୁତ ଦିନ ଧରି ମୁମ୍ବାଇରେ ରହୁଛନ୍ତି।
ନଦୀମ ପୂର୍ବରୁ ଅମିତାଭ ବଚ୍ଚନ, ଅସରାନି, ଆଦିଲ ହୁସେନ ଏବଂ ସଞ୍ଜୟ ମିଶ୍ରଙ୍କ ଭଳି କିମ୍ବଦନ୍ତୀମାନଙ୍କ ସହ କାମ କରିଛନ୍ତି ବୋଲି କମ୍ ଲୋକ ଜାଣିଛନ୍ତି। ତାଙ୍କର ସୋସିଆଲ ମିଡିଆ ହ୍ୟାଣ୍ଡେଲଗୁଡ଼ିକ ଏହି ବଲିଉଡର ବରିଷ୍ଠମାନଙ୍କ ସହିତ ପୁରୁଣା ଫଟୋରେ ଭର୍ତ୍ତି ହୋଇ ରହିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/26/actor-2026-01-26-17-01-54.jpg)