covid patient missing
ପାରାଦୀପ: କୋଭିଡ୍ ହସ୍ପିଟାଲରୁ ରୋଗୀ ନିଖୋଜ। ୧୬ ଦିନ ବିତିଲାଣି, ହେଲେ ମିଳୁନି କୌଣସି ଖୋଜ୍ ଖବର। ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଅଞ୍ଚଳରୁ ଏଭଳି ଅଭିଯୋଗ ଆସିଛି। ପରିବାର ଲୋକେ ମେଡିକାଲରୁ ଥାନା, ଫାଣ୍ଡି ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି ମାତ୍ର ରୋଗୀଙ୍କ କୌଣସି ପତ୍ତା ମିଳୁନି। ଯାହାକୁ ନେଇ ପରିବାର ଲୋକ ଚିନ୍ତାରେ ପଡ଼ି ଯାଇଛନ୍ତି।
ସୂଚନା ଅନୁସାରେ, କୁଜଙ୍ଗ ଥାନା ଅନ୍ତର୍ଗତ ଜହ୍ନାପାଳ ଗାଁର ଗନ୍ଧର୍ବ ଜେନା ମେ’ ୧୪ରେ କରୋନା ପଜିଟିଭ୍ ଚିହ୍ନଟ ହୋଇଥଇଲେ। ୧୮ରେ ତାଙ୍କୁ ପାରାଦୀପ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରୁ ମେ’ ୨୧ରେ ତାଙ୍କୁ କଟକ ଏସସିବି କୋଭିଡ୍ କେୟାର ସେଣ୍ଟରକୁ ସ୍ଥାନାନ୍ତର କରାଯାଇଥିଲା। ସେବେଠୁ ତାଙ୍କର ପତ୍ତା ମିଳୁନାହିଁ। ଏନେଇ ଗନ୍ଧର୍ବଙ୍କ ପରିବାର ଥାନାରେ ଏତଲା ଦେଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉନଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।
ଘଟଣାକୁ ନେଇ ଗନ୍ଧର୍ବଙ୍କ ଝିଅ କାନ୍ଦି କାନ୍ଦି କହିଛନ୍ତି, ‘ଆଜିକୁ ୧୬ ଦିନ ହେଲାଣି ମୋ ବାପାଙ୍କ କିଛି ଖୋଜ ଖବର ମିଳୁନାହିଁ। କୁଆଡ଼େ ଗଲେ ମୋ ବାପା ? ଆମେ କେମିତି ଜାଣିବୁ ସେ କୁଆଡ଼େ ଯାଇଛନ୍ତି।’ ଅନ୍ୟପକ୍ଷେ ଏନେଇ ପୋଲିସ ପ୍ରଶାସନ କି ମେଡିକାଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।
ରାଜ୍ୟରେ ଆଜି ୮ ହଜାର ତଳକୁ ଖସିଛି ଦୈନିକ ସଂକ୍ରମିତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୭ ହଜାର ୭୨୯ ସଂକ୍ରମିତ । ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନରେ ୪,୩୩୧ ଜଣ ଥିବାବେଳେ ଲୋକାଲ କେସ୍ ଅଛି ୩,୩୯୮ । ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ। ଅନ୍ୟପକ୍ଷେ ଆଜି ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ବି କମିଛି। ଗତକାଲି ରାଜ୍ୟରେ ସର୍ବାଧିକ ୪୨ ଜଣ କରୋନା ରୋଗୀଙ୍କ ମୃତ୍ୟୁ ଘଟିଥିବାବେଳେ ଆଜି ଆଉ ୩୯ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/vlcsnap-error391_1622789628.jpg)