odisha
ଭୁବନେଶ୍ୱର: ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ କରୋନା ନିୟନ୍ତ୍ରଣକୁ ଆସିବା ପରେ ଏବେ ଫୋକସ୍ରେ ଉପକୂଳ ଅଞ୍ଚଳ। କ୍ୟାଟୋଗୋରୀ ‘ବି’ ରେ ଥିବା ୧୩ ଜିଲ୍ଲାକୁ ଏବେ ଗୁରୁତ୍ୱ ଦିଆଯାଉଥିବା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି। ଏହି ସବୁ ଜିଲ୍ଲାରେ ଅଧିକ ଟେଷ୍ଟ କରାଯିବ ବୋଲି ସେ କହିଛନ୍ତି। ଏହାସହ ଡୋର୍ ଟୁ ଡୋର୍ ସର୍ଭେ ମଧ୍ୟ ହେବ।
ରାଜ୍ୟରେ କରୋନା ସ୍ଥିତିକୁ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ଆଜି ୧୮ ଜିଲ୍ଲାରେ ସଂକ୍ରମଣ ଦୁଇ ଅଙ୍କକୁ ଖସିଛି। ହାରାହାରି ୬ ପ୍ରତିଶତ ରହୁଛି ସଂକ୍ରମଣ ହାର। ଯେଉଁଠି ଅଧିକ ରହୁଛି, ସେଠାରେ ଚଳିତ ମାସ ଶେଷ ସୁଦ୍ଧା ସ୍ଥିତି ନିୟନ୍ତ୍ରଣକୁ ଆସିବ ବୋଲି ଆଶା କରାଯାଉଛି। ଆଇସିୟୁ ପରିଚାଳନାରେ ସନ୍ତୋଷ ପ୍ରକାଶ କରି ସେ କହିଛନ୍ତି, ପରିଚାଳନା ଠିକ୍ ହୋଇନଥିଲେ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିଥାନ୍ତା। ଜୀବନକୁ ବାଜି ଲଗାଇ ସେବା କରୁଥିବାରୁ ଡାକ୍ତରଙ୍କୁ ମଧ୍ୟ ସେ ପ୍ରଶଂସା କରିଛନ୍ତି।
ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୩,୬୩୧ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୨,୦୬୯ ଓ ଲୋକାଲ କେସ୍- ୧,୫୬୨ ରହିଛି। ଖୋର୍ଦ୍ଧାରୁ ସର୍ବାଧିକ ୫୦୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ପରେ କଟକରୁ ୪୩୮ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିପରି ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୩୯ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩,୪୭୧କୁ ବୃଦ୍ଧି ପାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/vlcsnap-error632_1623922674.jpg)