vaccination
ନୂଆଦିଲ୍ଲୀ: କରୋନା ଟିକା ନେବା ପାଇଁ ଏଣିକି ଟିକାକରଣ ସେଣ୍ଟରରେ ୧୮ ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କ ପଞ୍ଜୀକରଣ ହୋଇପାରିବ। ଯେକୌଣସି ବ୍ୟକ୍ତିଙ୍କ ବୟସ ୧୮ ବର୍ଷରୁ ଅଧିକ ହୋଇଥିବେ ସେ ଚାହିଁଲେ ଭ୍ୟାକସିନେସନ୍ ସେଣ୍ଟରରେ ଯାଇ କୋୱିନ୍ରେ ପଞ୍ଜୀକରଣ କରାଇ ପାରିବେ।
ଫଳରେ ପୂର୍ବରୁ ପଞ୍ଜୀକରଣ କରିନଥିବା ବ୍ୟକ୍ତି ଏଣିକି ବିନା ବାଧାରେ ଟିକାକରଣ କେନ୍ଦ୍ରରେ ରେଜିଷ୍ଟ୍ରେସନ୍ କରିପାରିବେ। ଯଦି ଟିକାକରଣ କେନ୍ଦ୍ରରେ ଟିକା ଉପଲବ୍ଧ ରହିଛି, ତେବେ ସ୍ପଟ୍ରେ ହିଁ ବୁକ୍ କରିବା ସହ ଟିକା ବି ଦେଇପାରିବେ। ଏହାସହ ଟିକାକରଣ ପାଇଁ ସମ୍ପୃକ୍ତ ବ୍ୟକ୍ତିଙ୍କୁ ସମସ୍ତ ପ୍ରକାରର ସହାୟତା କରାଯିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।
ଦେଶର କିଛି ଅଞ୍ଚଳରେ କରୋନା ଟିକାକୁ ନେଇ ଗୁଜବ ଓ ଟିକା ନେବା ପାଇଁ ଲୋକମାନେ ପଛଘୁଞ୍ଚା ଦେବା ପରେ ଏଭଳି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି। ଦେଶରେ କୌଣସି ବ୍ୟକ୍ତି ଯେଭଳି ଟିକାରୁ ବଞ୍ଚିତ ନହେବେ ସେ ନେଇ ଗୁରୁତ୍ୱ ଦିଆଯାଉଥିବା କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି।
ଅନ୍ୟପକ୍ଷେ, କରୋନାର ନୂଆ ଭାରିଏଣ୍ଟ୍ ଡେଲଟା ବିରୋଧରେ ଅଧିକ ପ୍ରଭାବଶାଳୀ ସଞ୍ଜିବନୀର ଦୁଇ ଡୋଜ୍ । କରୋନାର ଦୁଇ ଡୋଜ୍ ଭ୍ୟାକ୍ସିନ ନେଇଥିଲେ ସଂକ୍ରମିତ ବ୍ୟକ୍ତି ହସ୍ପିଟାଲରେ ଭର୍ତ୍ତି ହେବାର ଆଶଙ୍କା କମିଯାଏ । ବ୍ରିଟେନରେ ହୋଇଥିବା ଅଧ୍ୟୟନରେ ଏପରି ଖୁଲାସା କରାଯାଇଛି ।
ପ୍ରଥମ ଲହର ଅପେକ୍ଷା ଦ୍ୱିତୀୟ ଲହରରେ ଶିଶୁଙ୍କ ସଂକ୍ରମଣ ହ୍ରାସ ପାଇଛି। ତେବେ ପ୍ରଥମ ଅପେକ୍ଷା ଦ୍ୱିତୀୟରେ କିଶୋରଙ୍କ ସଂକ୍ରମଣ ବଢ଼ିଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ କହିଛନ୍ତି। ୧ରୁ ୧୦ ବର୍ଷ ବର୍ଗରେ ପ୍ରଥମ ଲହରରେ ୩.୨୮%, ୨ୟରେ ୩.୦୫% ସଂକ୍ରମିତ ୧୧ରୁ ୨୦ ବର୍ଷ ବର୍ଗରେ ପ୍ରଥମ ଲହର ୮.୦୩%, ୨ୟ ଲହର ୮.୫% ଦେଶରେ ଆରୋଗ୍ୟ ହାର ୯୫.୬%ରେ ପହଞ୍ଚିଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/vaccination-2_1623810701.jpg)