e-gold Photograph: (OTV)
ଡିଜିଟାଲ ଗୋଲ୍ଡ ବା ଇ-ଗୋଲ୍ଡରେ ନିବେଶ କରୁଛନ୍ତି କି ? ସାବଧାନ ! ସେବି ବା ସିକ୍ୟୁରିଟିଜ୍ ଆଣ୍ଡ ଏକ୍ସଚେଂଜ ବୋର୍ଡ ଅଫ ଇଣ୍ଡିଆ ପକ୍ଷରୁ ଗ୍ରାହକଙ୍କୁ ସାବଧାନ କରିବା ପାଇଁ ଜାରି ହୋଇଛି ବିଜ୍ଞପ୍ତି। ସେୟାର ବଜାରରେ ନିବେଶ ପାଇଁ ସେବି ଅଧିନରେ ଅନେକ ବ୍ୟବସ୍ଥା ରହିଛି । ତେବେ କିଛି ଡିଜିଟାଲ ଓ ଅନଲାଇନ ପ୍ଲାଟଫର୍ମ ଡିଜିଟାଲ ଗୋଲ୍ଡ ବା ଇ-ଗୋଲ୍ଡରେ ନିବେଶ ପାଇଁ ନିବେଶକଙ୍କୁ ଅଫର ଦେଉଥିବା ସୂଚନା ଆସିଛି । ଏହାକୁ ନେଇ ଚିନ୍ତା ପ୍ରକଟ କରିଛି ସେବି ।
ସୁନାର ବିକଳ୍ପ ଭାବେ ଲୋକେ ଡିଜିଟାଲ ଗୋଲ୍ଡରେ ନିବେଶ କରୁଛନ୍ତି । ତେବେ ସେବି ଦ୍ବାରା ନିର୍ଦ୍ଧାରିତ ସେୟାର ମାର୍କେଟର ବିଭିନ୍ନ ମାଧ୍ୟମ ଯଥା ଏକ୍ସଚେଞ୍ଜ ଆଣ୍ଡ ଟ୍ରେଡଡ୍ ଫଣ୍ଡ ETFକୁ ଛାଡ଼ି ଡିଜିଟାଲ ଓ ଅନଲାଇଲ ପ୍ଲାଟଫର୍ମରେ ଆସୁଥିବା ଅଫର ଦ୍ବାରା ଇ-ଗୋଲ୍ଡରେ ନିବେଶ କଲେ ଅସୁବିଧାରେ ପଡ଼ିବେ ବୋଲି ସେବି ନିବେଶକଙ୍କୁ ସତର୍କ କରିଛି । ଏହା ସହ ନିବେଶକଙ୍କ ପାଇଁ ସେୟାର ମାର୍କେର ବିଭିନ୍ନ ପ୍ଲାଟଫର୍ମ ଥିବା ମଧ୍ୟ ସେବି ସୂଚାଇଛି । ଯଦି ନିବେଶକ ଡିଜିଟାଲ ଓ ଅଲାଇନ ପ୍ଲାଟଫର୍ମ ମାଧ୍ୟମରେ ଇ-ଗୋଲ୍ଡରେ ନିବେଶ କରନ୍ତି ତେବେ କ୍ଷତିର ସମ୍ମୁଖିନ ହୋଇପାରନ୍ତି ବୋଲି ଚେତାଇଛି ସେବି ।
ଡିଜିଟାଲ ଗୋଲ୍ଡ ବା ଇ-ଗୋଲ୍ଡରେ ନିବେଶ କରୁଛନ୍ତି କି ?
ସେବି ପକ୍ଷରୁ ଗ୍ରାହକଙ୍କୁ ସାବଧାନ କରିବା ପାଇଁ ଜାରି ହୋଇଛି ବିଜ୍ଞପ୍ତି
ସେୟାର ବଜାରରେ ନିବେଶ ପାଇଁ ସେବି ଅଧିନରେ ଅନେକ ବ୍ୟବସ୍ଥା
ସୁନାର ବିକଳ୍ପ ଭାବେ ଲୋକେ ଡିଜିଟାଲ ଗୋଲ୍ଡରେ ନିବେଶ କରୁଛନ୍ତି
ଆସୁଥିବା ଅଫର ଦ୍ବାରା ଇ-ଗୋଲ୍ଡରେ ନିବେଶ କଲେ ଅସୁବିଧାରେ ପଡ଼ିବେ
ଡିଜିଟାଲ ଓ ଅନଲାଇନ ପ୍ଲାଟଫର୍ମରେ ନିବେଶକଙ୍କୁ ସତର୍କ କରିଛି ସେବି
ନିବେଶକଙ୍କ ପାଇଁ ସେୟାର ମାର୍କେଟର ବିଭିନ୍ନ ପ୍ଲାଟଫର୍ମ ରହିଛି
ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ଇ-ଗୋଲ୍ଡରେ ନିବେଶ କଲେ କ୍ଷତି ସହିପାରନ୍ତି
ଅନଲାଇନ ପ୍ଲାଟଫର୍ମ ଡିଜିଟାଲ ଗୋଲ୍ଡ ନିବେଶକଙ୍କୁ ଅଫର ଦେଉଛି ସୂଚନା
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/11/10/e-gold-2025-11-10-18-30-47.jpg)