Advertisment

କରୋନାରେ ଚାଲିଗଲା ପ୍ରସିଦ୍ଧ ହାସ୍ୟ ଅଭିନେତା ଓ ଫିଲ୍ମ ଅଭିନେତ୍ରୀଙ୍କ ଜୀବନ

ଚେନ୍ନାଇ/ନୂଆଦିଲ୍ଲୀ: ମହାମାରୀ କରୋନାରେ ସାଧାରଣ ଜନତାଙ୍କଠୁ ଆରମ୍ଭ କରି ଅନେକ ରାଜନେତା ଓ ସେଲିବ୍ରିଟିଙ୍କ ଜୀବନ ଚାଲି ଯାଉଛି। ଏଭଳି ଏକ ଦୁଃଖଦ ଖବର ଏବେ ସାମ୍ନାକୁ ଆସିଛି। କରୋନାରେ ଆକ୍ରାନ୍ତ ହୋଇ ପ୍ରସିଦ୍ଧ ତାମିଲ ଅଭିନେତା ପାଣ୍ଡୁଙ୍କ ମୃତ୍ୟୁ ଘଟିଥିବାବେଳେ…

ଅଦ୍ୟତନ ହୋଇଛି
Advertisment

ଚେନ୍ନାଇ/ନୂଆଦିଲ୍ଲୀ: ମହାମାରୀ କରୋନାରେ ସାଧାରଣ ଜନତାଙ୍କଠୁ ଆରମ୍ଭ କରି ଅନେକ ରାଜନେତା ଓ ସେଲିବ୍ରିଟିଙ୍କ ଜୀବନ ଚାଲି ଯାଉଛି। ଏଭଳି ଏକ ଦୁଃଖଦ ଖବର ଏବେ ସାମ୍ନାକୁ ଆସିଛି। କରୋନାରେ ଆକ୍ରାନ୍ତ ହୋଇ ପ୍ରସିଦ୍ଧ ତାମିଲ ଅଭିନେତା ପାଣ୍ଡୁଙ୍କ ମୃତ୍ୟୁ ଘଟିଥିବାବେଳେ ୮୦ ଦଶକରେ ଅନେକ ଫିଲ୍ମରେ ଅଭିନୟ କରି ନିଜର ସ୍ୱତନ୍ତ୍ର ପରିଚୟ କରିଥିବା  ଅଭିନେତ୍ରୀ ଶ୍ରୀ ପଦାଙ୍କ ମୃତ୍ୟୁ ଘଟିଛି।

Advertisment

କରୋନାରେ ଆକ୍ରାନ୍ତ ହୋଇ ଚେନ୍ନାଇର ଏକ ହସ୍ପିଟାଲରେ ଆଜି ପ୍ରସିଦ୍ଧ ତାମିଲ ଅଭିନେତା ପାଣ୍ଡୁଙ୍କ ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା। କିଛି ଦିନ ତଳେ ସେ କରୋନା ପଜିଟିଭ ଚିହ୍ନଟ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତାଙ୍କ ପତ୍ନୀ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇ ଏବେ ଚିକିତ୍ସିତ ହେଉଛନ୍ତି। ସେମାନଙ୍କର ୩ ଜଣ ପୁଅ ଅଛନ୍ତି। ଅଭିନେତା ପାଣ୍ଡୁଙ୍କ ବିୟୋଗରେ ପ୍ରମୁଖ ତାମିଲ ଅଭିନେତା ଓ ଅଭିନେତ୍ରୀ ଗଭୀର ଶୋକ ପ୍ରକାଶ କରିଛନ୍ତି।

Advertisment

Advertisment

ସେହିପରି କରୋନାରେ ଆକ୍ରାନ୍ତ ହୋଇ ୮୦ ଦଶକରେ ଅନେକ ଫିଲ୍ମରେ ଅଭିନୟ କରି ନିଜର ସ୍ୱତନ୍ତ୍ର ପରିଚୟ କରିଥିବା ଶ୍ରୀ ପଦାଙ୍କ  ମୃତ୍ୟୁ ଘଟିଛି। କରୋନାରେ ଆକ୍ରାନ୍ତ ହୋଇ ସେ ବେଙ୍ଗାଲୁରୁ ସ୍ଥିତ MS Ramaiah ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ୫୩ ବର୍ଷୀୟ ଏହି ଅଭିନେତ୍ରୀ ନିଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିଲେ। ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ କରୋନା ଟେଷ୍ଟ କରାଯିବା ପରେ ରିପୋର୍ଟ ପଜିଟିଭ ଆସିଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

ଶ୍ରୀ ପଦା ୮୦ ଓ ୯୦ ଦଶକରେ ଅନେକ ଫିଲ୍ମରେ ଅଭିନୟ କରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ତାଙ୍କର ପ୍ରକୃତ ନାଁ ଇଶା ନାଇଡୁ।


ଦେଶରେ ଆଜି ୪ ଲକ୍ଷ ୧୨ ହଜାର ୨୬୨ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୧୦ ଲକ୍ଷ ୭୭ ହଜାର ୪୧୦କୁ ବୃଦ୍ଧି ପାଇଛି। ଆଉ ଏହାରି ମଧ୍ୟରେ ଦେଶରେ ଦିନକରେ ୩ ହଜାର ୯୮୦ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ତେବେ ଦେଶରେ କରୋନା ମୃତ୍ୟୁସଂଖ୍ୟା ୨ ଲକ୍ଷ ୩୦ ହଜାର ୧୬୮କୁ ବୃଦ୍ଧି ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ