Rayagada-Readymade-Paper-Plate Photograph: (OTV)
ସବୁଜ ଏ ଜଙ୍ଗଲିଆ ରାସ୍ତାରେ ମନ କିଣୁଛି ଶିଆଳି ପତ୍ର । ମହିଳାମାନେ ପତ୍ରକୁ ସଂଗ୍ରହ କରି ଘରକୁ ନେଉଛନ୍ତି । ଆଉ ଘରେ ଖଲିପତ୍ର ତିଆରି କରୁଛନ୍ତି । ସେ ସବୁକୁ ବଜାରରେ ବିକ୍ରି କରିବା ପରେ ଯାହା ରୋଜଗାର ହେବ ଚଳିଯିବ ଏମାନଙ୍କ ତେଲ ଲୁଣ ସଂସାର । ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍ ପାହାଡ଼ିଆ ଅଞ୍ଚଳ ଗୁମ୍ମା ଗାଁ । ଏଠିକାର ଲୋକ ଖଲି ତିଆରି କରି ତା’କୁ ବିକ୍ରିବଟା କରି ଚଳିଯାଆନ୍ତି । ହେଲେ ଏବେ ବଜାରରେ ରେଡିମେଡ୍ ପେପର ପ୍ଲେଟ୍ ବହୁଳ ଭାବେ ବ୍ୟବହାର ଯୋଗୁ ଶିଆଳି ପତ୍ରର ଚାହିଦା କମିବାରେ ଲାଗିଛି । ତେଣୁ ଏହି ଗରିବ ଲୋକଙ୍କ ଜୀବିକା ସଙ୍କଟରେ ପଢ଼ିଛି । ଧିରେ ଧିରେ ଖଲି ସିଲା କାରିଗରଙ୍କ ସଂଖ୍ୟା କମିବାରେ ଲାଗିଲାଣି ।
ଆଧୁନିକତାର ଛାପରେ ଧୀରେ ଧୀରେ ଆମ ପୁରୁଣା ଚଳନି ଶୈଳୀ ଲିଭିବାକୁ ବସିଲାଣି । ଆଉ କିଛି କୌଳିକ ବୃତ୍ତି ହରାଇ ଜୀବିକା ରହୁଛନ୍ତି ଗରୀବ ଲୋକେ । ଓଡ଼ିଶାରେ ଖଳିପତ୍ରର ଚାହିଦା ସେଭଳି ନଥିବା ବେଳେ କିନ୍ତୁ ଆନ୍ଧ୍ରପ୍ରଦେଶରେ ଏହାର ବେଶ୍ ଚାହିଦା ରହିଛି । ତେଣୁ ସ୍ଥାନୀୟ ବେପାରୀ ଆନ୍ଧ୍ରକୁ ଖଲିପତ୍ର ଚାଲାଣ କରି ଅର୍ଥ ରୋଜଗାର କରୁଛନ୍ତି । ରେଡିମେଡ୍ ପେପର ପ୍ଲେଟ୍ ବହୁଳ ବ୍ୟବହାର ଯୋଗୁ ପରିବେଶ ମଧ୍ୟ ଦୂଷିତ ହେଉଛି । ଏପରି ସମୟରେ ଖଲିପତ୍ର ବ୍ୟବହାର ଉପରେ ସରକାର କିଛି ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ ବୋଲି କହିଛନ୍ତି ପରିବେଶବିତ୍ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/16/rayagada-readymade-paper-plate-2025-10-16-15-55-30.jpg)