kamla
ନୂଆଦିଲ୍ଲୀ: ଭାରତର ବିପତ୍ତି ସମୟରେ ସହାୟତାର ହାତ ବଢାଇଛି ଆମେରିକାର ବାଇଡେନ ପ୍ରଶାସନ । କରୋନା କବଳରେ ପଡି ଭାରତ ଅଣନିଃଶ୍ୱାସୀ ହେଉଥିବବେଳେ ଉପରାଷ୍ଟ୍ରପତି ତଥା ଭାରତୀୟ ବଂଶୋଦ୍ଭବ କମଲା ହାରିସ ‘ଆମେ ଭାରତ ସହ ଅଛୁ’ ବୋଲି କହି ଆଶ୍ୱାସନା ଦେଇଥିଲେ ।
କରୋନା ମହାମାରୀର ମୁକାବିଲା ଲାଗି ଭାରତକୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ଆମେରିକା ଉପରାଷ୍ଟ୍ରପତି କମଲା ହାରିସ କହିଛନ୍ତି । ଭାରତକୁ ଏବେ ଯାହା ବି ସହାୟତା ପ୍ରଦାନ କରାଯାଉଛି, ତା ଠୁ ଆହୁରି ଅଧିକ ସହାୟତା ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି । ସେ କହିଛନ୍ତି, ଭାରତର ବିକାଶ ଓ ମଙ୍ଗଳ ଆମେରିକା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।
କମଲା ଆହୁରି କହିଛନ୍ତି ଯେ, କରୋନା ମୁକାବିଲା କ୍ଷେତ୍ରରେ ଭାରତକୁ ସମସ୍ତ ସହାୟତା ଯୋଗାଇଦେବା ବାଇଡେନ୍ ପ୍ରଶାସନର ପ୍ରାଥମିକତାରେ ରହିଛି । ଗତବର୍ଷ ମହାମାରୀ ଆରମ୍ଭରେ ଭାରତ ଆମେରିକାକୁ ସହାୟତା ଯୋଗାଇ ଦେଇଥିଲା । ଏଣୁ ଏବେ ଆମେ ଭାରତ ସହ ଛିଡ଼ା ହେବାକୁ ସଂପୂର୍ଣ୍ଣ ଭାବେ ସଂକଳ୍ପବଦ୍ଧ ବୋଲି ହାରିସ କହିଛନ୍ତି ।
ଜଣେ ଉତ୍ତମ ବନ୍ଧୁ, ଏସିଆନ ସ୍କ୍ବାଡର ଜଣେ ସଦସ୍ୟ ଓ ବିଶ୍ୱର ଗୋଟିଏ ଅଂଶୀଦାର ଭାବେ ଭାରତ ପାଖରେ ଆମେ ଛିଡ଼ା ହେବୁ । ବିଶ୍ୱସ ଯେ, ଯଦି ଆମେ ଏକାଠି ହୋଇ କାମ କରିବୁ, ତା ହେଲେ ଏହା ଉପରେ ଆମେ ବିଜୟୀ ହେବୁ ବୋଲି ଭାରତୀୟ ବଂଶୋଦ୍ଭବଙ୍କ ଏକ କାଯକ୍ରମକୁ ସମ୍ବୋଧନ କରି ହାରିସ କହିଛନ୍ତି।
ହାରିସ କହିଛନ୍ତି, ଯେତେବେଳେ ଆମେରିକାରେ ହସ୍ପିଟାଲର ଶଯ୍ୟା ବିସ୍ତାର କରାଯାଉଥିଲା ସେତେବେଳେ ଭାରତ ସହାୟତା ପଠାଇଥିଲା । ତେଣୁ ଭାରତର ଦୁର୍ଦ୍ଦିନ ସମୟରେ ଆମେ ସବୁ ପ୍ରକାର ସହାୟତା ଯୋଗାଇ ଦେବାକୁ ସ୍ଥିର କରିଛୁ ବୋଲି କହିଛନ୍ତି କମ୍ଲା । ଏଥିସହିତ କୋଭିଡ-୧୯ ମହାମାରୀର ମୁକାବିଲା ପାଇଁ ବିଡେନ-ହାରିସ ପ୍ରଶାସନ ଭାରତକୁ ୧୦୦ ମିଲିୟନ ଡଲାରର ସହାୟତା ଘୋଷଣା କରିଛି ।
ସୂଚନାଥାଉ କି, ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ଦୈନିକ ସଂକ୍ରମଣ ୪ ଲକ୍ଷ ପାର କରିଥିବାବେଳେ ମୃତକଙ୍କ ସଂଖ୍ୟା ୪ ହଜାର ପାର କରିଛି । ଭାରତରେ କରୋନାର ଏହି ଦ୍ୱିତୀୟ ଲହରର ପ୍ରଭାବ ଦେଖିବା ପରେ ସାରା ବିଶ୍ୱ ଚିନ୍ତାରେ ପଡିବା ସହ ସହାୟତାର ହାତ ବଢାଇଛନ୍ତି ।
ଶନିବାର ଦେଶରୁ ୪ ଲକ୍ଷ ୧ ହଜାର ୦୭୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ସମୟ ମଧ୍ୟରେ ଦେଶରେ ଦୈନିକ କରୋନା ଜନିତ ୪୧୮୭ ଜଣଙ୍କର ମୃତ୍ୟୁ ଘଟିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/kamla_1620466149.jpg)