BJP-Leader-Pitabasa-Panda Photograph: (OTV)
ପୂର୍ଣ୍ଣିମାର ଜହ୍ନ ରାତିରେ ଛାତିରେ ବାଜିଲା ଗୁଳି । କିନ୍ତୁ ପୋଲିସ କରୁନଥିଲା ପାଟ୍ରୋଲିଂ । ରାତି ପ୍ରାୟ ୧୦ଟା ବେଳେ ଅପରାଧ ଘଟାଇଲେ ଦୁର୍ବୃତ୍ତ । ପୀତବାସଙ୍କ ଘର ପାଖରେ, ପଏଣ୍ଟ ବ୍ଲାଙ୍ଗ ରେଞ୍ଜରେ । ହେଲେ ପୁଲିସ ପାଇଲାନି ଅପରାଧୀଙ୍କ ସୁରାକ । ପୂରା ଗଞ୍ଜାମରେ ଚାଲିଛି କ’ଣ ? କେମିତି କାମ କରୁଛି ପୋଲିସ ପ୍ରଶାସନ ? ଲୋକଙ୍କ ସୁରକ୍ଷା ପାଇଁ କ’ଣ ନେଉଛି ପଦକ୍ଷେପ ? ବ୍ରହ୍ମପୁର ଓ ଗଞ୍ଜାମ ଦୁଇ ପୋଲିସ ଜିଲ୍ଲା ଥିଲେ ମଧ୍ୟ ତଥାପି ଅପରାଧ ଥମିବାର ନାଁ ଧରୁନି । ତେବେ ଏସବୁ ଭିତରେ ପୀତବାସଙ୍କ ମୃତ୍ୟୁକୁ ନେଇ ଉଠିଛି ୧୦ ବଡ଼ ପ୍ରଶ୍ନ…
୧. କୁମାର ପୂର୍ଣ୍ଣିମାରେ ବି ପୋଲିସ୍ ପେଟ୍ରୋଲିଂ ନଥିଲା କାହିଁକି ?
୨. ପୋଲିସ୍ ଘଟଣା ପରେ ପହଞ୍ଚିବାରେ ବିଳମ୍ବ କରିଥିଲା ?
୩. କ୍ରାଇମସ୍ପଟ୍ ପାଖରେ ସିସିଟିଭି କ୍ୟାମେରା କଢ଼ା ଯାଇଥିଲା ?
୪. କିଏ କାଢ଼ିଥିଲା ସିସିଟିଭି କ୍ୟାମେରା ?
୫. ଗୋପାଳପୁର ‘ଗଣ ଦୁଷ୍କର୍ମ’ ମାମଲା ସହ ମର୍ଡରର ଲିଙ୍କ ?
୬. ପୀତବାସ ଗୋପାଳପୁର ‘ଗଣ ଦୁଷ୍କର୍ମ’ ମାମଲାର ଓକିଲ
୭. ମର୍ଡରରେ ମାଫିଆଙ୍କ ସଂପୃକ୍ତି ଅଛି କି ?
୮. ଜନସ୍ବାର୍ଥ ମାମଲା, ଦୁର୍ନୀତିର ପର୍ଦ୍ଦାଫାସ୍ କରିଥିଲେ ?
୯. ଜନସ୍ବାର୍ଥ ମାମଲାକୁ ନେଇ କିଛି ବିବାଦ ଥିଲା କି ?
୧୦. କିଛି ରାଜନୈତିକ କିଛି ଶତ୍ରୁତା ଥିଲା କି ?
ଗତ ରବିବାର ରାତିରେ ଦୁଇଟି ଦୁଇଟି ହତ୍ୟା, ଆଉ ସୋମବାର ରାତିରେ ବିଜେପି ନେତାଙ୍କୁ ଗୁଳି କରି ଜୀବନ ନେଲେ ଅପରାଧୀ । ହେଲେ ପୋଲିସ ଯେମିତି ଚୁପ୍ ବସିଛି । ଏ ସବୁକୁ ନେଇ ସାଧାରଣ ଲୋକଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କି ମାରୁଥିବାବେଳେ, ଯଦି ସହର ଭିତରେ ଆଇନଜୀବୀଙ୍କୁ ହତ୍ୟା କରାଯାଉଛି ତାହେଲେ ସାଧାରଣଲୋକ କେତେ ସୁରକ୍ଷିତ ବୋଲି ଲୋକେ କହୁଛନ୍ତି ।
ଗତକାଲି ଦୁଇ ଜଣ ବାଇକରେ ଆସି ପୀତବାସଙ୍କ ବ୍ରହ୍ମପୁର ବୈକୁଣ୍ଠନଗର ଘର ପାଖରେ ଗୁଳି ମାରି ଫେରାର ହୋଇଥିଲେ । ପଏଣ୍ଟ ବ୍ଲାଙ୍କ୍ ରୁ ପୀତବାସଙ୍କ ଛାତିରେ ବାଜିଥିଲା ଗୁଳି । ହେଲେ ଏତେ ବଡ଼ ଜଘନ୍ୟକାଣ୍ଡ ପଛରେ କେଉଁ ମାନେ ତାକୁ ନେଇ ଏବେ ତନାଘନା ଚାଲିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/07/bjp-leader-pitabasa-panda-2025-10-07-21-52-19.jpg)