SILVER Photograph: (OTV)
ସୁନା ତ ସୁନା, ଲାଗୁଛି ରୁପାରେ ବି ଆଉ ହାତ ମାରିହେବନି। ବର୍ଷକ ତଳେ କେଜି ପିଛା ୯୦ ହଜାର ଟଙ୍କା ଥିବା ଚାନ୍ଦି ଏବେ ପହଞ୍ଚିଲାଣି ୨ ଲକ୍ଷ ୪୫ ହଜାର ଟଙ୍କାରେ। ଗତକାଲି ଗୋଟିଏ ଦିନରେ ୧୦ ହଜାର ଟଙ୍କା ବଢି ଚକିତ କରିଦେଇଛି ସିଲଭର୍। ନିବେଶକାରୀଙ୍କ ଡିମାଣ୍ଡ, ଡଲାର୍ ତୁଳନାରେ ଟଙ୍କା ମୂଲ୍ୟ ହ୍ରାସକୁ ଦରବୃଦ୍ଧିର କାରଣ କୁହାଯାଉଥିବାବେଳେ ୨୦୨୬ରେ ସବୁ ରେକର୍ଡ ଭାଙ୍ଗିପାରେ ବୋଲି ଆକଳନ କଲେଣି ଅର୍ଥନୀତି ବିଶେଷଜ୍ଞ।...
ଚମକାଇ ଦେଲା ଚାନ୍ଦି । ରୁପା କେଜି ୨ ଲକ୍ଷ ୪୫ ହଜାର । ବର୍ଷକରେ ବଢିଲାଣି ଲକ୍ଷେ ୩୭ ହଜାର। ସୁନା ଦରରେ ବି ବ୍ରେକ୍ ଲାଗୁନି । ସୁନାରେ ହାତ ମାରିହେଉନି ହେଲେ ରୁପା ହୋସ୍ ଉଡ଼ାଇଦେଉଛି। ରେକର୍ଡ ପରେ ରେକର୍ଡ ଭାଙ୍ଗୁଛି। ଦୁଇଗୁଣା ସ୍ପିଡରେ ଦାମ୍ ବଢୁଛି। ଭୁବନେଶ୍ବରରେ ରୁପା କେଜି ପହଞ୍ଚିଛି ୨ ଲକ୍ଷ ୪୫ ହଜାର ଟଙ୍କାରେ।
ଗତକାଲି ଗୋଟିଏ ଦିନରେ ୧୦ ହଜାର ଟଙ୍କା ବଢିଥିବାବେଳେ ଆଜି ହଜାରେ ଟଙ୍କା ବୃଦ୍ଧି ପାଇ ଚମକାଇ ଦେଇଛି ଚାନ୍ଦି। ଗତ ତିନି ଦିନରେ ରୁପା ମୂଲ୍ୟରେ ପ୍ରାୟ ୧୯ ହଜାର ଟଙ୍କା ବୃଦ୍ଧି ଘଟିଛି। ବଡ଼ କଥା ହେଲା, ଗଲାବର୍ଷ ଡିସେମ୍ବରରେ ରୁପା କେଜି ଥିଲା ପ୍ରାୟ ୯୦ ହଜାର ଟଙ୍କା। ଅର୍ଥାତ ବର୍ଷକରେ ଲକ୍ଷେ ୩୭ ହଜାର ଟଙ୍କା ମହଙ୍ଗା ହେଲାଣି । ଅନ୍ତର୍ଜାତୀୟ ବଜାରରେ ଦାମ୍ ବଢୁଥିବାରୁ ଦେଶରେ ବି ମହଙ୍ଗା ହେଉଛି ରୁପା।
ରୁପା କେଜି ୨ ଲକ୍ଷ ୪୫ ହଜାର
ତେବେ କାହିଁକି ହୁ ହୁ ହୋଇ ବଢୁଛି ରୁପା ? ସୁନା ତୁଳନାରେ ରୁପା ମୂଲ୍ୟ ଅଧିକ ହେବାର କାରଣ କଣ ? ଅର୍ଥନୀତି ବିଶେଷଜ୍ଞଙ୍କ କହିବା ଅନୁସାରେ, ୨୦୨୬ରେ ରୁପା କେଜି ୨ ଲକ୍ଷ ୬୦ ହଜାର ଛୁଇଁପାରେ। ଏବେ ବିଶ୍ବରେ ଡିମାଣ୍ଡରେ ରହିଛି ସିଲଭର୍। ବିଶ୍ବ ଅର୍ଥନୀତିରେ ଅସ୍ଥିରତା ଓ ଟାରିଫ୍ ୱାର୍ ଯୋଗୁ ନିବେଶକମାନେ ରୁପାକୁ ସେଫଟି ଇନଭେଷ୍ଟମେଣ୍ଟ ଭାବେ ଗ୍ରହଣ କରୁଛନ୍ତି ।
ସେଣ୍ଟ୍ରାଲ୍ ବ୍ୟାଙ୍କ ମଧ୍ୟ ସିଲଭର୍ ଇଟିଏଫରେ ନିବେଶ କରିବାକୁ ଯାଉଛି । ସୋଲାର ପ୍ୟାନେଲ, ଇଭି, ଇଲୋକ୍ଟ୍ରୋନିକ୍ସ ସାମଗ୍ରୀ ଇତ୍ୟାଦିରେ ମଧ୍ୟ ରୁପା ବ୍ୟବହୃତ ହେଉଥିବାରୁ ଚାହିଦା ବଢିବାରେ ଲାଗିଛି। ଡଲାର ତୁଳନାରେ ଟଙ୍କା ମୂଲ୍ୟରେ ରେକର୍ଡ ହ୍ରାସ ରୁପା ମୂଲ୍ୟ ବୃଦ୍ଧିର ଅନ୍ୟତମ କାରଣ।
ସୁନା ଦରରେ ବି ବ୍ରେକ୍ ଲାଗୁନି
ଏପଟେ ସୁନା ଦର ବୃଦ୍ଧିରେ ବି ବ୍ରେକ୍ ଲାଗିବାର ନାଁ ଧରୁନି। ଏବେ ଭୁବନେଶ୍ବରର ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମକୁ ଲକ୍ଷେ ୩୯ ହଜାର ପାର୍ କରିଥିବାବେଳେ ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମ ଦାମ୍ ଲକ୍ଷେ ୨୭ ହଜର ଟଙ୍କାରେ ପହଞ୍ଚିଛି । ୨୦୨୬ରେ ଉଭୟ ସୁନାରୁପା ରେକର୍ଡ ଭାଙ୍ଗିବ ବୋଲି ଆକଳନ କରାଯାଉଛି ।...
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/12/25/silver-2025-12-25-21-01-41.jpg)