Karnataka Police
ବେଙ୍ଗାଲୁରୁ: କରୋନା କଟକଣା ମାନୁନଥିବା ଅମାନିଆଙ୍କୁ ସୁଧାରିବାକୁ ପୋଲିସର ଅଭିନବ ପ୍ରୟାସ ଦେଖିବାକୁ ମିଳିଛି। ବେକରେ ଫୁଲମାଳ ପକାଇ, ସିନ୍ଦୂର ଟିକା ମାରି ଧୂପ ଦୀପରେ ବନ୍ଦାପନା କରିଛନ୍ତି ପୋଲିସ।କର୍ଣ୍ଣାଟକରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି।
ବାରମ୍ବାର ଜରିମାନା କରିବା ପରେ ମଧ୍ୟ ଲୋକେ କଟକଣାକୁ ମାନୁ ନାହାନ୍ତି। ଲକଡାଉନ ସତ୍ତ୍ୱେ ଅନେକ ଲୋକ ଘରୁ ବାଇକରେ ବାହାରୁଛନ୍ତି। ରାଜ୍ୟ ସରକାର ତଥା ପୋଲିସ ପକ୍ଷରୁ କଠୋର କଟକଣା ଜାରି ହୋଇଥିଲେ ମଧ୍ୟ ଏହାକୁ ବେଖାତିର କରୁଛନ୍ତି ଅମାନିଆ। ଶେଷରେ ପୋଲିସ ନିରୁପାୟ ହୋଇ ଅମାନିଆଙ୍କୁ ସଚେତନ କରିବାକୁ ସେମାନଙ୍କ ଗଳାରେ ଫୁଲମାଳ ପକାଇ ସ୍ବାଗତ କରିଥିଲେ। ମଥାରେ ସିନ୍ଦୂର ଟିକା ମାରିବା ସହ ଧୂପ ଦୀପ ଦେଇ ବନ୍ଦାପନା କରିଥିଲେ।
ପ୍ରଥମ ଥର ଲାଗି ଅମାନିଆଙ୍କୁ ଛାଡିଛି ପୋଲିସ। ଯଦି ଦ୍ୱିତୀୟ ଥର ଧରାପଡନ୍ତି, ତେବେ ଗାଡିକୁ ଜବତ କରିବା ସହ ଗିରଫ କରି କୋର୍ଟ ଚାଲାଣ କରୁଛି ପୋଲିସ। କର୍ଣ୍ଣାଟକ ପୋଲିସର ଏଭଳି ପଦକ୍ଷେପକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।
ଦେଶରେ କରୋନା ସଂକ୍ରମଣ ଧୀରେ ଧୀରେ ହ୍ରାସ ପାଉଥିବା ବେଳେ ମୃତ୍ୟୁ ସଂଖ୍ୟା ଏବେ ବି ଉପରମୁହାଁ । ବିଗତ ତିନି ଦିନ ଧରି କରୋନା ସଂକ୍ରମଣ ସାମାନ୍ୟ କମିଥିବା ଦେଖିବାକୁ ମିଳୁଛି । ଦିଲ୍ଲୀ ଓ ମହାରାଷ୍ଟ୍ରରେ ମଧ୍ୟ ସଂକ୍ରମିତ ସଂଖ୍ୟାରେ ହ୍ରାସ ଦେଖାଯାଉଛି । ଅନ୍ୟପଟେ ଦକ୍ଷିଣ ଭାରତରେ କିନ୍ତୁ କରୋନା ସଂକ୍ରମଣ ଶୀର୍ଷରେ ରହିଛି । କେରଳ ଓ କର୍ଣ୍ଣାଟକ ସମେତ ପୂରା ଦକ୍ଷିଣ ଭାରତରେ କରୋନା ରୋଗୀଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/karnatak-police_1621149178.jpg)